ବାଣପୁର କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ

Published: Jun 8, 2024, 2:16 pm IST

ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ସୂଚନା ମୁତାବକ ପ୍ରତାପ ଗ୍ରାମ ହରିଜନ ସାହି ମନିଆ ନାୟକ(75) ସବୁଦିନ ପରି ଆଜି ସକାଳୁ ନିକଟସ୍ଥ ଶାଳିଆ କେନାଲରେ ଶୌଚ ପାଇଁ ଯାଇଥିଲେ।

ତେବେ ଅସାବଧାନତା ବଶତଃ କେନାଲ ମଧ୍ୟକୁ ଖସିପଡ଼ିଥିବା ସ୍ଥାନୀୟ ଅଂଚଳବାସି କହିଛନ୍ତି। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ମନିଆଙ୍କ ଶବକୁ କେନାଲ ମଧ୍ୟରୁ ଉଦ୍ଧାର କରି ବାଣପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଦେଇଛି। ତେବେ ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।

Related posts