Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇତିହାସ ରଚିଲା ଓଲିଉଡ଼: ଦୁବାଇରେ ପ୍ରଥମଥର ପାଇଁ ଆୟୋଜିତ ହେଲା ୫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୪
ଆଜିର ଖବର

ଇତିହାସ ରଚିଲା ଓଲିଉଡ଼: ଦୁବାଇରେ ପ୍ରଥମଥର ପାଇଁ ଆୟୋଜିତ ହେଲା ୫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୪

January 25, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଲିଉଡ଼ ଇଣ୍ଡଷ୍ଟ୍ରି ଇତିହାସ ରଚିଛି। ପ୍ରଥମଥର ପାଇଁ ଦୁବାଇରେ ୫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୪ ଆୟୋଜିତ ହୋଇଛି। ଆରଆର ଇଭେଣ୍ଟ୍ସ ଆଣ୍ଡ ସିନେ ପ୍ରଡ଼କ୍ସନ ପକ୍ଷରୁ ଦେଶ ବାହାରେ ତଥା ଦୁବାଇରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହୋଇଛି।

ଏହି ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଦୁବାଇର ଶେଖ ରସିଦ ଅଡିଟୋରିଅମରେ ଜାନୁଆରୀ ତେର ତାରିଖ ସନ୍ଧ୍ୟାରେ ଆୟୋଜିତ ହୋଇଥିଲା।

ଓଡ଼ିଶାର ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ, ସଂଗୀତ ନିର୍ଦେଶକ ଓ ସଂଳାପ ଲେଖକ ପ୍ରଶାନ୍ତ ନନ୍ଦଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଫିଲ୍ମ ଭାବେ ପୁଷ୍କରା, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁଷ୍କରା ଫିଲ୍ମ ପାଇଁ ଶୁଭ୍ରାଂଶୁ, ଶ୍ରେଷ୍ଠ ପ୍ରଯୋଜକ ଭାବେ ପୁଷ୍କରା ଫିଲ୍ମ ପାଇଁ ରମେଶ ବାରିକଙ୍କୁ ସମ୍ମାନିତ କରାଯାଇଥିଲା।

ଏମରଜିଙ୍ଗ ଫିଲ୍ମ ମେକର ଭାବେ ପ୍ରିତମ ସାହୁଙ୍କୁ ବିଶେଷ ସମ୍ମାନିତ କରାଯାଇଥିଲା।

ଜୁରୀ ମନୋନୀତ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ତାପସ ସରଘରିଆ ଓ ପପୁଲାର ନିର୍ଦ୍ଦେଶକ ଭାବେ ଅଶୋକ ପତିଙ୍କୁ ପ୍ରଦାନ କରାଯାଇଥିଲା।

ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ପ୍ରଯୋଜକ ଭାବେ ଜ୍ୟୋତି ରଞ୍ଜନ ମହାନ୍ତିଙ୍କୁ ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ଡେବ୍ୟୁଡାଣ୍ଟ ନିର୍ଦ୍ଦେଶକ ଭାବେ ଅଶ୍ବିନୀ ତ୍ରିପାଠୀଙ୍କୁ ସେହି ଡେଲିଭେରୀ ବୟ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା।

ଶ୍ରେଷ୍ଠ ଅଭିନେତା ଭାବରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପୁଷ୍କରା ଫିଲ୍ମ ପାଇଁ ପୁରସ୍କୃତ କରାଯାଇଥିଲା।

ପୁନମ ମିଶ୍ରଙ୍କୁ କଟକ -ଶେଷରୁ ଆରମ୍ଭ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ କରାଯାଇଥିଲା।

ଶିବାନୀ ସଂଗୀତାଙ୍କୁ ମାଲ୍ୟାଗିରି ଚଳଚ୍ଚିତ୍ର ପାଇଁ ଜୁରୀ ମନୋନୀତ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ପୁରସ୍କୃତ କରାଯାଇଥିଲା।

ଅଭିନେତା ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ବେଷ୍ଟ ପରଫରମର ଭାବେ ସମ୍ମାନିତ କରାଯାଇଥିଲା।

ଏଭରଗ୍ରୀନ ସୁପରଷ୍ଟାର ଭାବେ ଅର୍ଚ୍ଚିତାଙ୍କୁ ମିଳିଥିଲା ଭବ୍ୟ ସମ୍ମାନ।

ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଡେବ୍ୟୁଡାଣ୍ଟ ଅଭିନେତ୍ରୀ ଭାବେ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କୁ ଲଭ ଇନ ଲଣ୍ଡନ ଫିଲ୍ମ ପାଇଁ ସମ୍ମାନିତ କରାଯାଇଥିଲା ବେଳେ ଏମରଜିଙ୍ଗ ଅଭିନେତ୍ରୀ ଭାବରେ ଅନୁରାଧା ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଅନ୍ୟ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ ପ୍ରଦ୍ୟୁମ୍ନ ଲେଙ୍କା, ଶ୍ରୀତମ ଦାସ, ସୁବାଶିଷ ଶର୍ମା, ପପୁ ପମ ପମ, ତ୍ରିଭୁବନ ପଣ୍ଡା, ରିୟା ଦେ, ଉଷାଶୀ ମିଶ୍ର, ପୁଷ୍ପା ପଣ୍ଡା, ନମ୍ରତା ଥାପ୍ପା, ପାର୍ଥ ସାରଥୀ ରାୟ ଓ ସମ୍ବିତ ଆଚାର୍ଯ୍ୟ।

ଅନ୍ୟ ବିଶେଷ କାଟେଗୋରୀ ମାନଙ୍କରେ ପ୍ରସିଦ୍ଧ ଲେଖକ ଶଙ୍କର ତ୍ରିପାଠୀ,
ଡି. ଓ. ପି. ଫଲଗୁ ଶତପଥୀଙ୍କୁ ଦିଆ ଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜୁରୀଙ୍କ ପସନ୍ଦ ଶ୍ରେଷ୍ଠ ଫିଲ୍ମ ପାଇଁ କଟକ -ଶେଷରୁ ଆରମ୍ଭ, ସତ୍ୟ ଘଟଣା ଉପରେ ଆଧାରିତ ସିନେମା ମାଇଣ୍ଡ ଗେମକୁ ଦିୟା ଯାଇଥିଲା।

ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଅଭିଜିତ ମଜୁମଦାର, ଅସଦ ନିଜାମ ଙ୍କୁ ମଧ୍ୟ ଏହି ଅବସରରେ ସେମାନଙ୍କ ଶ୍ରେଷ୍ଠ ସଂଗୀତ ଗୁଡିକ ପାଇଁ ସମ୍ମାନିତ କରାଯାଇଥିଲା।

ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ କୁଲଦୀପ, ସ୍ୱୟଂ ପାଢ଼ୀ, ଅନ୍ତରା,ଜ୍ୟୋତିର୍ମୟୀ, ଦିପ୍ତୀରେଖା ଓ କ୍ରିଷ୍ଣା ବେଉରା ଙ୍କୁ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ବିଦ୍ୟୁତ ସେଠିଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ ଅଭିନେତ୍ରୀ ଅଲିଭ୍ୟା ମୁଖାର୍ଜୀ ଏବଂ ଭୋଜପୁରୀ ଅଭିନେତ୍ରୀ ଅନ୍ତରା ଗୁପ୍ତାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ଜୁରୀ ଦାଇତ୍ୱରେ ଥିଲେ ଓଡ଼ିଶାର ପ୍ରସିଦ୍ଧ ସିନେ ଲେଖକ ଡ଼. ରଜନୀ ରଞ୍ଜନ ଏବଂ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ।

ଦେଶ ବାହାରେ ଏପରି ଏକ ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ ପ୍ରଥମ ଥର ପାଇଁ ହୋଇଛି ବୋଲି ପୁରସ୍କୃତ ହୋଇଥିବା କଳାକାର ମାନେ ମତବ୍ୟକ୍ତ କରିଥିଲେ।

ଉକ୍ତ ଚଳଚ୍ଚିତ୍ର ମହୋତ୍ସବ ପାଇଁ OSUAE ଓଡିଶା ସମାଜ ସହଯୋଗ କରିଥିଲେ। ଆରଆର ଇଭେଣ୍ଟ୍ସ ଆଣ୍ଡ ସିନେ ପ୍ରଡ଼କ୍ସନର ମୁଖ୍ୟ ରମେଶ ବାରିକ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ।

ଓଡିଶା ଫିଲ୍ମ ଜଗତରୁ ଆୟୋଜକ ରମେଶ ବାରିକଙ୍କୁ ଏଥିପାଇଁ ମିଳିଛି ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା।

dubai ଓଲିଉଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.