Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ବାଣପୁର: ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ

January 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଜାରି ରଖିଛନ୍ତି। ମଙ୍ଗଳବାର ଦିନ ଚିଲିକାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବୁଧବାର ଦିନ ମଧ୍ୟ ଉକ୍ତ ପ୍ରକ୍ରିୟା ଜାରି ରହିଛି।

ଆଜି ବାଣପୁର ବ୍ଲକ ଭେଟେଶ୍ବର ପଞ୍ଚାୟତ ଅନ୍ତର୍ଗତ ବାଁଳୋଇ ଗ୍ରାମକୁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଗସ୍ତ କରିଥିଲେ। ଏହି ଗସ୍ତ ଅବସରରେ ମନ୍ତ୍ରୀଙ୍କୁ ଗ୍ରାମବାସୀ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମନ୍ତ୍ରୀ ବାଁଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଆଦର୍ଶ ଫାଟକର ଶୁଭ ଉଦଘାଟନ, ବାଁଳୋଇ (କ), ବାଁଳୋଇ (ଖ) ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦଘାଟନ, ମାର୍କେଟ କମ୍ପ୍ଲେକ୍ସର ନୂତନ ଗୃହର ଶୁଭ ଉଦଘାଟନ କରିବା ସହ ବାଁଳୋଇ ଗ୍ରାମରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକ ଏବଂ ୮୦ ପ୍ରତିଶତରୁ ଅଧିକ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଉଭୟ ମଧୁବାବୁ ପେନସନ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ (NSAP) ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ୧୨୦୦ ଟଙ୍କା ରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ଅବସରରେ ମନ୍ତ୍ରୀ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ।

ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ସରପଞ୍ଚ ସାବିତ୍ରୀ ଭୋଳ, ଜିଲ୍ଲା ପରିଷଦ ସଭ୍ୟା ଟିକି ଶବର, ସମିତିସଭ୍ୟା ରଶ୍ମିତା ପ୍ରଧାନ,ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ସହ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଚିଲିକା ପୃଥ୍ଵୀରାଜ ହରିଚନ୍ଦନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ

December 14, 2025

ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

December 13, 2025

ଲୀଳାକ୍ଷେତ୍ରକୁ ଗଲା ମା’ ଭଗବତୀଙ୍କ ଆଜ୍ଞାମାଳ, ତିନିଦିନ ହେବ ଶ୍ରୀଜଗନ୍ନାଥ ମହୋତ୍ସବ

December 12, 2025
Latest News

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ରାମ ବିଳାସ ବେଦାନ୍ତୀଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ

December 15, 2025

Visas From Bhubaneswar: ଭୁବନେଶ୍ବରରୁ ମିଳିବ ଭିସା, ସ୍ଥାପନ ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

December 15, 2025

ଅଣ-ଶିକ୍ଷକ କର୍ମଚାରୀ ପଦବୀ ପାଇଁ IIT ଭୁବନେଶ୍ୱରରେ ନିଯୁକ୍ତି, ଦରମା ଜାଣିଲେ ହେବେ ଆଶ୍ଚର୍ଯ୍ୟ

December 15, 2025

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଚାର୍ଜସିଟ୍ ଦାଖଲ କରିବ NIA

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.