Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରୀୟ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ସହ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ବୁଝାମଣାପତ୍ର ସ୍ୱାକ୍ଷରିତ
ଜାତୀୟ ଖବର

କେନ୍ଦ୍ରୀୟ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ସହ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ବୁଝାମଣାପତ୍ର ସ୍ୱାକ୍ଷରିତ

July 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ରୀୟ ଟୁଲ୍‌ ରୁମ୍‌
କେନ୍ଦ୍ରୀୟ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ସହ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ସରକାରୀ ବାରକୋଟ୍‌ ଆଇଟିଆଇ ଓ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍‌ନିକ୍‌ଠାରେ ମିନି ଟୁଲ୍‌ ରୁମ୍‌ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ରେଘୁ ଜି ଏବଂ ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସିର ସାଧାରଣ ପରିଚାଳକ ଶ୍ରୀ ଏଲ୍‌. ରାଜଶେଖରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି।

ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌ (ଓମ୍‌ବାଡ୍‌ସି) ଏଥି ପାଇଁ ୫ କୋଟି ଟଙ୍କା ଅନୁଦାନ କରିଛି। ଏହା ଦ୍ୱାରା ଉଭୟ କେନ୍ଦ୍ରରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ପାଇପାରିବେ।

ଯୁବକଯୁବତୀମାନଙ୍କର ଦକ୍ଷତା ବିକାଶ ହେବା ସହ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ହୋଇ ସେମାନେ ନିଜକୁ ରୋଜଗାରକ୍ଷମ କରିପାରିବେ। ଏତଦ୍‌ବ୍ୟତୀତ ପ୍ରଶିକ୍ଷକମାନଙ୍କର ଉତ୍ପାଦିକତା କ୍ଷେତ୍ରରେ ପୁନଃଦକ୍ଷତା ଓ ଉଚ୍ଚତର ଦକ୍ଷତା କ୍ଷମତା ମଧ୍ୟ ହାସଲ ହୋଇପାରିବ।

କେନ୍ଦ୍ରୀୟ ଯାନ୍ତ୍ରିକ ଓ ପ୍ରଶିକ୍ଷଣ କେନ୍ଦ୍ର ବା ସିଟିଟିସି କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅଟେ। ଏହି ଅନୁଷ୍ଠାନ ଓମ୍‌ବାଡ୍‌ସି ଅଧିନସ୍ଥ ସରକାରୀ ପଲିଟେକ୍‌ନିକ୍‌ ଯାଜପୁର ଓ ଦେବଗଡ଼ର ବାରକୋଟ ସରକାରୀ ଆଇଟିଆଇକୁ ଅଧିସ୍ୱୀକୃତି ପ୍ରଦାନ କରିବ। ଏହାଛଡ଼ା କମ୍ପୁ୍ୟଟର ନୁ୍ୟମରିକାଲ କଣ୍ଟ୍ରୋଲ ମିଲିଂ ଓ ଟର୍ଣ୍ଣିଂ ପାଇଁ ଯେଉଁ ପ୍ରଶିକ୍ଷଣ ଦିଆଯାଏ ତାହାକୁ ସାର୍ଟିଫିକେଟ ପ୍ରଦାନ କରିବ।

ଉତ୍ପାଦିକତା ଦେଶର ଅର୍ଥନୀତି ଓ ସାମଗି୍ରକ ଅଭିବୃଦ୍ଧିର ମୁଖ୍ୟ ଇଞ୍ଜିନ୍‌ ବୋଲି ପରିଗଣିତ ହୋଇଛି। ଦେଶରେ ଆବଶ୍ୟକୀୟ ଜିଡିପି ଅଭିବୃଦ୍ଧି ପାଇଁ ଉତ୍ପାଦିକତା ଅଭିବୃଦ୍ଧି ସିଧାସଳଖ ସଂପୃକ୍ତ ଅଟେ। ଜଗତିକରଣକୁ ସାମ୍‌ନା କରିବାକୁ ହେଲେ ଏକ ନିରନ୍ତର ଅଭିବୃଦ୍ଧି ଏବଂ ପ୍ରତିଯୋଗିତାମୂଳକ ଉତ୍ପାଦିକତା କ୍ଷେତ୍ର ପ୍ରସ୍ତୁତ ହେବା ଆବଶ୍ୟକ।

ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉତ୍ପାଦିକତାର ଏକ ମୂଲ୍ୟବାନ ଅବଦାନ କହିଲେ ଅତୁ୍ୟକ୍ତି ହେବ ନାହିଁ। ତଥାପି ଏମ୍‌ଏସ୍‌ଏମ୍‌ଇ ଓ ବୃହତ୍‌ ଶିଳ୍ପ ମଧ୍ୟରେ ଥିବା ସମସ୍ତ ସୁବିଧାସୁଯୋଗ ସୁଦକ୍ଷ ମାନବସମ୍ବଳ ସହ ଯଥେଷ୍ଟ ନୁହେଁ।

ସେଥିପାଇଁ ଓଡ଼ିଶା ସରକାର ପୂର୍ବରୁ ଅନେକ ଟୁଲ୍‌ ରୁମ୍‌ ସହ ବର୍ତ୍ତମାନ ୨ଟି ଟୁଲ୍‌ ରୁମ୍‌ର ସମ୍ପ୍ରସାରଣ କରିଛନ୍ତି । ଏହି ମିନି ଟୁଲ୍‌ ରୁମ୍‌ରେ ମେସିନାରୀ ଓ ଟ୍ରେନିଂ ଉଭୟ ସୁବିଧା ରହିବ। ମେସିନାରୀ ଟ୍ରେନିଂ, ଆଧୁନିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଦ୍ୱାରା ଦକ୍ଷ ମାନବସମ୍ବଳ ସୃଷ୍ଟି ହୋଇପାରିବ।

ଉଷା ପାଢୀ
Share. Facebook Twitter LinkedIn Email WhatsApp Copy Link

Related Posts

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Latest News

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.