Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଏକତା ବିଦ୍ୟା ନିକେତନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଆଞ୍ଚଳିକ

ବାଣପୁର: ଏକତା ବିଦ୍ୟା ନିକେତନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

January 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଏକତା ବିଦ୍ୟା ନିକେତନ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କ ସଭାପତିତ୍ଵରେ ପାଳନ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ରୂପେ ବାଣପୁର ଏନଏସି ର ଅଧ୍ୟକ୍ଷ ମିଟୁ ନାୟକ, ସମ୍ମାନିତ ଅତିଥି ଭାବେ ଡାଃ ଚିନ୍ତାମଣୀ ମିଶ୍ର, ଡାଃ ରମାକାନ୍ତ ମହାପାତ୍ର, ମିହିର ପ୍ରତାପଦାଶ, ଦୀପକ କୁମାର ପ୍ରଧାନ, ଇଶ୍ଵର ଚନ୍ଦ୍ର ମହାପାତ୍ର, ସୁକାନ୍ତ କୁମାର ପଟ୍ଟନାୟକ ଏବଂ ବିଦ୍ୟାଳୟ ପ୍ରତିଷ୍ଠାତା ସମ୍ପାଦକ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ।

ବକ୍ତାମାନେ ଆଜି ଶିକ୍ଷା ଜଗତରେ ହେଉଥିବା ସଙ୍କଟ ବିଶେଷତ୍ଵ, ଶିକ୍ଷାଦାନର ପ୍ରଣାଳୀ, ପରୀକ୍ଷା ପରିଚାଳନା ତଥା ନୂତନ ପ୍ରତିଭା ଅନ୍ଵେଷଣ ଦିଗରେ ସରକାରୀ କିମ୍ବା ବେସରକାରୀ ପ୍ରୋତ୍ସାହନ ଦେବାକୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିବରଣୀ ପାଠ କରିବା ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପ୍ରବକ୍ତାମାନେ ବିଦ୍ୟାଳୟରେ ନୀତିଶିକ୍ଷା, ଗାନ୍ଧୀବାଦ ଓ ମୌଳିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ।

ସଭାକାର୍ଯ୍ୟକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏକତା ବିଦ୍ୟା ନିକେତନ ବାଣପୁର ବାର୍ଷିକ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.