Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ
ଆଞ୍ଚଳିକ

ବାଣପୁର: ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ

January 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଇନ ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଜାରି ରଖିଛନ୍ତି। ମଙ୍ଗଳବାର ଦିନ ଚିଲିକାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ବୁଧବାର ଦିନ ମଧ୍ୟ ଉକ୍ତ ପ୍ରକ୍ରିୟା ଜାରି ରହିଛି।

ଆଜି ବାଣପୁର ବ୍ଲକ ଭେଟେଶ୍ବର ପଞ୍ଚାୟତ ଅନ୍ତର୍ଗତ ବାଁଳୋଇ ଗ୍ରାମକୁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଗସ୍ତ କରିଥିଲେ। ଏହି ଗସ୍ତ ଅବସରରେ ମନ୍ତ୍ରୀଙ୍କୁ ଗ୍ରାମବାସୀ ଉଚ୍ଚ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ମନ୍ତ୍ରୀ ବାଁଳୋଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଆଦର୍ଶ ଫାଟକର ଶୁଭ ଉଦଘାଟନ, ବାଁଳୋଇ (କ), ବାଁଳୋଇ (ଖ) ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭ ଉଦଘାଟନ, ମାର୍କେଟ କମ୍ପ୍ଲେକ୍ସର ନୂତନ ଗୃହର ଶୁଭ ଉଦଘାଟନ କରିବା ସହ ବାଁଳୋଇ ଗ୍ରାମରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନାଗରିକ ଏବଂ ୮୦ ପ୍ରତିଶତରୁ ଅଧିକ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଉଭୟ ମଧୁବାବୁ ପେନସନ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ (NSAP) ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ ୧୨୦୦ ଟଙ୍କା ରୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି ଅବସରରେ ମନ୍ତ୍ରୀ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ।

ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ସରପଞ୍ଚ ସାବିତ୍ରୀ ଭୋଳ, ଜିଲ୍ଲା ପରିଷଦ ସଭ୍ୟା ଟିକି ଶବର, ସମିତିସଭ୍ୟା ରଶ୍ମିତା ପ୍ରଧାନ,ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ସହ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଚିଲିକା ପୃଥ୍ଵୀରାଜ ହରିଚନ୍ଦନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026
Latest News

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.