Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଶୀତକାଳୀନ ଶିବୀର ଉଦଯାପିତ
ଆଞ୍ଚଳିକ

ନାକଟିଦେଉଳ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଶୀତକାଳୀନ ଶିବୀର ଉଦଯାପିତ

January 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ଉପରମୁଣ୍ଡା ଓ ବିଜାଗଡ ଗ୍ରାମ ରେ ତା ୨୮.୧୨.୨୩ ରୁ ୩.୧.୨୪ ରିଖ ପର‌୍ୟ୍ୟନ୍ତ ଶୀତକାଳୀନ ସାତ ଦିନିଆ ଏନ୍ଏସ୍ଏସ୍ ଶିବୀର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଏନ୍ଏସ୍ଏସ୍ ସଂଯୋଜକ ଶାନ୍ତନୁ କୁମାର ପ୍ରଧାନ ଙ୍କ ଦ୍ବାରା ଉଦଘାଟିତ ଏହି ଶିିବୀର ର ବିଭିନ୍ନ ଦିବସ ରେ ଯୋଗାଭ୍ୟାସ, ସଫେଇ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା।

୨ୟ ଦିବସରେ ନାକ୍ଟିଦେଉଳର ସିଡିପିଓ ଖିରାବ୍ଦୀ ପାଣ୍ଡିଆ ଯୋଗଦେଇ ବାଲ୍ୟବିବାହ ବିରୋଧ ବିଷୟ ରେ ବକ୍ତବ୍ୟ ରଖିଥିଲେ। ୩ୟ ଦିବସ ରେ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାପାଇଁ ପରାମର୍ଶ ଦେଇଥିଲେ।  ରବିବାର ଦିନ ଯୋଗ ସମ୍ପର୍କିତ ବ୍ୟାୟାମ ଅନୁଷ୍ଠିତ ହୋଇଥିଲା ଓ ସ୍ବେଛାସେବୀ ମାନେ ନାକଟିଦେଉଳ ଗସ୍ତ ରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ସୋମବାର ଦିନ ପଣ୍ଡୁଆଖୋଲ ଶିବ ମନ୍ଦିର ରେ ସଫେଇ କାର୍ଯ୍ୟ ହୋଇଥିଲା। ମଙ୍ଗଳବାର ଦିନ ନାକଟିଦେଉଳ ର ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍ ଓ ନିଆଁଲିଭା ତାଲିମ୍ ଦିଆଯାଇଥିଲା। ବିଭିନ୍ନ ଦିବସରେ ଉପରମୁଣ୍ଡା, ବିଜାଗଡ ଓ ମହୁକୁଦ ଗ୍ରାମ ରେ ପୁଚିଖେଳ ଝୋଟି ଓ ମ୍ୟୁଜିକ ଚେୟାର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ତା ୩.୧.୨୪ ରିଖ ଦିନ ଉପରମୁଣ୍ଡା ସ୍ଥିତ ବିଜାଗଡ ୟୁପି ସ୍କୁଲ୍ ଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ଓ ଅଧ୍ୟାପିକା ପୁଷ୍ପାଞ୍ଜଳୀ ରବନାଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ରେଢାଖୋଲର ସିଡିପିଓ ସୁଷମା ପାଢି ମୁଖ୍ୟବକ୍ତା ଭାବେ, ପରିଚାଳନା କମିଟିର ସଭାପତି ଡ ଦୀପେନ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ଜବାନ ଗୋବର୍ଦ୍ଧନ ସାହୁ ନାକଟିଦେଉଳ ର ସିଡିପିଓ ଖୀରାବ୍ଦି ପାଣ୍ଡିଆ, ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ସାହୁ ଓ ରଶ୍ମିତା ମହାନ୍ତି ଯୋଗ ଦେଇ ଗ୍ରାମବିକାଶ ଓ ସମାଜ ମଙ୍ଗଳ ରେ ଏନ୍ ଏସ୍ ଏସ୍ ର ଭୁମିକା ବିଷୟ ରେ ଆଲୋକପାତ କରିଥିଲେ।

ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଭଜମୋହନ ପ୍ରଧାନ ଧନ୍ୟବାଦ ଦେଇ ଥିଲେ। କଲେଜ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ ଓ ସ୍କୁଲ୍ ପିଲା ମାନଙ୍କ ପାଇଁ ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା।

କୃତ୍ତି ଛାତ୍ର ଛାତ୍ରୀ ଓ ମହିଳା ମାନଙ୍କୁ ପୁରସ୍କୁତ କରାଯାଇଥିଲା। ଏହି ଶିବୀର ରେ ସୁଦାମ ସାହୁ, ବିଭୁତି ସାହୁ, ଅଧ୍ୟାପକ ଦେବେଶ ବିଶ୍ବାଳ ଓ ବିନୋଦ ବିହାରୀ ପ୍ରଧାନ ସହଯୋଗ କରିଥିଲେ।

ଏନ୍‌.ଏସ୍‌.ଏସ୍‌ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Latest News

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.