Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ଚିଲିକାରାଣୀ ସ୍କୁଲରେ ଶିକ୍ଷକ-ଅଭିଭାବକ ବୈଠକ
ଆଞ୍ଚଳିକ

ବାଲୁଗାଁ: ଚିଲିକାରାଣୀ ସ୍କୁଲରେ ଶିକ୍ଷକ-ଅଭିଭାବକ ବୈଠକ

February 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରାଙ୍କ ପୌରହିତ୍ୟରେ ଭକ୍ତ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ନିକଟରେ ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଉଥିବା ବେଳେ ଚଳିତ ମାସ ଶେଷ ସପ୍ତାହରୁ ଏଲକେଜି ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।

ବିଦ୍ୟାଳୟରେ ପିଲାମାନଙ୍କ ପାଠପଢା ସାଙ୍ଗକୁ ଉତ୍ତମ ଶୈକ୍ଷିକ ପରିବେଶ ଓ ବିଦ୍ୟାଳୟ ଭିଲିଭୂମି ଅଗ୍ରଗତି ନିମନ୍ତେ ଅଭିଭାବକମାନେ ମତ ରଖୁଥିଲେ। ଦୀର୍ଘ ଦିନ ଧରି ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥ‌ିବାରୁ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଥିଲେ।

ସମସ୍ୟାର ସମାଧାନ ପାଇଁ ରବିବାର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପରିଚାଳନା କମିଟି ସଭାପତି, ସମ୍ପାଦକଙ୍କ ସମେତ ପ୍ରାୟତଃ ସଦସ୍ୟଙ୍କ ଅନୁପ‌ସ୍ଥିତ ଯୋଗୁଁ ଅଶାନ୍ତ ବାତାବରଣ ଦେଖାଯାଇଥିଲା। ଏପରିକି ବାରମ୍ବାର ବିଦ୍ୟାଳୟରେ ବୈଠକ କରାଯାଉଥିଲେ ସୁଦ୍ଧା କମିଟି ସଭାପତି, ସମ୍ପାଦକ ଏବଂ ଏକାଧିକ କାର୍ଯ୍ୟକାରିଣୀ ସଦସ୍ୟ ଅନୁପସ୍ଥିତ ରହୁଥିବା କାରଣରୁ ନିୟମାନୁସାରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ସମ୍ଭବ ହେଇପାରୁନଥିବା ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି। ଯାହାଫଳରେ ବିଦ୍ୟାଳୟକୁ ସମସ୍ୟା ଦୂର କରିବା ନେଇ ନୂତନ କମିଟି ଗଠନ ପାଇଁ ଅଭିଭାବକମାନେ ଦାବି କରିଥିଲେ।

ଏହି ପରିପ୍ରେକ୍ଷୀରେ ସର୍ଵସଂମତି କ୍ରମେ ପୂର୍ବରୁ ଗୃହୀତ ଥିବା ପରିଚାଳନା କମିଟିକୁ ପ୍ରତ୍ୟାହୃତ କରି ନୂତନ କମିଟି କରିବାକୁ ନିଷ୍ପତ୍ତି ନିଆଯାଇଛି।ନୂତନ କମିଟି ଗଠନ ହେବା ପର୍ଯ୍ୟନ୍ତ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନେଇ ଏକ ୭ ଜଣିଆ ଅସ୍ଥାୟୀ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଅଜିତ କୁମାର ସାହୁ, ରାଜୀବ କୁମାର ସେନାପତି,ଶିବ ପ୍ରସାଦ, ଧୀରେନ୍ଦ୍ର କୁମାର ପ୍ରଧାନ, ବିଦ୍ୟାଧର ସାହୁ, ଚିନ୍ମୟୀ ପଟ୍ଟନାୟକ, ମଧୁବାଳା ବଳିଆରସିଂ ପ୍ରମୁଖ ମନୋନୀତ ହୋଇଥିଲେ। ବିଦ୍ୟାଳୟ ଅନ୍ତର୍ଗତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବା ନେଇ ମନୋନୀତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।

ସୂଚନା ଥାଉକି ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଏଲକେଜି ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଥିବାବେଳେ ୯୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୩୫ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ୩୦ ଜଣ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ମାତ୍ର ପରିଚାଳନା କମିଟିର ମନମୁଖୀ ଶାସନ ଏବଂ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ତିକ୍ତତା ଯୋଗୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବାବେଳେ ଅଭିଭାବକ ମହଲରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏସମ୍ବନ୍ଧରେ କମିଟି ସଭାପତି କିରଣ ପାତ୍ର ଓ ସମ୍ପାଦକ ଅରୁଣ କୁମାର ବରାଳଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026
Latest News

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.