Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧
ଆଜିର ଖବର

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧
ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

ନୂଆଦିଲ୍ଲୀ: କେପଟାଉନ ନ୍ୟୁଲାଣ୍ଡସରେ ଦକ୍ଷିଣ ଆଫ୍ରିକା ଇତିହାସ ରଚିଛି। ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୧୭୬ ରନରେ ପରାସ୍ତ କରି ଟେମ୍ବା ବାଭୁମାଙ୍କ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଜିତି ନେଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ବିଶ୍ୱର ନମ୍ବର-୧ ଟିମ୍ ହୋଇଛି।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୦୦ ରନ ପଛରେ ଥିଲା। ଦ୍ୱିତୀୟ ଇନିଂସରେ ୧୮୧ ରନରେ ୫ ୱିକେଟ ହରାଇ ମାତ୍ର ୮୧ ରନ ଆଗରେ ଥିଲା। ଲାଗୁଥିଲା ଅଷ୍ଟ୍ରେଲିଆ ମ୍ୟାଚ୍ ଜିତିଯିବ, କିନ୍ତୁ ରିୟାନ ରିକେଲଟନ ଏବଂ ୱିଆନ ମୁଲଡରଙ୍କ ଶତକ ମ୍ୟାଚର ମୋଡ଼ ବଦଳାଇ ଦେଲା।

ପ୍ରଥମେ ଟସ୍ ହାରି ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୨୯ ରନ କରିଥିଲା। ଏଡେନ ମାର୍କରମ ୭୮ ଏବଂ ମାର୍କସ ଏକରମାନ ୯୫ ରନ କରି ୧୫୮ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ମାର୍କୋ ୟାନସେନ ୫୨, ରିକେଲଟନ ୪୨ ରନ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୬ ୱିକେଟ ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ୪୨୯ ରନ କରି ୧୦୦ ରନର ଲିଡ୍ ନେଇଥିଲା। ଜୋଶ ଇଂଲିସ ୧୦୨, ଆଲେକ୍ସ କ୍ୟାରୀ ୮୦, ମାଟ ରେନସ ୭୪, କ୍ୟାମେରନ ଗ୍ରୀନ ୬୫ ରନ କରିଥିଲେ।

ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ଦମଦାର କମବ୍ୟାକ୍। ରିକେଲଟନ ୧୦୧ ଏବଂ ମୁଲଡର ୧୧୫ ରନ କରି ୬ଷ୍ଠ ୱିକେଟରେ ୧୫୪ ରନ ଯୋଡିଥିଲେ। ଏକରମାନ ୬୨ ରନ କରିଥିଲେ।

୨୮୮ ରନ ଟାର୍ଗେଟରେ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ୍ ହୋଇଯାଇଥିଲା। ପ୍ରଥମ ସେସନରେ ୭ ୱିକେଟ ହରାଇଲା। ୫ ରନରେ ୨ ୱିକେଟ, ୬୨ ରନରେ ୮ ୱିକେଟ ହରାଇଥିଲା କଙ୍ଗାରୁ ଟିମ୍। ଶେଷରେ ୫୭.୧ ଓଭରରେ ୧୧୧ ରନରେ ଅଲଆଉଟ୍। ସାଇମନ ହାର୍ମର ୨୧.୧ ଓଭରରେ ମାତ୍ର ୧୬ ରନ ଦେଇ ୬ ୱିକେଟ ନେଲେ, ଯେଉଁଥିରେ ୧୪ଟି ମେଡେନ ଥିଲା। ରବାଡା ୩ ୱିକେଟ ନେଲେ।

3rdTest CapeTownTest Newlands SAvsAUS SouthAfricaNo1 SouthAfricaVsAustralia TembaBavuma testranking
Share. Facebook Twitter LinkedIn Email WhatsApp Copy Link

Related Posts

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026

ଭିଜିଲାନ୍ସ ସଚେତନତା ଜନଜାଗରଣ ନିମନ୍ତେ ଏମ୍ସ ଭୁବନେଶ୍ବର ପକ୍ଷରୁ ୱାକାଥନ୍ ଆୟୋଜିତ

October 31, 2026
Latest News

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026

ଏକତରଫା ପ୍ରେମର କରୁଣ ପରିଣତି: ଘର ଭିତରୁ କଲେଜ୍ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର

October 31, 2026

ଲୌହ ମାନବଙ୍କ ୫୬୦ ରାଜ୍ୟକୁ ଏକ କଲେ, ଆମେ ସମୃଦ୍ଧ ଓଡ଼ିଶା ଗଢିବା: ଏକତା ଦିବସରେ ମୁଖ୍ୟମନ୍ତ୍ରୀ

October 31, 2026

ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଜେଲରୁ ମୁକୁଳିବା ମାତ୍ରେ ପୁଣି ଗିରଫ ହେଲେ ଆଜମ ଖାନ

October 31, 2026

ଋଷିକୁଲ୍ୟା ବନ୍ୟା ସ୍ଥିତି ସମୀକ୍ଷା: ବନ୍ଧ ପୁନରୁଦ୍ଧାର ପାଇଁ ସଚିବଙ୍କ ନିର୍ଦ୍ଦେଶ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.