Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଶ୍ଚର୍ଯ୍ୟ !!! ଆସିଲା ଜିଓର ‘ଇଣ୍ଟେଲିଜେଣ୍ଟ୍ ସପିଂ କାର୍ଟ’, ଜିନିଷ କିଣିବା ପରେ ଅଟୋମେଟିକ୍ ଆସିବ ବିଲ୍
ଜାତୀୟ ଖବର

ଆଶ୍ଚର୍ଯ୍ୟ !!! ଆସିଲା ଜିଓର ‘ଇଣ୍ଟେଲିଜେଣ୍ଟ୍ ସପିଂ କାର୍ଟ’, ଜିନିଷ କିଣିବା ପରେ ଅଟୋମେଟିକ୍ ଆସିବ ବିଲ୍

October 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ !!! ଆସିଲା ଜିଓର 'ଇଣ୍ଟେଲିଜେଣ୍ଟ୍ ସପିଂ କାର୍ଟ', ଜିନିଷ କିଣିବା ପରେ ଅଟୋମେଟିକ୍ ଆସିବ ବିଲ୍

ନୂଆଦିଲ୍ଲୀ: ଆପଣ ବର୍ତ୍ତମାନ ଗ୍ରସେରୀ ଦୋକାନରେ ବିଲ୍ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ଏହା ହେବ ସପିଂରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ସଜ୍ଜିତ ଜିଓର ଅଭିନବ ସପିଂ କାର୍ଟ ସ୍ୱୟଂଚାଳିତ ଭାବରେ ଆପଣ କିଣୁଥିବା ସାମଗ୍ରୀର ସପିଂ ବିଲ୍ ସୃଷ୍ଟି କରିବ। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ରିଲାଏନ୍ସ ଜିଓ ଏହି ଅଭିନବ ଜ୍ଞାନକୌଶଳ ପ୍ରଦର୍ଶିତ କରିଛି ।

ଏହାର ବ୍ୟବହାର ମଧ୍ୟ ବହୁତ ସହଜ। ଷ୍ଟୋର୍‌ଗୁଡିକରେ ଉପଲବ୍ଧ ଇଣ୍ଟେଲିଜେଣ୍ଟ ସପିଂ କାର୍ଟଗୁଡିକ ସିଧାସଳଖ ବିଲିଂ ଡେସ୍କ ସହିତ ସଂଯୁକ୍ତ ରହିବ । ଗ୍ରାହକ କାର୍ଟରେ ଯାହା ବି ସାମଗ୍ରୀ ରଖିବେ, କାର୍ଟରେ ରହିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସଜ୍ଜିତ କ୍ୟାମେରା ଏବଂ ସ୍କାନର୍ ସେହି ସାମଗ୍ରୀର ବିବରଣୀ ବିଲିଂ ଡେସ୍କକୁ ପଠାଇବ ଏବଂ ସାମଗ୍ରୀର ମୂଲ୍ୟ ଡାଟାବେସ ଆଧାରରୁ ବାହାର କରାଯାଇ ବିଲରେ ଯୋଡି ହୋଇଯିବ।

ଯଦି ଗ୍ରାହକ ସପିଂ କାର୍ଟରେ ଯୋଡି ହୋଇଥିବା ସାମଗ୍ରୀକୁ ବାହାର କରିଦିଅନ୍ତି ତେବେ ସେହି ସାମଗ୍ରୀର ମୂଲ୍ୟ ସ୍ୱୟଂଚାଳିତ ଭାବରେ ବିଲରୁ ଅପସାରିତ ହୋଇଯିବ। ବିଲିଂ ଡେସ୍କ ଗ୍ରାହକଙ୍କ କାର୍ଟର କ୍ୟୁଆର କୋଡ୍ ସ୍କାନ୍ କରିବ ଏବଂ ଦେୟ ପ୍ରଦାନ ପାଇଁ ଆପଣଙ୍କ ବିଲ୍ ସଂଗେ ସଂଗେ ପ୍ରସ୍ତୁତ ହୋଇଯିବ।

ରିଲାଏନ୍ସ ରିଟେଲ ଏବେ ହାଇଦ୍ରାବାଦ ଏବଂ ମୁମ୍ବାଇର କିଛି ନିର୍ଦ୍ଧିଷ୍ଟ ଷ୍ଟୋରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସପିଂ କାର୍ଟର ଏକ ପାଇଲଟ୍ ପ୍ରୋଜେକ୍ଟ ଚଳାଉଛି। ଗ୍ରାହକଙ୍କଠାରୁ ମିଳୁଥିବା ଉତ୍ତମ ମତାମତ ଆଧାରରେ ଏହାକୁ ଶୀଘ୍ର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କାର୍ଯ୍ୟକାରୀ କରାଯାଇପାରେ।

ଛୋଟଛୋଟ ଦୋକାନୀମାନଙ୍କର ବୈଦ୍ୟୁତିକ ଓଜନ ମାପକ ଯନ୍ତ୍ରକୁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ଯୋଡ଼ାଯାଇପାରିବ। ଉଦାହରଣ ସ୍ୱରୂପ ଯେତେବେଳେ ବୈଦ୍ୟୁତିକ ଓଜନ ମାପକ ଯନ୍ତ୍ରରେ ମୁଗ ଡାଲି ରଖାଗଲେ ଏହା ଡାଲିର ଓଜନ କରିବା ସହିତ ଏହା ଉପରେ ସ୍ଥାପିତ କ୍ୟାମେରାରୁ ମଧ୍ୟ ଏହାକୁ ଚିହ୍ନଟ କରିବ।

ଅର୍ଥାତ ଯେକୌଣସି ସାମଗ୍ରୀକୁ ବୈଦ୍ୟୁତିକ ଓଜନ ଯନ୍ତ୍ରରେ ରଖିବା ମାତ୍ରେ ଏହାର ମାପ ଏବଂ ମୂଲ୍ୟ ତୁରନ୍ତ ଜଣାପଡିବ। ଓଜନ ଯନ୍ତ୍ର ସାମ୍ନାରେ ଏକ ସପିଂ କାର୍ଟ ପରି ଏକ ସ୍ଥାନ ଚିହ୍ନିତ ରହିବ ଯେଉଁଥିରେ ପ୍ୟାକ ହୋଇଥିବା ସାମଗ୍ରୀ ରଖିବା ମାତ୍ରେ ତାହାର ମୂଲ୍ୟ ବିଲରେ ଯୋଡି ହୋଇଯିବ।

Reliance JIO
Share. Facebook Twitter LinkedIn Email WhatsApp Copy Link

Related Posts

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025
Latest News

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.