Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ କିନ୍ନର ମାନଙ୍କ ଅଧିକାର ସମ୍ପର୍କରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ବାଣପୁରରେ କିନ୍ନର ମାନଙ୍କ ଅଧିକାର ସମ୍ପର୍କରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

January 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା ଶିବିର ଆଜି ବାଣପୁର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କିନ୍ନର ମାନଙ୍କ ପାଇଁ କି ପ୍ରକାର ଆଇନ ସୁବିଧାମାନ ଅଛି, ଏଥି ସହିତ କିନ୍ନର ମାନେ କିପରି ସାମାଜିକ ସ୍ରୋତରେ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। କିନ୍ନରମାନେ ମଧ୍ୟ ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନେ ନିଜର ଅଧିକାର ଜାଣିବା ଦରକାର ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ। ତତସହିତ ଯଦି କୌଣସି କିନ୍ନର ଭାଇ ଭଉଣୀ ଆଇନଗତ ସହାୟତାରୁ ବଞ୍ଚିତ ହେଉଛନ୍ତି ତେବେ ସେ ତାଲୁକ ଆଇନ ସେବା ସମିତିର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇପାରିବେ ବୋଲି ବିଚାରପତି କହିଥିଲେ।

ଏହି ଅବସରରେ କିନ୍ନର ମାନେ ସମ୍ପ୍ରତି ସମାଜରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଏବଂ ତାହାର ସମାଧାନ ନିମନ୍ତେ ବିଚାରପତିଙ୍କୁ ଅବଗତ କରାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣି ଗିରିବାଳା ନାୟକ, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲେଇ,ଆଇନଜୀବୀ ସୀତାରାମ ଅଗ୍ରୱାଲ,ଭି. କାମେଶ୍ୱର ଆଚାରୀ, ଅଜିତ ବାରିକି,ସୁନୀଲ ମହାପାତ୍ର, ବିପ୍ଳବ ମୁଦୁଲି ଏବଂ ବାଣପୁର-ବାଲୁଗାଁ ଅଞ୍ଚଳର କିନ୍ନର ସଂଘର ନେତ୍ରୀ ଚିନ୍ମୟୀ ବେହେରାଙ୍କ ସମେତ ଏକାଧିକ କିନ୍ନର ମାନେ ଯୋଗଦେଇଥିଲେ।

ଆଇନ ସଚେତନତା ଶିବିର କିନ୍ନର ତାଲୁକ ଆଇନ ସେବା ସମିତି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025
Latest News

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କଲା ବିଜେପି

October 11, 2025

“ଏପରି ପରିହାସ କଲେ ଦେଶ ପାଇଁ କିଏ ଲଢ଼ିବ?”: ମାନହାନି ମାମଲା ଉପରେ ସମୀର ୱାଙ୍ଖେଡେଙ୍କ ପ୍ରତିକ୍ରିୟା

October 11, 2025

ଜିଓ କ୍ଲାଉଡ୍ ଗେମିଂ – ଜିଓ ଗେମ୍ସ ଆପ୍‌ରେ ହାଇ-ଏଣ୍ଡ୍ ଅନଲାଇନ୍ ଗେମ୍ ଖେଳନ୍ତୁ 

October 11, 2025

ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ  କାର୍ଯ୍ୟକ୍ରମ ସମୀକ୍ଷା କଲେ ଅନୁ ଗର୍ଗ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.