Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଦେଶ ନିର୍ମାଣ ଲାଗି ଦରଦାମ ବଢୁଛି, ବଢୁ- ଆମର କିଛି କହିବାର ନାହିଁ!!
ମତାମତ

ଦେଶ ନିର୍ମାଣ ଲାଗି ଦରଦାମ ବଢୁଛି, ବଢୁ- ଆମର କିଛି କହିବାର ନାହିଁ!!

July 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶ ନିର୍ମାଣ ଲାଗି ଦରଦାମ ବଢୁଛି, ବଢୁ- ଆମର କିଛି କହିବାର ନାହିଁ!!
ଦେଶ ନିର୍ମାଣ ଲାଗି ଦରଦାମ ବଢୁଛି, ବଢୁ- ଆମର କିଛି କହିବାର ନାହିଁ!!

କେଦାର ମିଶ୍ର 

ଭାବିଦେଖନ୍ତୁ, ଯଦି ମନମୋହନ ସିଂ ଆଜି ପ୍ରଧାନମନ୍ତ୍ରୀ ଥା’ନ୍ତେ ଓ ପେଟ୍ରୋଲ ଉପରେ ଟିକସ ଏକାସାଙ୍ଗରେ ୨ ଟଙ୍କା ୫୨ପଇସା ବଢିଥାନ୍ତା, ଆଜି ସାରା ଦେଶ ବନ୍ଦ ଥା’ନ୍ତା। ବିରୋଧୀ ଦଳରେ ଥିବା ବିଜେପି କଂଗ୍ରେସର ନିଦ ହଜେଇ ଦେଇଥାନ୍ତା। ସାରା ଦେଶର ରାଜନୈତିକ ଦଳ ଗୁଡିକ ରାସ୍ତାରେ ହୋ ହଲ୍ଲା କରୁଥାନ୍ତେ। ଟିଭି ଚାନେଲ ଗୁଡିକ ଚିତ୍କାରରେ ଫାଟିପଡୁଥାନ୍ତେ। ହେଲେ ସୌଭାଗ୍ୟକ୍ରମେ, ଆଜି ମନମୋହନ ସିଂଙ୍କ ବଦଳରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଅଛନ୍ତି। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଅବକାରୀ କର ଓ ସେସ ବାବଦକୁ ୨ ଟଙ୍କା ବଢେଇ ଦିଆଯାଇଛି। ଏଥିରେ ରାଜ୍ୟର କର ମିଶି ପେଟ୍ରୋଲ ଦର ଗତକାଲି ରାତିରୁ ଅଢେଇ ଟଙ୍କା ବଢି ସାରିଛି। ହେଲେ କେଉଁଠି କିଛି ପ୍ରତିବାଦ ନାହିଁ। ଦେଶର ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମକୁ ବୁଝେଇଦେଲେ ଦେଶ ନିର୍ମାଣ ଲାଗି ଦରଦାମ ବଢିବା ଦରକାର। ଦରଦାମ ବଢିଲେ ଯାଇ ରାସ୍ତା ଘାଟ ତିଆରି ହେବ, ରେଳପଥ ବିଛାଯିବ, ଯୋଜନା ପରେ ଯୋଜନା ତିଆରି ହେବ। ଭଲ କଥା, ଦରଦାମ ବଢୁ। କଂଗ୍ରେସ ସରକାର ସମୟରେ ଦରଦାମ ବଢିଲେ ଆମକୁ ବାଧୁଥିଲା।ଏବେ ଆମକୁ ବହୁତ ଭଲ ଲାଗୁଛି। କାରଣ ଦେଶ ନିର୍ମାଣ ହେଉଛି। କଂଗ୍ରେସ ସରକାର ସତୁରୀ ବର୍ଷ ଧରି ଆମର କିଛି କରୁନଥିଲେ। ଆମେ କଚ୍ଚା ସଡକରେ ଯିବା ଆସିବା କରୁଥିଲୁ। ଆମର ରେଳପଥ ନଥିଲା। ଏ ଯେଉଁ ଭାରତୀୟ ବିକାଶ, ଏହା ୨୦୧୪ ପରେ ହିଁ ଆରମ୍ଭ ହେଲା! ସତ କହିବାକୁ ଗଲେ, ଭାରତର ଯାହା କିଛି ହୋଇଛି, ତାହା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ହିଁ ହୋଇଛି!!

ବଜେଟରେ କୁହାଗଲା, ଏହା ଗାଁ, ଗରୀବ ଓ କିଶାନର ବଜେଟ। ଗାଁରେ ଯେଉଁ ଲୋକଟି ପାଣିପମ୍ପରେ ଡିଜେଲ ପୂରେଇବ, ସେ ଲିଟର ପିଛା ଅଧିକ ତଣ୍ଡ ଗଣିବ। ଟ୍ରାକ୍ଟର ଭଡା ମହଙ୍ଗା ହେବ। ଯିବା ଆସିବା ଖର୍ଚ୍ଚ ବଢିବ। ନିଶ୍ଚିତ ଭାବରେ ଆମର ଗାଁରେ ରହୁଥିବା ଗରୀବ ଓ କୃଷକମାନେ ଏବେ ସମ୍ପନ୍ନ ହୋଇଗଲେଣି। ସେମାନଙ୍କୁ ଅଢେଇ ଟଙ୍କାର ଦର ବୃଦ୍ଧି ବାଧିବ ନାହିଁ। ପେଟ୍ରୋଲ ଓ ଡିଜେଲର ଦର ବଢିଲେ, ତାର ପ୍ରଭାବରୁ ବାକି ସବୁର ଦର ବଢିବ। ଅତ୍ୟାବଶ୍ୟକୀୟ  ଜିନିଷଗୁଡ଼ିକର ଦାମ ହୁ ହୁ ହୋଇ ବଢିବ। ଦରଦାମ ବଢିଲେ ମୁଦ୍ରାସ୍ଫୀତି ମଧ୍ୟ ବଢିବ। ମୁଦ୍ରାସ୍ଫୀତି ଅର୍ଥ ବ୍ୟବସ୍ଥାକୁ ଅସନ୍ତୁଳିତ କରିବ।  ଥାଉ,ଏତେ କଥା ଭାବିବ କିଏ?

ତାପରେ ଆଉ ଗୋଟେ ବଡ କଥା ହେଲା, ଏ ସରକାରର ସବୁକିଛିକୁ ସମର୍ଥନ କରିବାକୁ ଆପଣ ବାଧ୍ୟ। ଆପଣ ବଜେଟକୁ ଯଦି ସମର୍ଥନ କରୁନାହାନ୍ତି ତାହେଲେ ଆପଣ ଜଣେ ନକାରାତ୍ମକ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାଙ୍କର ବାରାଣାସୀ ଭାଷଣରେ କହି ସାରିଛନ୍ତି, ଏ ବଜେଟକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ନକାରାତ୍ମକ ସ୍ଵଭାବର ବ୍ୟକ୍ତି। ଯେତେବେଳେ ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ବାରେଲ ପିଛା ଶହେ ଡଲାରରୁ ଅଧିକ ରହୁଥିଲା, ସେତେବେଳେ କଂଗ୍ରେସ ସରକାର ଟଙ୍କାଟେ ଦର ବଢାଇଲେ ବିଜେପି ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀଙ୍କ ଚଉଦ ପୁରୁଷ ଉଦ୍ଧାର କରୁଥିଲେ! ସେତେବେଳେ ତାହା ବୋଧେ ସକାରାତ୍ମକ ଥିଲା। ଆଜି ଆମକୁ ପ୍ରବଚନ ଦିଆ ଯାଉଛି, ସରକାର ଯାହା କହୁଛି, ତାକୁ ମୁଣ୍ଡ ପାତି ସ୍ଵୀକାର କରିଯାଅ।

ଏହା ସହିତ ଆମ ରାଜ୍ୟରେ ପେଟ୍ରୋଲ ଦରବୃଦ୍ଧି ବିରୋଧରେ ହୋଇଥିବା ପ୍ରତିବାଦର ଇତିହାସ କଥା ମଧ୍ୟ ମନେ ପକେଇବା। ବିଜୁ ଜନତା ଦଳ ୟୁପିଏ ସରକାର ସମୟରେ ପ୍ରତି ୨୫/୫୦ ପଇସା ଦର ବଢିଲେ ବିଜେଡି ରାସ୍ତାକୁ ଓହ୍ଲାଇ ଆସୁଥିଲା। ଏବେ କିନ୍ତୁ ବିଜେଡି ସଂପୂର୍ଣ୍ଣ ନୀରବ। ବଜେଟକୁ ଗାଁ-ଗରୀବ ଓ କିଶାନ ପାଇଁ ବୋଲି କହି, ସେମାନଙ୍କୁ ବେଇଜ୍ଜତ କରିବାର ଏହା ଏକ ସୁନ୍ଦର ଉପାୟ!

BJP dharmendra Modi odishanews ratehike
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026

CEC ବିରୋଧରେ ସମସ୍ତ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ: ଅକ୍ଟୋବର ୨୭ରେ ଶୁଣାଣି

October 12, 2026
Latest News

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ପୁଞ୍ଚରେ ଅନୁପ୍ରବେଶ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଆତଙ୍କବାଦୀ ନିହତ

October 12, 2026

ସେନା ପାଇଁ ‘ଭାରତ ରାଇସ’ର ଶୁଭାରମ୍ଭ: ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ମଜବୁତ କରିବାକୁ FCI ସହ ଚୁକ୍ତି

October 12, 2026

BIMSTEC ଗୃହମନ୍ତ୍ରୀ ବୈଠକ ପାଇଁ ପ୍ରସ୍ତୁତ ଦିଲ୍ଲୀ: ଆତଙ୍କବାଦ ବିରୋଧରେ ଏକଜୁଟ୍ ହେବେ ସଦସ୍ୟ ରାଷ୍ଟ୍ର

October 12, 2026

ପ୍ରେମ ପରେ ପ୍ରତାରଣା ଅଭିଯୋଗ : ବଳାତ୍କାର ଅଭିଯୋଗରେ ଜେଲ୍ ଗଲା ଅଭିଯୁକ୍ତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.