Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ବିଜୁଜନତା ଦଳ ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ
ଆଞ୍ଚଳିକ

ବାଣପୁର ବ୍ଲକ ବିଜୁଜନତା ଦଳ ପକ୍ଷରୁ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

December 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ବ୍ଲକ ବିଜୁଜନତା ଦଳ ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଦଳର କର୍ମୀମାନେ ବିଜୁ ପଟ୍ଟନାୟକ ଅମର ରହେ ଓ ବିଜେଡିର ବିଭିନ୍ନ ଜନହିତକର ଯୋଜନାର ସ୍ଳୋଗାନ ଦେଇ ବଜାର ପରିକ୍ରମା କରି ମେଡିକାଲ ଛକ ସ୍ଥିତ ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତ୍ତିମୂର୍ତ୍ତିରେ ପୁଷ୍ପମାଳ ପ୍ରଦାନ କରିଥିଲେ।।

ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଉଦବୋଧନ ଦେଇ ବିଜେଡି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଗଠନ ହୋଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାକୁ ୨୫ ବର୍ଷ ଧରି ଏକ ନିରବିଚ୍ଛିନ୍ନ ସେବା ଯୋଗାଇ ଦେଇଛି। ଆଜିର ପ୍ରଗତିଶୀଳ ଓ ସମୃଦ୍ଧ ଓଡିଶା ଗଠନରେ ନବୀନ ପଟ୍ଟନାୟକଙ୍କ ଭୂମିକା ଅନ୍ୟତମ। ସ୍ବର୍ଗତ ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ବପ୍ନର ଓଡିଶା ଗଠନ ପାଇଁ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତା କାର୍ଯ୍ୟରତ।

ଆଜି ବିଜୁ ଜନତାଦଳ ଏକ ପ୍ରମୁଖ ବିରୋଧିଦଳ ଭାବେ ଓଡ଼ିଶାରେ କାର୍ଯ୍ୟରତ ଏଣୁ ଆମକୁ ଅଧିକ ସଜାଗ ହୋଇ କାର୍ଯ୍ଯ କରିବାକୁ ପଡିବ। ଆମେ ସମସ୍ତେ ଏକ ହୋଇ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ସଙ୍ଗଠନକୁ ସୁଦୃଢ କରିବା ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧରେ ବ୍ଲକ ଉପସଭାପତି ଯଦୁ ପ୍ରଧାନ, ନିରଜ୍ଞନ ପ୍ରଧାନ, ଚିତ୍ତରଂଜନ ସାମନ୍ତରାୟ , ସୂର୍ଯ୍ୟକାନ୍ତ ରଣସିଂହ, ଲୁଲୁ ବସ୍ତି, ସୁବ୍ରତ ଛାଟୋଇ, ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିଷ୍ଠା ଦିବସ ବାଣପୁର ବିଜୁଜନତା ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026

ବାଣପୁର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଜାତୀୟ ବିଜ୍ଞାନ ଦିବସ”

February 28, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026
Latest News

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026

ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 3, 2026

ସ୍ୱପ୍ନା ପତି ଫାଉଣ୍ଡେସନ ଆୟୋଜିତ ୧୫ତମ ‘ହର୍ବାଲ ହୋଲି’ ଉତ୍ସବରେ ଉର୍ଫି ଜାଭେଦ

March 3, 2026

ଭାରତ-କାନାଡ଼ା ନେତାମାନଙ୍କର ମିଳିତ ବିବୃତ୍ତି

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.