ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

Published: Oct 10, 2024, 11:22 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ କିମ୍ଭିରିପଡାସ୍ଥିତ ବରିଷ୍ଠ ନାଗରିକ ଆବାସ ସେବାଶ୍ରମ, ବିଶ୍ୱଜୀବନ ସେବା ସଙ୍ଘ ଠାରେ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମେରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ମାନସିକ ଅନଗ୍ରସର, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସରକାରୀ ସହାୟତା ସମ୍ବନ୍ଧୀୟ ବିଭିନ୍ନ ଆଇନ ବିଷୟରେ ଆଲୋଚନା କରିଥିଲେ। ଅପରାହ୍ନରେ ବରିଷ୍ଠ ନାଗରିକ ଆବାସରେ ବାସ କରୁଥିବା ଅନ୍ତେବାସୀଙ୍କୁ ମିଳିମିଶି ପରିବାର ପରି ଚଳିବା ପାଇଁ ବିଚାରପତି ପରାମର୍ଶ ଦେଇଥିଲେ।

ଆଇନ ଅନୁଯାୟୀ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ତଥା ତାଙ୍କ ଥଇଥାନ କରିବା ଦାୟିତ୍ୱ ସରକାରଙ୍କ ଏବଂ ଏଥିନିମନ୍ତେ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଦାଇତ୍ୱ ଦିଆଯାଇଛି। ଯଦି କୌଣସି ମାନସିକ ବିକାରଗସ୍ତ ବ୍ୟକ୍ତି ତଥା ବରିଷ୍ଠ ନାଗରିକ ମାନେ ଆଇନଗତ ସହାୟତା ନେବାକୁ ଚାହିଁବେ ତେବେ ସେମାନେ ତାଲୁକ ଆଇନ ସେବା କମିଟି ମାଧ୍ୟମରେ ସହାୟତା ପାଇପାରିବେ ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବାଣପୁର ଓକିଲ ସଂଘର ସମ୍ପାଦକ ରଞ୍ଜନ କୁମାର ବେଦମତା, ଆଇନଜୀବି ଅଶୋକ ପାଇକରାୟ, ସମାଜସେବୀ ସୁକାନ୍ତ ବିଶ୍ୱାଳ ଆଦି ଯୋଗ ଦେଇଥିଲେ।

ଅନୁରୂପ ଭାବେ ବାଣପୁର କୋଟ କର୍ମଚାରୀ, ବିଶ୍ୱ ଜୀବନ ସେବା ସଂଘର ମ୍ୟାନେଜର ଜୟ କୃଷ୍ଣ ପଟ୍ଟନାୟକ ଏଥିରେ ସହଯୋଗ କରିଥିଲେ। ପରିଶେଷରେ ବାଣପୁର ଓକିଲ ସଂଘର ଉପସଭାପତି ରାମ ଚନ୍ଦ୍ର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

Related posts