ଐତିହ୍ୟ ଗ୍ରାମ ପୁରୀ ଜିଲ୍ଲାର ରଘୁରାଜପୁରଠାରେ ପାରମ୍ପରିକ ହସ୍ତଶିଳ୍ପକୁ ନେଇ ଦୁଇଦିନିଆ କର୍ମଶାଳା

Published: Mar 3, 2025, 8:47 am IST

ପୁରୀ: ଐତିହ୍ୟ ଗ୍ରାମ ପୁରୀ ଜିଲ୍ଲାର ରଘୁରାଜପୁରଠାରେ ପାରମ୍ପରିକ ହସ୍ତଶିଳ୍ପକୁ ନେଇ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଇଆଇଟି ଭୁବନେଶ୍ବର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଫେସନ ଟେକ୍ନୋଲୋଜି ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ କତା କଣ୍ଢେଇ, ଗୋବର କଣ୍ଢେଇ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, କାଠ ଖୋଦେଇ ଭଳି ହସ୍ତକଳାର ନମୁନା ପ୍ରଦର୍ଶିତ କରାଯାଇଛି। କର୍ମଶାଳାରେ କାରିଗରମାନଙ୍କୁ ସେମାନଙ୍କ କଳାର ବିକାଶ ପାଇଁ ପରାମର୍ଶ ଦିଆଯାଇଥିଲା।

କାରିଗରମାନେ ସେମାନଙ୍କ ସାମଗ୍ରୀ କିଭଳି ସହଜରେ ବିପଣନ କରିପାରିବେ ଏବଂ ଭାରତ ସରକାରଙ୍କ ; ‘ଏକ ଜିଲ୍ଲା- ଏକ ଉତ୍ପାଦର’ ଲାଭ ପାଇପାରିବେ ସେ ବିଷୟରେ ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ବରର ଅଧ୍ୟକ୍ଷ ଶ୍ରୀପଦ କର୍ମାଲକର, କର୍ମଶାଳାର ସଂଯୋଜକ ଡକ୍ଟର ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts