Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ଅପରାଧ

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Tragic Outcome of One-Sided Love: College Student's Blood-Stained Body Recovered from Inside a House
Tragic Outcome of One-Sided Love: College Student's Blood-Stained Body Recovered from Inside a House

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗ୍ରାମରେ ଏକ ଅଭାବନୀୟ ଏବଂ ଲୋମହର୍ଷକ କାଣ୍ଡ ଘଟିଯାଇଛି। ଏକତରଫା ପ୍ରେମ ପ୍ରସ୍ତାନ ପ୍ରତ୍ୟାଖ୍ୟାନକୁ କେନ୍ଦ୍ର କରି ଜଣେ କଲେଜ ଛାତ୍ରୀଙ୍କୁ ଘର ଭିତରେ ଅତି ନିର୍ମୟ ଭାବେ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାରୀମାନେ ଯୁବତୀଙ୍କୁ ହତ୍ୟା କରିବା ପରେ ଘର ନିକଟସ୍ଥ ଏକ ଜଳାଶୟରେ ମୃତଦେହକୁ ଫିଙ୍ଗିଦେଇ ଫେରାର ହୋଇଯାଇଛନ୍ତି। ଏହି ମର୍ମନ୍ତୁଦ ଘଟଣା ସମଗ୍ର ଜିଲ୍ଲାରେଡ଼ ଆତଙ୍କ ଏବଂ ବ୍ୟାପକ ସ୍ତବ୍ଧତା ସୃଷ୍ଟି କରିଛି।

ମୃତ ଛାତ୍ରୀ ଜଣକ ମାର୍ଶାଘାଇର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ତୃତୀୟ ବର୍ଷରେ ଅଧ୍ୟୟନ କରୁଥିଲେ। ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୀର୍ଘଦିନ ଧରି ତାଙ୍କୁ ଏକତରଫା ଭାବେ ପ୍ରେମ ନିବେଦନ କରିଆସୁଥିଲେ। ରାସ୍ତାରେ ଯିବାଆସିବା ସମୟରେ ବାରମ୍ବାର ଉତ୍ତକ୍ଷେପ କରିବା ସହ ବିଭିନ୍ନ ପ୍ରକାରେ ପ୍ରେମ ଜାଲରେ ଫସାଇବା ପାଇଁ ଯୁବକ ଜଣକ ଚେଷ୍ଟା ଚଳାଇଥିଲେ। କିନ୍ତୁ ଛାତ୍ରୀଜଣକ ତାଙ୍କର ଏପରି କୁପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ବାରମ୍ବାର ପ୍ରେମ ନିବେଦନରେ ବିଫଳ ହେବା ଫଳରେ ଯୁବକଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଇଥିଲା ଏବଂ ଏହି କାରଣରୁ ଏପରି ଜଘନ୍ୟ କାଣ୍ଡ ଘଟିଥିବା ନେଇ ସାଧାରଣରେ ବ୍ୟାପକ ଚର୍ଚ୍ଚା ହେଉଛି। ଘଟଣାଦିନ ଅର୍ଥାତ୍ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଜଣେ ଯୁବକ ଏକ ସ୍କୁଟିରେ ଆସି ଛାତ୍ରୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହିତ ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ସାମିଲ ଥିବା କୁହାଯାଉଛି। ସେହି ସମୟରେ ଘରେ ଛାତ୍ରୀଙ୍କ ମାଆ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବାବେଳେ ବାପା କୌଣସି କାମରେ ବାହାରକୁ ଯାଇଥିଲେ ଏବଂ ଦୁଇ ଭାଇ ମଧ୍ୟ ବାହାରେ ରୁହନ୍ତି। ମୁଖ୍ୟ ବାସଗୃହଠାରୁ ଅନତି ଦୂରରେ ସେମାନଙ୍କର ରୋଷେଇ ଘର ରହିଥିଲା। ଶୁକ୍ରବାର ରାତିରେ ଯୁବତୀଜଣକ ଏକାକୀ ରୋଷେଇ ଘରେ କାମ କରୁଥିବାବେଳେ ଦୁର୍ବୃତ୍ତମାନେ ସୁଯୋଗ ବୁଝି ସେଠାରେ ପହଞ୍ଚିଥିଲେ।

ରୋଷେଇ ଘର ଭିତରେ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁର୍ବୃତ୍ତମାନେ ଏକ ଧାରୁଆ ଛୁରୀରେ ତାଙ୍କର ଗଳା କାଟି ହତ୍ୟା କରିଥିଲେ। ଘର ଭିତରେ ରକ୍ତର ଛିଟା ପଡ଼ିଥିବା ଏବଂ ଏକ ଛୁରୀ ପଡ଼ିଥିବାରୁ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ସ୍ପଷ୍ଟ ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ଅପରାଧୀମାନେ ମୃତଦେହକୁ ଟାଣିନେଇ ନିକଟସ୍ଥ ଜଳାଶୟରେ ଫିଙ୍ଗିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରାତି ପ୍ରାୟ ୯ଟା ପରେ ଯୁବତୀଙ୍କ ବାପା ଘରକୁ ଫେରି ଝିଅକୁ ଘରେ ନଥିବା ଦେଖି ଚିନ୍ତାରେ ପଡ଼ିଥିଲେ। ପରିବାରବର୍ଗ ଓ ଆଖପାଖର ଲୋକେ ବହୁତ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଶେଷରେ ଏନେଇ ସ୍ଥାନୀୟ ଥାନାରେ ଖବର ଦିଆଯାଇଥିଲା। ଶନିବାର ସକାଳ ସମୟରେ ଘର ନିକଟରେ ଥିବା ଜଳାଶୟରୁ ଛାତ୍ରୀଙ୍କ ଭସାମାଣ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକଙ୍କ ସମେତ ପୁଲିସ ପ୍ରଶାସନ, ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ମାର୍ଶାଘାଇ ଥାନାରେ କେଶ୍ ନଂ 453/26 ରେ ଏକ ମାମଲା ରୁଜୁ କରାଯାଇଛି। ଗତ କିଛି ଦିନ ହେବ ଜିଲ୍ଲାରେ ମହିଳା ଓ ଯୁବତୀମାନଙ୍କୁ ଆକ୍ରମଣ ଏବଂ ନିର୍ମମ ଭାବେ ହତ୍ୟା କରାଯିବା ଭଳି ଘଟଣାଗୁଡ଼ିକ ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦ୍ରାପଡା ଜିଲ୍ଲା ଲୋମହର୍ଷକ କାଣ୍ଡ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026
Latest News

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.