ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ ଉଦ୍‌ଯାପିତ: ଏଥର ହେଲା ୧ କୋଟିରୁ ଊର୍ଦ୍ଧ୍ଵ ବେପାର

Published: Feb 26, 2025, 11:54 am IST

ଖୋର୍ଦ୍ଧା: ପଂଚାୟତରାଜ ଓ ପାନୀୟ ଜଳ ବିଭାଗ (ଓରମାସ) ଓ ଜିଲ୍ଲା ପ୍ରଶାସନ
ଆନୁକୂଲ୍ୟରେ ସ୍ଥାନୀୟ ହାବେଳି ପଡିଆରେ ୫ଦିନ ବ୍ୟାପୀ ଚାଲିଥିବା ଜିଲ୍ଲା ମହୋତ୍ସବ ଏବଂ ରାଜ୍ୟସ୍ତରୀୟ ହସ୍ତତନ୍ତ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା ସୋମ‌ବାର ଉଦ‌ଯାପିତ ହୋଇଯାଇଛି। ଏହି ମେଳାରେ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବେପାର ହୋଇଥିବା ଜଣାପଡିଛି।

ଗତ ଚାରି ଦିନ ମେଳା ଫାଙ୍କା ରହିଥ‌ିବା ବେଳେ ଶେଷ ଦିବସରେ ଭିଡ ରହିଥିଲା। ସନ୍ଧ୍ୟା ବଢିବା ସହିତ ଲୋକଙ୍କ ଭିଡ ବଢିଥିଲା। ମେଳା ବୁଲା ବୁଲି ସହ ଖାଦ୍ୟ ଷ୍ଟଲରେ ବିଭିନ୍ନ ଭେରାଇଟି ଖାଦ୍ୟ ପାଇଁ ଭିଡ ରହିଥିଲା।

ଶେଷ ରଜନୀର ସନ୍ଧ୍ୟାରେ ପ୍ରଥମେ ମୋନାଲିସା ଇଂରାଜୀ ମାଧ୍ୟମ ସ୍କୁଲ ଛାତ୍ରୀଛାତ୍ର ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ ଜଟଣୀ ନୃତ୍ୟ ଅନୁଷ୍ଠାନ ନୀଳଶୈଳ ଓଡ଼ିଶୀ, ସମ୍ବଲପୁରୀ ଖୋର୍ଦ୍ଧା ଗୌରୀ ସାଂସ୍କୃତିକ ପ୍ରତିଷ୍ଠାନର କଳାକାର ମାନେ ଓଡ଼ିଶୀ ଦେଶାତ୍ମକବୋଧ ନୃତ୍ୟ ପରିବେଷଣ କରିଥିବା ବେଳେ ଗଞ୍ଜାମ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର କଳାକାର ମାନେ କଣ୍ଢେଇନାଚ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ବଳାଙ୍ଗୀର ସଙ୍ଗୀତ ସାଧାନା ନୃତ୍ୟ ଡାଳଖାଇ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

ଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ଷ୍ଟାର ନାଇଟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧୁକାରା ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପରିଚାଳନା କରିଥିଲେ।

ଉଦ୍‌ଯାପନୀ ଦିବସରେ ଜିଲାପାଳ ଚଞ୍ଚଳ ରାଣା ସଭାପତିତ୍ବ କରିଥିଲେ। ଅତିରିକ୍ତ କିଲାପାଳ ପ୍ରତାପ ଚନ୍ଦ୍ର ବେଉରା ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ବିଡିଓ କ୍ଷୀରାବ୍ଧି ତନୟା ସାହୁ, ତହସିଲଦାର ନିବେଦିତା ପରିଡା, ଓରମାସ ସିଇଓ ରାଜଗୋପାଳ ଦାସ, ଡେପୁଟି କଲେକ୍ଟର(ଜରୁରୀକାଳୀନ) ଶ୍ରୀତପା ମିଶ୍ର ପ୍ରମୁଖ ମଂଚାସୀନ ଥିଲେ।

ଏହି ଅବସରରେ ମେଳାରେ ଅଧିକ ବେପାର କରିଥିବା ୩ଜଣ ବେପାରାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ମହିଳାଙ୍କ ଦକ୍ଷତା ଆର୍ଥୀକ ବିକାଶ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ପଲ୍ଲିଶ୍ରୀ ମେଳା ବିଭିନ୍ନ ଅଂଚଳର ଏସଏଚଜିଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀ ସ୍ଥାନ ପାଉଛି। ସେମାନଙ୍କ ଅନ୍ତନିହିତ ପ୍ରତିଭା ବିକାଶ ର ଏହା ହେଉଛି ଏକ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା।

Related posts