ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ: WHO ରୁ ଓହରିବା ପାଇଁ ଦେଲେ ନିର୍ଦ୍ଦେଶ

Published: Jan 21, 2025, 11:27 am IST

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ସେ ଦେଶର 47 ତମ ରାଷ୍ଟ୍ରପତି ଭାବରେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପରେ ଟ୍ରମ୍ପ କହିଥିଲେ ଯେ, ଆମେରିକାର ‘ସୁବର୍ଣ୍ଣ ଯୁଗ’ ବର୍ତ୍ତମାନ ଆରମ୍ଭ ହେଉଛି।

ଏକାସାଙ୍ଗରେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ ଗୋଟିଏ ପରେ ଗୋଟିଏ ଅନେକ ବଡ଼ ନିଷ୍ପତ୍ତି ନେଉଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ କହିଲେ କାରଣ:

ସୋମବାର ଦିନ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଯିବ। ସେ କହିଛନ୍ତି ଯେ, COVID-19 ମହାମାରୀ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟକୁ ବିଶ୍ୱ ସ୍ୱାସ୍ଥ୍ୟ ଏଜେନ୍ସି ସଠିକ୍ ଭାବେ ପରିଚାଳନା କରିନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, WHO ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହୋଇ ନାହିଁ ଏବଂ ଆମେରିକା ଠାରୁ ବହୁତ ପରିମାଣର ଅଯୌକ୍ତିକ ଦେୟ ଦାବି କରୁଛି। WHO କୁ ପାଣ୍ଠି ଦେଉଥିବା ଆମେରିକା ହେଉଛି ଏକ ପ୍ରମୁଖ ଦେଶ। ଆମେରିକାର ଏହି ସଂଗଠନରୁ ବାହାରିବା WHO ର ପାଣ୍ଠିରେ ଏକ ପ୍ରମୁଖ ହ୍ରାସ ଘଟାଇପାରେ।

Related posts