ଭାରତ ସହ ବିବାଦ ମଧ୍ୟରେ ନିଜ ଘରେ ଆରମ୍ଭ ହେଲା ବିରୋଧ: କାନାଡା ପିଏମଙ୍କ ଇସ୍ତଫା ଦାବି କଲେ ଦଳୀୟ ସାଂସଦ

Published: Oct 16, 2024, 6:36 pm IST

ନୂଆଦିଲ୍ଲୀ: ଭାରତ ସହ ବିବାଦ ମଧ୍ୟରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଘରେ ବିରୋଧ କରାଯାଇଥିବା ଦେଖାଦେଇଛି। ତାଙ୍କ ସାଂସଦ ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ଅସନ୍ତୁଷ୍ଟ ଲିବରାଲ୍ ସାଂସଦ ଗୋଷ୍ଠୀମାନେ ତାଙ୍କୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ଦୀର୍ଘ ଦିନର ଲିବରାଲ୍ ସାଂସଦ ସିନ କେସି ଟ୍ରୁଡୋଙ୍କୁ ସର୍ବସାଧାରଣରେ ସମାଲୋଚନା କରିଛନ୍ତି।

ସିବିସି ନ୍ୟୁଜ୍ ନେଟୱାର୍କର ଡେଭିଡ କୋକ୍ରେନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଉଚ୍ଚ ସ୍ୱରରେ ଯେଉଁ ବାର୍ତ୍ତା ଦେଉଛି ତାହା ସ୍ପଷ୍ଟ ଏବଂ ସମୟ ଯେତିକି ପାଖେଇ ଆସୁଛି ଟ୍ରୁଡୋଙ୍କ ଯିବାର ସମୟ ଆସୁଛି ଏବଂ ମୁଁ ଏଥିରେ ସହମତି ଅଟେ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରୁଡୋ ଇସ୍ତଫା ଦେବା ଉଚିତ କାରଣ ସେ ଭୋଟରଙ୍କଠାରୁ ଶୁଣିଛନ୍ତି ଯେ ସେମାନେ ତାଙ୍କୁ (ପ୍ରଧାନମନ୍ତ୍ରୀ) ଅଣଦେଖା କରିଛନ୍ତି ଏବଂ ସେ ଚାଲିଯିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟରମାନେ ଟ୍ରୁଡୋଙ୍କୁ “ଅଣଦେଖା” କରିଛନ୍ତି। ସେହି ବାର୍ତ୍ତାଳାପରେ ସେ କହିଛନ୍ତି ଯେ, ବିଗତ ନଅ ବର୍ଷ ମଧ୍ୟରେ ଟ୍ରୁଡୋଙ୍କ କାର୍ଯ୍ୟ ପ୍ରକୃତରେ ପରିବର୍ତ୍ତନଶୀଳ ହୋଇଥିଲେ ମଧ୍ୟ ଭୋଟରମାନେ ତାଙ୍କ କଥା ଶୁଣୁ ନାହାଁନ୍ତି।

କେସି ପ୍ରଥମ ସାଂସଦ ଅଟନ୍ତି, ଯିଏ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ନିର୍ବାଚନ ପୂର୍ବରୁ ଇସ୍ତଫା ଦେବା ଏବଂ ଲିବରାଲ୍ ମାନଙ୍କୁ ଲଢିବାକୁ ସୁଯୋଗ ଦେବା ପାଇଁ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ସାଂସଦ ତାଙ୍କ ଇସ୍ତଫା ଦାବି କରିଛନ୍ତି କିନ୍ତୁ ଏହାକୁ ସର୍ବସାଧାରଣରେ କେହି କହି ନାହାଁନ୍ତି।

Related posts