ଜୁଆ ଆଡ୍ଡା ଉପରେ ଚଢାଉ: ୬ ଜୁଆଡ଼ି ଗିରଫ, ୨ଲକ୍ଷ ୧୮ ହଜାର ଜବତ

Published: Oct 6, 2024, 12:18 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବାସୁଦେବ ନଗର ତୃତୀୟ ଲାଇନ ସ୍ଥିତ ଏକ ଆପାଟମେଣ୍ଟରେ ଚାଲି ଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ବୈଦ୍ୟନାଥପୁର ଥାନା ଅଧିକାରୀଣି ସୁଚିତ୍ରା ପରିଡ଼ାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇ ୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨ଲକ୍ଷ ୧୮ ହଜାର ୩୪୦ ଟଙ୍କା, ୬ଟି ମୋବାଇଲ ୩ଟି ମୋଟରସାଇକେଲ ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

Related posts