Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରପତିଙ୍କ ଦ୍ୱାରା ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ ଉଦଘାଟିତ
ଆଜିର ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ ଉଦଘାଟିତ

March 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଥିବା ବେଳେ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ହିଁ ‘ବିକଶିତ ଭାରତ’ର ଲାଇଟ୍ ହାଉସ୍ ଭାବେ ଉଭା ହେବ ବୋଲି ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦଘାଟିତ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦୁଇ ଦିବସୀୟ ‘ଭିଜିଟର୍ସ କନଫରେନ୍ସ ୨୦୨୪-୨୫’କୁ ଉଦଘାଟନ କରିଛନ୍ତି। ଏହି ଅଷ୍ଟମ ଭିଜିଟର୍ସ ସମ୍ମିଳନୀରେ ଦେଶର ଶିକ୍ଷାବିତ୍ ଜଗତକୁ ମାର୍ଗଦର୍ଶନ ଦେଇଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଅଷ୍ଟମ ଭିଜିଟର୍ସ ଆୱାର୍ଡ ପାଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସେ କହିଛନ୍ତି ମାନ୍ୟବର ରାଷ୍ଟ୍ରପତିଙ୍କ ଅତୁଟ ସମର୍ଥନ ଏବଂ ତାଙ୍କ ନେତୃତ୍ୱ ଶିକ୍ଷା କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ନୂତନ  ମାର୍ଗ ଦେଖାଇଛି । ଜାତୀୟ ଶିକ୍ଷାଗତ ପ୍ରାଥମିକତା ହାସଲ କରିବା, କ୍ରମାଗତ ଭାବରେ ବିକଶିତ ହେଉଥିବା ଶିକ୍ଷଣ କ୍ଷେତ୍ରରେ ଆଗକୁ ବଢିବା ତଥା ଭାରତକୁ ଜ୍ଞାନ, ଗବେଷଣା ଏବଂ ଉଦ୍ଭାବନର କେନ୍ଦ୍ରସ୍ଥଳରେ ପରିଣତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାରେ ଆମର ମନୋବଳକୁ ଟାଣ କରିଛି । ପବିତ୍ର ମହାକୁମ୍ଭ ଭଳି ଭିଜିଟର୍ସ ସମ୍ମିଳନୀ ମଧ୍ୟ ଏକ ‘ସଙ୍ଗମ’ । ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା ପାଇଁ ଏହା ଶିକ୍ଷାନୁଷ୍ଠାନର ଉତ୍ତମ ମନର ଏକ ‘କୁମ୍ଭ’ ଅଟେ । ‘ଭିଜିଟର୍ସ ସମ୍ମିଳନୀ’ ଆମ ଶିକ୍ଷା ବ୍ୟବସ୍ଥାରେ ସାମଗ୍ରିକ ପରିବର୍ତ୍ତନ ଆଣିବ । ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ କର୍ମଚାରୀଙ୍କୁ ହାତମୁଠାକୁ ମଜଭୂତ୍ କରିବ । ଭାରତର ଉଚ୍ଚ ଶିକ୍ଷା ପରିସଂସ୍ଥାନକୁ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ଭାବରେ ପ୍ରତିଷ୍ଠିତ କରିବା ଦିଗରେ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତର ଆହ୍ୱାନ ଦେଇଛନ୍ତି । ଏଥିପାଇଁ ଆମ ଦେଶ ଆତ୍ମନିର୍ଭର, ଅଭିନବ ଏବଂ ଜ୍ଞାନ ଭିତ୍ତିକ ହେବା ଦରକାର । ଆମ ଶିକ୍ଷା ଡିଗ୍ରୀ ଡିଗ୍ରୀ ଠାରୁ ଉର୍ଦ୍ଧ୍ୱରେ ରହିବା ଦରକାର । ଏଥିପାଇଁ ଥିଙ୍କର, ଇନୋଭେଟର, ସମାଧାନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ ନିଯୁକ୍ତିଦାତା ସୃଷ୍ଟି କରିବାକୁ ହେବ । ତେଣୁ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ନିହାତି ଜରୁରୀ । ଜାତୀୟ ଶିକ୍ଷା ନୀତିକୁ ବାସ୍ତବ  ଓ ଦୀର୍ଘସ୍ଥାୟୀ ପ୍ରଭାବୀକୁ ସୁନିଶ୍ଚିତ କରିବା ପାଇଁ ଆମକୁ ଅନୁଷ୍ଠାନିକ ସ୍ତରରୁ ଉପରକୁ ଉଠିବାକୁ ପଡିବ । ଆମର ଶୈକ୍ଷିକ ଶକ୍ତିକୁ ଉନ୍ନତ କରିବାକୁ ହେବ । ଆମର ନୀତିଗୁଡ଼ିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଯେପରି ଏହାର ପ୍ରଭାବ ପଡିପାରିବ, ସେ ଦିଗରେ ସାମୂହିକ ଉଦ୍ୟମ କରିବାକୁ ହେବ । ସବୁଠୁ ଭଲ ପ୍ରୟାସ କରିବା ପାଇଁ ହେବ । ଅମୃତ କାଳ ଓ ତା’ ବାହାରେ ଆମର ବିକାଶମୂଳକ ଯାତ୍ରାକୁ ଆଗେଇ ନେଇ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ବିକଶିତ ଭାରତର ଲାଇଟ୍ ହାଉସ୍ ଭାବେ ଉଭା ହେବେ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ ବିକଶିତ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.