Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ଜାତୀୟ ଖବର

ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

March 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନବନିଯୁକ୍ତ ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ପ୍ରଦେଶ କଂଗ୍ରେସ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦର ଠାରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଅଣାଯାଇଥିଲା।

ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦର ଛକ, ଶିଶୁଭବନ ଛକ, ରାଜମହଲ ଛକ ଓ ମାଷ୍ଟରକ୍ୟାଂଟିନ ଛକଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ ନେତୃବର୍ଗ ଓ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଲାପରେ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ସୁଭାଷ ଚନ୍ଦ ବୋଷ, ଆମ୍ବେଦକର, ଇନ୍ଦିରା ଗାନ୍ଧୀ, ମଧୁ ବାବୁ, ପଣ୍ଡିତ ଗୋପବନ୍ଧୁ ଦାସ ଓ କୃଷ୍ଣଚନ୍ଦ୍ର ଗଜପତି ସମେତ ରାଷ୍ଟ୍ରନାୟକଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମବେତ ହଜାର ହଜାର କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ଦାସ କହିଥିଲେ ଯେ ଆସନ୍ତା ଦିନରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ।

ଆସନ୍ତା ୨୦ ଦିନ ମଧ୍ୟରେ ସାରା ରାଜ୍ୟରେ କଂଗ୍ରେସର ପ୍ରଚାର ଅତି ଦୃତ ଗତିରେ ଆଗେଇଯିବ। ଓଡ଼ିଶାର ଜନସାଧାରଣ ଉଭୟ ବିଜେଡ଼ି ଓ ବିଜେପିର ମିଳିତ ସରକାରଙ୍କୁ ୨୫ ବର୍ଷ ଧରି ଏ ରାଜ୍ୟରେ ଶାସନ କରିବାର ସୁଯୋଗ ଦେଲେ। କିନ୍ତୁ ଏ ରାଜ୍ୟ କୌଣସି କ୍ଷେତ୍ରରେ ଆଜି ସ୍ୱାବଲମ୍ବି ହୋଇପାରିଲା ନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉତ୍କଟ। ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ବେକାରୀ ସମସ୍ୟା ଆଜି ଶୀର୍ଷ ସ୍ତରରେ ପଂହଚିଛି। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାପାଇଁ ବାହାରକୁ ଯାଉଛନ୍ତି। ଦୀର୍ଘ ୨୪ ବର୍ଷ ଭିତରେ ରାଜ୍ୟର କୃଷକମାନଙ୍କର ଆୟକୁ ବୃଦ୍ଧି କରାଯାଇ ପାରିଲାନାହିଁ।

ରାଜ୍ୟର ଆଦିବାସୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଶିକ୍ଷା ପାନୀୟ ଜଳ, ରୋଜଗାର ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ। କିନ୍ତୁ ଏ ସରକାର କେବଳ ଗଣମାଧ୍ୟମରେ ବିକାଶ ହୋଇଛି ବୋଲି କହି ବାହା ବାହା ନେବାକୁ ପଛାଉନାହାନ୍ତି। ଓଡ଼ିଶାର ଜନସାଧାରଣ ଆଜି ସଜାଗ ହୋଇଛନ୍ତି ଏମାନଙ୍କ ସମ୍ପର୍କ କେବଳ ଓଡ଼ିଶାର ସମ୍ପତିକୁ ଲୁଟ କରିବାପାଇଁ କିନ୍ତୁ ଓଡ଼ିଶାର ବିକାଶ ଏମାନଙ୍କ ଚିନ୍ତାରେ ନାହିଁ। ଆଉ କେତେବର୍ଷ ଶାସନ କଲାପରେ ଓଡ଼ିଶାର ମୌଳିକ ସମସ୍ୟାକୁ ସମାଧାନ କରାଯାଇପାରିଥାନ୍ତା। ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଇବାର ଯୁଗ ଶେଷ ହେଲା। ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଓଡ଼ିଶାରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବ। ଯେଉଁମାନଙ୍କର କଂଗ୍ରେସ ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ଅଛି ସେମାନେ କଂଗ୍ରେସ ଦଳକୁ ଫେରିଆସନ୍ତୁ।

ଆଜିର କାର୍ଯ୍ୟକ୍ରମରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ରମେଶ ଜେନା, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ନକୁଳ ନାୟକ, ବିଶ୍ୱଜିତ ଦାଶ, ରଣଜିତ ପାତ୍ର, ୟାସିର ନୱାଜ, ଅମିୟ ପାଣ୍ଡବ, ବଳଭଦ୍ର ମାଝୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ହଳଧର ସେଠୀ, ରଜନୀ ମହାନ୍ତି, ନିପନ ଦାସ, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ସୁଦର୍ଶନ ଦାସ, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, ଶୁଭଦ୍ରା ମିଶ୍ର, ସ୍ନେହା ଜେନା, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ନିହାର ବେହେରା, ଶାନ୍ତାୟନ ମିଶ୍ର, ଶିଶିର ରଥ, ବଟକୃଷ୍ଣ ରାଉତରାୟ, ବିଂରଚି ବାରିକ, ଅମରେଶ ପରିଡ଼ା, ବିକାଶ ପଶୁପାଳକ, ବଳରାମ ନନ୍ଦ, ସୁଦିପ ସାମଲ, ମହମ୍ମଦ ପରଭେଜନ, ସୁନିଲ ସାହୁ ଗାନ୍ଧୀ, କାର୍ତିକେଶ୍ୱର କାଣ୍ଡି, ଉଦ୍ଦିତ ପ୍ରଧାନ, ସ୍ପନ୍ଦନ ସ୍ୱାଇଁ, ସାଗର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Election2024 odishaelection2024 ଓଡିଶାନିର୍ବାଚନ2024 କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.