Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉମାମହେଶ୍ବର ଦେବଙ୍କ ପୀଠରେ ଶମ୍ଭୁ ମିଳନ, ଅଧ ରାସ୍ତାରୁ ଫେରିଲେ ସିଂହନାଥ ଦେବ
ଆଞ୍ଚଳିକ

ଉମାମହେଶ୍ବର ଦେବଙ୍କ ପୀଠରେ ଶମ୍ଭୁ ମିଳନ, ଅଧ ରାସ୍ତାରୁ ଫେରିଲେ ସିଂହନାଥ ଦେବ

April 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ସୋମବାର ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ପୀଠରେ ଷୋହଳତମ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ବ୍ୟାପି ମହାବିଷୁବ ସଂକ୍ରାନ୍ତି ଅବସରରେ ରବିବାର ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତ୍ରରେ ବାଜା, ରୋଷଣୀ, ପାଟପଟୁଆରରେ ଆଖପାଖ ଅଞ୍ଚଳର ୧୬ ଦେବ ଦେବୀଙ୍କ ବିଜେ ପ୍ରତିମା ବିମାନରେ ଆଗମନ ହୋଇ ନିଜ ନିଜ ଆସ୍ଥାନରେ ବିରାଜମାନ ହୋଇଥିଲେ। ମାତ୍ର ମେଳଣ ପଡିଆକୁ ବିମାନ ଯିବା ସମୟରେ କୌଣସି ବିବାଦ ନେଇ ଉମାମହେଶ୍ବର ରାସ୍ତାରେ ବିଶୃଙ୍ଖଳା ଦେଖାଦେଇଥିଲା। ଯାହାଫଳରେ ସିଙ୍ଗେଶ୍ୱର ବିଜେ ସିଂହନାଥ ଦେବ ଅଧ ରାସ୍ତାରୁ ପ୍ରତ୍ୟାବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ଭୋଗ ଲାଗି କରାଯାଇ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପରେ ସମସ୍ତ ବିଜେ ପ୍ରତିମାଙ୍କ ନିକଟରେ ମେଳଣ ଭୋଗ ଲାଗି କରି ମେଳଣ ପର୍ଵ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଦେବ ଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।

ଉକ୍ତ ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ନିମିକ୍ଷେତା ବିଜେ ନୀଳକଣ୍ଠେଶ୍ୱର ଦେବ, ବଡ଼କୁଳ ବିଜେ ଚନ୍ଦ୍ରଶେଖର ଦେବ, ଦୋଳମୁଣ୍ଡାଇ ବିଜେ ବାଲୁଙ୍କେଶ୍ୱର ଦେବ, ମଙ୍ଗରାଜପୁର ବିଜେ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଗୁପ୍ତେଶ୍ଵର ଦେବ, ସାମନ୍ତରାପୁର ବିଜେ ଦଧିବାମନ ଦେବ, ପାଟଣା ସାହି ବିଜେ ଗୋପାଳଜିଉ ଦେବ, ବାଲୁଗାଁ ବିଜେ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ରାଧା ଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ, ଗୁଣ୍ଡୁରିପୁରୁ ମା ଜାଗୁଳାଇ, ବାଲୁଗାଁ ବଜାର ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପର୍ଵ ସୁରୁଖୁରୁରେ ହୋଇଥିବା ବେଳେ ଦର୍ଶକଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଟ୍ରଷ୍ଟି,ମନ୍ଦିର କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।

ଚିଲିକା ବାଲୁଗାଁ ଶମ୍ଭୁ ମିଳନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

June 4, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026
Latest News

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.