ବାଣପୁର ନିକଟସ୍ଥ ଆୟତପୁର ଗ୍ରାମରେ ପାଳିତ ହେଲା ଶୀତଳ ଷଷ୍ଠୀ

Published: Jun 13, 2024, 2:59 pm IST

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଆୟତପୁରରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଶୀତଳ ଷଷ୍ଠୀ ଯାତ୍ରା। ପ୍ରଭୃ ବେଲେଶ୍ବରଙ୍କ ନିକଟରେ ଏହି ଉତ୍ସବ ବହୁ ବର୍ଷ ଧରି ପାଳନ କରାଯାଇଆସୁଛି। ସେହି ଅଞ୍ଚଳରେ ବେଲେଶ୍ବର ଶୀତଳ ଷଷ୍ଠୀ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ ହୋଇଥାଏ।

ପରଂପରା ଅନୁସାରେ ଶିବ ଏବଂ ମା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ବହୁ ସମୟ ଧରି ଏହି ବିବାହ ଉତ୍ସବ ଆୟୋଜିତ ହୋଇଥାଏ। ଏହାପରେ ମା ପାର୍ବତୀଙ୍କୁ ସାଥିରେ ଧରି ଦେବଦେବ ମହାଦେବ ବେଲେଶ୍ବର ଶୋଭଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥାନ୍ତି। ଏହି ସମୟରେ ପାରଂପାରିକ ବାଦ୍ୟ ଓ ନୃତ୍ୟ ପରିବେଷଣ କରାଯାଇଥାଏ।

Related posts