Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ
ଆଜିର ଖବର

ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ

April 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ଚ଼େତନା ଅନୁଷ୍ଠାନ ପକ୍ଷରୁ ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଚ଼େତନା ସ୍ବତନ୍ତ୍ର ବିଦ୍ୟାଳୟର‌ ବିଦ୍ୟାର୍ଥୀ ମାନେ ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ତା’ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

ସଭା ପ୍ରାରମ୍ଭରେ ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟଭୁଷଣ ମହାପାତ୍ର ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ।

ଅତିଥି ଭାବେ ଖ୍ୟାତନାମା ମନସ୍ତତ୍ତ୍ୱବିଦ୍ ତଥା ଚ଼େତନା ଅନୁଷ୍ଠାନ ପରିଚାଳନା କମିଟି ସଦସ୍ୟ ପ୍ରଫେସର ଡ଼ଃ ଗୋପାଳ କୃଷ୍ଣ ନନ୍ଦ, ସମ୍ ଅଲଟିମେଟ ମେଡ଼ି କେୟାରର‌ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବିରାଜ ମୋହନ ମିଶ୍ର, ୟୁଜିସି, ୟୁପିଏସସି, ଏଆଇସିଟିଇ ର ମୁଖପାତ୍ର ପ୍ରଫେସର ଡ଼ଃ ଜ୍ୟୋତିର୍ମୟ ମହାପାତ୍ର, ସମାଜସେବୀ ତଥା ଶିଶୁ ବିକାଶ ପରାମର୍ଶଦାତା ପ୍ରଫେସର ପି.ଯଶୋଧାରା, ସମାଜ ସେବୀ ତଥା ଆଇନଜୀବୀ ମନସ୍ମିତା ଜେନା ଯୋଗ ଦେଇ ସ୍ବପରାୟଣତା କ’ଣ, ତାହା କିପରି ରୋକାଯାଇପାରିବ, ଅଟିଜିମ୍ ବିଦ୍ୟାର୍ଥୀ ମାନଙ୍କ ସହ ଉତ୍ତମ ବ୍ୟବହାର ଓ ମିଳାମିଶା କଲେ, ସେମାନଙ୍କର ଉନ୍ନତି ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ। ଅଟିଜିମ ବିଦ୍ୟାର୍ଥୀ ମାନଙ୍କୁ କେମିତି ଶିକ୍ଷା ଦିଆଯାଇପାରିବ, ସେହି ବିଷୟରେ ପରାମର୍ଶ ଦେବା ସହ ସଚ଼େତନତା ବାର୍ତ୍ତା ଅତିଥି ମାନେ ଦେଇଥିଲେ।

ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ସ୍ବତନ୍ତ୍ର ଶିକ୍ଷା ବିଭାଗୀୟ‌ ମୁଖ୍ୟ ପ୍ରଫେସର ଡ଼ଃ ଭାଗିରଥି ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ ଚ଼େତନା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିବସକୁ ପାଳନକରିବା ଏବଂ ସାମାଜିକ ସଚେତନତା କରିବା ଉଦେଶ୍ୟରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ବିଦ୍ୟାର୍ଥୀ ଇଷତ ନୀଳ ରଙ୍ଗର ପୋଷାକ ପରିଧାନ କରିଥିଲେ ଏଥିସହିତ ସଂପୂର୍ଣ୍ଣ ଚେତନା ଅନୁଷ୍ଠାନକୁ ଇଷତ ନୀଳ ରଙ୍ଗର ପତାକା ଏବଂ ଇଷତ ନୀଳ ରଙ୍ଗର ଆଲୋକରେ ସୁସଜିତ କରାଯାଇଥିଲା।

ଚ଼େତନା ଅନୁଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ୨୪ ତାରିଖ ବୁଧବାରରେ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବେ ସାତଟି ରାଶି

December 24, 2025

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025
Latest News

ବିସ୍ତୃତ ରାଶିଫଳ: ୨୪ ତାରିଖ ବୁଧବାରରେ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବେ ସାତଟି ରାଶି

December 24, 2025

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.