Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

August 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଗୁଡିକ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ଶ୍ରୀ ମହାପାତ୍ର ନିକଟରେ ବାଣପୁର ଉପ କାରାଗାର ପରିଦର୍ଶନ କରି ବନ୍ଦୀ ମାନଙ୍କ ଅଧିକାର ବିଷୟରେ ସେମାନଙ୍କୁ ସଚେତନ କରାଇଥିଲେ। ତତସହିତ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରବଧାନ ଥିବା ସୁବିଧା ଗୁଡିକ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ।

ଅନୁରୂପ ଭାବେ ଗତକାଲି ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଓଡିଶା ହାଇକୋର୍ଟ ଭିଡିଓ କନଫରେନସିଂ ଦ୍ୱାରା କିପରି ରାଜ୍ୟର ଅନ୍ୟ କୋର୍ଟମାନେ ଲାଭବାନ ହେଉଛନ୍ତି,ସୁପ୍ରିମକୋର୍ଟ ର ଇଂରାଜୀ ଭାଷାକୁ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଦ୍ୱାରା କିପରି ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି, କୋର୍ଟଗୁଡିକୁ ପ୍ରଦାନ କରାଯାଇଥିବା ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସୁବିଧା ଏବଂ ଦେୱାନୀ ମାମଲାଗୁଡିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମଧ୍ୟସ୍ଥତା ଅଧିନିୟମ, ୨୦୦୭  ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସେହିପରି ଭାବେ ଆଜି ବାଣପୁର ବ୍ଲକ ସଭାଗୃହରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ବିଚାରପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି. ପଦ୍ମନାଭ ଦୋରା, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ,ଆଇନଜୀବୀ ବିଭୁତି ନାୟକ, ସନ୍ତୋଷ ମହାପାତ୍ର, ସୀତାରାମ ଅଗ୍ରୱାଲ ଯୋଗଦେଇଥିଲେ।

ଉକ୍ତ ସଚେତନତା ଶିବିରରେ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ। ସେମାନଙ୍କୁ ବିଚାରପତି ଶ୍ରୀ ମହାପାତ୍ର ତାଲୁକ ଆଇନ ସେବା ବିଷୟରେ ଅବଗତ କରାଇଥିଲେ ଏବଂ ଯେକୌଣସି ଅସହାୟ ନାଗରିକ ଉକ୍ତ ଆଇନର ଆଶ୍ରୟ ନେଇ ନିଃଶୁଳ୍କ ଭାବେ କୋର୍ଟରେ ନିଜର ଅଧିକାର ପାଇଁ ଲଢେଇ କରିପାରିବ ବୋଲି କହିଥିଲେ।

ସେହିପରି ବିଡିଓ ଏବଂ ତହସିଲଦାର ବିଭିନ୍ନ ସରକାରୀ ଯୋଜନା ଏବଂ ସରକାରୀ ସୁବିଧା ବିଷୟରେ ଜନପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ପରିଶେଷରେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ‘ସୁଭଦ୍ରା’ ର ଗାଇଡଲାଇନ ବିଷୟରେ ବିସ୍ତୃତ ଭାବେ ଜନପ୍ରତିନିଧିଙ୍କୁ ଅବଗତ କରାଇଥଲେ ବିଡିଓ ଶ୍ରୀମତୀ ଅଗ୍ରୱାଲ।

ତାଲୁକ ଆଇନ ସେବା ସମିତି ବାଣପୁର ସଚେତନତା କାର୍ଯ୍ୟକ୍ରମ ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Latest News

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.