ରୁଷରେ 9/11 ପରି ଘଟଣା, ତିନିଟି କୋଠା ଉପରକୁ ଡ୍ରୋନ୍ ଆକ୍ରମଣ

Published: Dec 21, 2024, 3:29 pm IST

ନୂଆଦିଲ୍ଲୀ: ରୁଷର କାଜାନ ସହରରେ 9/11 ଭଳି ଆକ୍ରମଣ ଘଟନା ସାମ୍ନାକୁ ଆସିଛି। ଏଠାରେ ତିନୋଟି ବଡ କୋଠାକୁ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ପାଇଁ ରୁଷିଆ ଗଣମାଧ୍ୟମ ୟୁକ୍ରେନକୁ ଦାୟୀ କରିଛି। ଏହି ଡ୍ରୋନ୍ ଆକ୍ରମଣ ମସ୍କୋର ପ୍ରାୟ 800 କିଲୋମିଟର ପୂର୍ବରେ ଅବସ୍ଥିତ କାଜାନ ସହରର ଅନେକ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି। ସୋସିଆଲ ମିଡିଆରେ ଭିଡିଓରେ ଦର୍ଶାଯାଇଛି ଯେ, ଡ୍ରୋନ୍ ଏକ ଉଚ୍ଚ କୋଠାକୁ ଧକ୍କା ଦେଇଥିଲା, ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

ଏହି ଆକ୍ରମଣ ପରେ କାଜାନ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଆଗାମୀ ଦୁଇ ଦିନ ପାଇଁ କାଜାନ ସହରରେ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସୁରକ୍ଷା କାରଣ ଦର୍ଶାଇ ଏହା କରାଯାଇଛି। ରୁଷର ଏହି ସହର ସବୁଠାରୁ ସୁରକ୍ଷିତ ସହର ଭାବରେ ପରିଗଣିତ ହୁଏ। ନିକଟରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Related posts