Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକର “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ ର ବିଜେତା ଜିତିଲେ ୨୦ ଗ୍ରାମ ସୁନା
ଆଜିର ଖବର

ଜୀ-ସାର୍ଥକର “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ ର ବିଜେତା ଜିତିଲେ ୨୦ ଗ୍ରାମ ସୁନା

February 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ହୋଇଥିଲା “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ। ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ଜ୍ୱେଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗୀତା ‘ପାର୍ବଣରେ ସୁନାର ବର୍ଷା‘ ଅକ୍ଟୋବର ୫ ରୁ ନଭେମ୍ବର ୨୦ ମଧ୍ୟରେ ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେଇ ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ମଧ୍ୟରେ ପ୍ରସାରିତ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ପଚରା ଯାଇଥିବା ପ୍ରଶ୍ନର ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୪୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମିଳିଥିଲା ଲାଲଚାନ୍ଦ ଜ୍ୱେଲର୍ସ ତରଫରୁ ୧ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା ଏବଂ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ମିଳିଛି ୨୦ ଗ୍ରାମ ଓଜନର ସ୍ଵର୍ଣ୍ଣ ମୁଦ୍ରା। ଦର୍ଶକମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇ ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ।

ଆଜି ସେଇ “ପାର୍ବଣରେ ସୁନାର ବର୍ଷା” କାର୍ଯ୍ୟକ୍ରମ ର ଭାଗ୍ୟଶାଳୀ ବିଜେତାଙ୍କୁ ରାଜଧାନୀର ଦ ନ୍ୟୁ ମ୍ୟାରିଅନ ହୋଟେଲ ରେ ପୁରସ୍କାର ପ୍ରଦାନ କରାଯାଇଛି।

ଜଗତସିଂପୁରର ଲଲାଟ କିଶୋର ସ୍ୱାଇଁ ମେଗା ବିଜେତା ହୋଇ ୨୦ ଗ୍ରାମ ର ସ୍ବର୍ଣ୍ଣ ମୁଦ୍ରା ଉପହାର ପାଇଛନ୍ତି। ଜୀ ସାର୍ଥକ ର ଏଭଳି ପଦକ୍ଷେପକୁ ଭାବ ବିହ୍ଵଳ ହୋଇ ମେଗା ବିଜେତା ବହୁତ ପ୍ରଶଂସା କରିଥିଲେ।

ଏହି ପାର୍ବଣରେ ସୁନାର ବର୍ଷା ଉପହାର ପ୍ରଦାନ ଉତ୍ସବ ରେ ଜୀ ସାର୍ଥକ ଚ୍ୟାନେଲ ହେଡ଼ ପ୍ରତୀକ ସିଲ ଙ୍କ ସମେତ ଲାଲଚାନ୍ଦ ଜ୍ୱେଲର୍ସ ର ଡାଇରେକ୍ଟର ଅଜିତ ହନ୍ସ, ସାଇନାଥ ପଣ୍ଡା ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ, ଆଗରୁ “ଦେଖିବା ନିତି ହେବା ଲକ୍ଷପତି” ପ୍ରତିଯୋଗିତା ବହୁତ ସଫଳ ହୋଇଥିଲା। ମନୋରଞ୍ଜନ ସହ ପରିବାର ଦାୟିତ୍ଵ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ଵାସ ବଢାଇବା ପାଇଁ ଏହି ପରି ପ୍ରତିଯୋଗୀତା ସବୁ ଏକ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ହେଡ ପ୍ରତୀକ ସିଲ୍ ମତ ଦେଇଥିଲେ।

ଜୀ ସାର୍ଥକ ପାର୍ବଣରେ ସୁନାର ବର୍ଷା ମନୋରଞ୍ଜନ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.