ନୂଆଦିଲ୍ଲୀ: ବିଜେପିରେ ଯୋଗଦେବା ନେଇ ହୋଇଥିବା କଳ୍ପନା ଜଳ୍ପନାରେ କମଲ ନାଥଙ୍କ ପ୍ରଥମ ପ୍ରତିକ୍ରିୟା ମିଳିଛି। ସେ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଏପରି କିଛି ଘଟେ, ତେବେ ମୁଁ ଆପଣଙ୍କୁ ପ୍ରଥମେ କହିବି। କମଲ ନାଥ ନିଜ କାର୍ଯ୍ୟକ୍ରମକୁ ଛିନ୍ଦୱାଡା ଛାଡି ଦିଲ୍ଲୀରେ ପହଞ୍ଚିଛନ୍ତି।
ସୂଚନାନୁସାରେ, ଫେବୃଆରୀ ୧୯ ତାରିଖରେ କମଲ ନାଥ ଏବଂ ତାଙ୍କ ଛିନ୍ଦୱାଡା ସାଂସଦ ପୁଅ ନକୁଲ ନାଥ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି। ସୂଚନାନୁସାରେ, ସମର୍ଥକମାନେ ଦାବି କରିଛନ୍ତି ଯେ, କମଲ ନାଥଙ୍କ ସହ ୧୦ ରୁ ୧୨ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡିପାରନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଏହା କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି।
କମଲ ନାଥଙ୍କ ପୁଅ ନକୁଲ ନାଥ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ କଂଗ୍ରେସକୁ ହଟାଇ ଦେଇଛନ୍ତି। କମଲ ନାଥଙ୍କ ନିକଟସ୍ଥ ସଜନ ବର୍ମା ମଧ୍ୟ କଂଗ୍ରେସ ଲୋଗୋକୁ X ହ୍ୟାଣ୍ଡେଲରୁ ହଟାଇ ଦେଇଛନ୍ତି।