ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନାରେ ୧ କୋଟିରୁ ଅଧିକ ପଞ୍ଜୀକରଣକୁ ମୋଦିଙ୍କ ପ୍ରଶଂସା

Published: Mar 19, 2024, 9:18 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନାରେ ୧ କୋଟିରୁ ଅଧିକ ପରିବାର ପଞ୍ଜୀକୃତ ହୋଇଥିବାରୁ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଉତ୍ତମ ଖବର!

“ଏହି ଯୋଜନା ଆରମ୍ଭ ହେବାର ଏକ ମାସ ମଧ୍ୟରେ, ୧ କୋଟିରୁ ଅଧିକ ପରିବାର ନିଜକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ପଞ୍ଜୀକୃତ କରିସାରିଛନ୍ତି।

ଦେଶର ବିଭିନ୍ନ କୋଣରୁ ଯଥା ଆସାମ, ବିହାର, ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ୫ ଲକ୍ଷରୁ ଅଧିକ ପଞ୍ଜୀକରଣ ହୋଇଅଛି।

ଯେଉଁମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକୃତ ହୋଇନାହାନ୍ତି, ସେମାନେ ଅତିଶୀଘ୍ର ଏହାକୁ କରିବା ଉଚିତ୍।

ଏହି ପଦକ୍ଷେପ ଶକ୍ତି ଉତ୍ପାଦନ ବୃଦ୍ଧିକୁ ସୁନିଶ୍ଚିତ କରିବା ସହ ପରିବାରମାନଙ୍କର ବିଦ୍ୟୁତ ଖର୍ଚ୍ଚ ଯଥେଷ୍ଟ ହ୍ରାସ କରିବାକୁ ପ୍ରତିଶୃତ୍ତିବଦ୍ଧ। ଉନ୍ନତ ପରିବେଶ ପାଇଁ ଜୀବନଶୈଳୀ (ଏଲ୍ଆଇଏଫ୍ଇ)କୁ ପ୍ରୋତ୍ସାହନ ଦେବା ସହ ପୃଥିବୀକୁ ଏକ ସବୁଜ ଏବଂ ଉତ୍ତମ ସ୍ଥାନରେ ପରିଣତ କରିବାରେ ଏହି ଯୋଜନା ବେଶ୍ ସହାୟକ ହେବ।”

Related posts