Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାମନଯୋଡି-ବାଇଗୁଡ଼ା ମଧ୍ୟରେ 14.6 କିମି ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ
ଆଜିର ଖବର

ଦାମନଯୋଡି-ବାଇଗୁଡ଼ା ମଧ୍ୟରେ 14.6 କିମି ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ

January 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ଦୋହରୀକରଣ ରେଳ ଲାଇନ ପ୍ରକଳ୍ପର ଦାମନଯୋଡି ଏବଂ ବାଇଗୁଡା ଦୋହରୀକରଣ କାର୍ଯ୍ୟ ମଧ୍ୟରେ 14.60 କିଲୋମିଟରର ନୂତନ ଭାବେ ନିର୍ମିତ ଦୋହରି ବ୍ରଡ ଗେଜ ରେଳ ଲାଇନ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି।

କମିଶନର୍ ରେଲୱେ ସୁରକ୍ଷା/ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଏହି ନୂତନ ଭାବେ ନିର୍ମିତ ରେଳ ଲାଇନକୁ 7 ଜାନୁଆରୀ 2024 ରେ ନୀରିକ୍ଷଣ କରି ରେଳ ସେକ୍ସନରେ ଟ୍ରେନ ଚଳାଚଳ କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପର ସଂପୂର୍ଣ୍ଣ ରେଳ ସେକ୍ସନ ବର୍ତ୍ତମାନ ଟ୍ରେନ୍ ଟ୍ରାଫିକ୍ ପାଇଁ ବ୍ୟବହାର କରାଯାଇଅଛି।

ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) 7 ଜାନୁଆରୀ, 2024 ରେ ନୂତନ ଭାବେ ନିର୍ମିତ ଦୋହରୀକରଣ ରେଳ ଲାଇନକୁ ଯାଞ୍ଚ କରି 164 କିଲୋମିଟର ଲମ୍ବା କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟାଗଡା) ଦୋହରୀକରଣ ପ୍ରକଳ୍ପର 14.60 କିଲୋମିଟର ବିଭାଗକୁ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଇଛନ୍ତି। ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍ ଏବଂ ବ୍ରିଜଗୁଡିକର ସୁରକ୍ଷା ସମ୍ବନ୍ଧୀୟ ପ୍ରତ୍ୟକ ନିରାପତ୍ତା କ୍ଷେତ୍ରରେ ମୂଲ୍ୟାଙ୍କନ କରାଯାଇ ଚଳାଚଳ ସକ୍ଷମ ଘୋଷିତ କରାଯାଇଅଛି। ପୂର୍ବ ତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଏ.ଜି.ଶ୍ରୀନିବାସ ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ସୌରଭ ପ୍ରକାଶଙ୍କ ସହିତ ଅନ୍ୟ ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଟିମ୍ ଯାଞ୍ଚ ସମୟରେ ସିଆରଏସ ଙ୍କୁ ଏହି ନିରୀକ୍ଷଣ ସମୟରେ ସହାୟତା କରିଥିଲେ।

ମୋଟାମୋଟି ଭାବେ, 164.5 କିଲୋମିଟରରୁ 33.50 କିଲୋମିଟର ରେଳ ଲାଇନ କାମ କାର୍ଯ୍ୟକ୍ଷମ ହୋଇଛି। ଗତ ଆର୍ଥିକ ବର୍ଷରେ କୋରାପୁଟରୁ ଦାମନଯୋଡି ପର୍ଯ୍ୟନ୍ତ 18.9 କିଲୋମିଟର ଦୋହରୀକରଣ କାର୍ଯ୍ୟ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତ୍ତୀ ଯୋଜନାଗୁଡ଼ିକରେ ଚଳିତ ବର୍ଷ ଲକ୍ଷ୍ମୀପୁରରୁ ଟିକିରି ପର୍ଯ୍ୟନ୍ତ 21.75 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ କାର୍ଯ୍ୟକ୍ଷମ ପାଇଁ ଆଶା କରାଯାଉଅଛି। ପାହାଡ ଏବଂ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ଭାଲୁମୁସ୍କା ଠାରୁ ଟିକିରି ମଧ୍ୟରେ 45.86 କିଲୋମିଟର ଦୋହରୀକରଣ କାର୍ଯ୍ୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ପ୍ରକଳ୍ପର ବିଭିନ୍ନ ସେକ୍ସନ ମଧ୍ୟରେ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଦୋହରୀକରଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ସୁଦୂର ଏବଂ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହେବା ସତ୍ତ୍ୱେ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ ରେଳ ମାର୍ଗ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ।

ପୂର୍ବ ତଟ ରେଳପଥର ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ କୋରାପୁଟ-ସିଙ୍ଗାପୁର ରୋଡ (ରାୟଗଡା) ରେଳ ଲାଇନର ଦୋହରୀକରଣ ପ୍ରକଳ୍ପର ଧାର୍ଯ୍ୟ ସମୟରେ ସମାପ୍ତ ହେବା ପାଇଁ ଆହ୍ୱାନକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ସକ୍ରିୟ ନଜର ରଖିଛନ୍ତି। କୋରାପୁଟ-ରାୟଗଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ପ୍ରାଥମିକତା ଦେଇଛି।

ଚାଲୁ ରହିଥିବା ପ୍ରକଳ୍ପର ସ୍ଥିତି ସମୀକ୍ଷା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିବାବେଳେ ରେଳ ବୋର୍ଡ ଦ୍ୱାରା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅବଶିଷ୍ଟ ଅଂଶ ସମ୍ପୂର୍ଣ୍ଣ କରିବାକୁ କହିଛନ୍ତି।

କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପ ପୂର୍ବ ତଟ ରେଳପଥ ରାୟଗଡା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.