Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାରୀ ନେତ୍ରୀଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ନାରୀ ନେତ୍ରୀଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

December 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନାରୀଶକ୍ତି ହେଉଛି ଶକ୍ତି, ନମ୍ରତା ଏବଂ ଆଶାର ପ୍ରତୀକ। ଭାରତୀୟ ସଭ୍ୟତାରେ ମହିଳାମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବାର ଅନ୍ତର୍ନିହିତ ମୂଲ୍ୟବୋଧ ରହିଛି ବୋଲି ଶୁକ୍ରବାର ନୂଆଦିଲ୍ଲୀରେ ୟୁଜିସି ଦ୍ୱାରା ଆୟୋଜିତ ମହିଳା ନେତ୍ରୀମାନଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି କର୍ମଶାଳାର ବିଷୟବସ୍ତୁ ରହିଥିଲା ‘ମହିଳା ନେତୃତ୍ୱ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଏକାଡେମିକ ଉତ୍କର୍ଷତା’। ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା, ଶିକ୍ଷାର ପ୍ରତ୍ୟେକ ସ୍ତରରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱରୋପ କରିଥିଲେ । ମହିଳାମାନେ କିପରି ଉଚ୍ଚଶିକ୍ଷାରେ ଆଗକୁ ବଢୁଛନ୍ତି ଏବଂ ସେମାନଙ୍କ ନେତୃତ୍ୱକୁ ଆଗକୁ ନେବା ପାଇଁ ପ୍ରେରିତ କରିବା ଦିଗରେ ଏହି କର୍ମଶାଳା ଏକ ମାଧ୍ୟମ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଉଭା ହେଉଥିବା ନୂତନ ବିଶ୍ୱ ବ୍ୟବସ୍ଥା ଜ୍ଞାନ ଦ୍ୱାରା ପରିଚାଳିତ ହେବ । ବର୍ତ୍ତମାନ ସମୟରେ ମହିଳାମାନେ ଅନେକ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢୁଛନ୍ତି । ଷ୍ଟେମ ଶିକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଉଛି । ସବୁ କ୍ଷେତ୍ରରେ ମହିଳାଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଜରୁରୀ । ଗତ ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶରେ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ନାରୀ ଶକ୍ତି ଅଧିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ମହିଳାଙ୍କ ସମାନତା ଓ ସଶକ୍ତୀକରଣ ହିଁ ଆମ ସମାଜ ଓ ରାଷ୍ଟ୍ରକୁ ସଶକ୍ତ କରିପାରିବ ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମହିଳା ସଶକ୍ତୀକରଣର ଏକ ଭାରତୀୟ ମଡେଲ ସୃଷ୍ଟି କରିବା ଉପରେ ଗୁରୁତ୍ୱରାପ କରିଥିଲେ । ସେ କହିଥିଲେ ଆମକୁ ମହିଳାଙ୍କ ପାଇଁ ଏପରି ଏକ ମଡେଲ ସୃଷ୍ଟି କରିବାକୁ ହେବ, ଯେଉଁ ମଡେଲ ଦ୍ୱାରା ମହିଳାମାନେ ସ୍ୱଇଚ୍ଛା ଅନୁସାରେ ସବୁ ନିଷ୍ପତି ନିଜେ ନେଇପାରିବେ । ତେବେ ଆଜିର କର୍ମଶାଳାରେ ହୋଇଥିବା ଆଲୋଚନା ଏବଂ ଅନେକ ବ୍ୟକ୍ତିବିଶେଷଙ୍କ ଅଭିଜ୍ଞତା ଆଦାନ ପ୍ରଦାନରେ ଏକ ରୋଡ୍ ମ୍ୟାପ୍ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଉତ୍ତର-ପୂର୍ବାଞ୍ଚଳ ଶିକ୍ଷା ଓ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାର ମଧ୍ୟ ଉପସ୍ଥିତ ଥିଲେ।

ଧର୍ମେନ୍ଦ୍ର ପ୍ରଧାନ ନାରୀଶକ୍ତି ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୬ ଜଣଙ୍କର ମୃତ୍ୟୁ

April 21, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Latest News

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୬ ଜଣଙ୍କର ମୃତ୍ୟୁ

April 21, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.