ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ଖୋର୍ଦ୍ଧାରୁ ୧୬୯ ତୀର୍ଥଯାତ୍ରୀଙ୍କ ଅଯୋଧ୍ୟା-ବାରଣାସି ଅଭିମୂଖେ ଯାତ୍ରା

Published: Mar 18, 2025, 8:55 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥଯାତ୍ରୀ ଅଯୋଧ୍ୟା- ବାରଣାସି ଅଭିମୂଖେ ଯାତ୍ରା କରିବା ପାଇଁ ଭୁବନେଶ୍ଵର କ୍ୟାପିଟାଲ ହାଇସ୍କୁଲ ଠାରେ ରାତ୍ରିଯାପନ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ୫ ଜଣ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଭୁବନେଶ୍ବରଠାରୁ ତା. ୧୯.୦୩.୨୦୨୫ ରିଖ ଦିନ ସକାଳ ୧୧ ଘଣ୍ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ରେଳ ଷ୍ଟେସନରେ ଫ୍ଲାଗ ଅଫ ପରେ ତୀର୍ଥଯାତ୍ରୀମାନେ ଅଯୋଦ୍ଧା- ବାରଣାସି ଅଭିମୂଖେ ଯାତ୍ରା କରିବେ।

ତୀର୍ଥଯାତ୍ରୀଙ୍କୁ ନେଇଯାଉଥିବା ବସଗୁଡିକୁ ଜିଲ୍ଲା ପରିଷଦ ଅଧକ୍ଷ୍ୟା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଜ୍ୟୋତି ଶଙ୍କର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ପ୍ରାରମ୍ଭରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଙ୍କ ଉପସ୍ଥିତିରେ ଏକ ସମ୍ୱର୍ଦ୍ଧନା ସଭା କରାଯାଇ ବରିଷ୍ଠ ନାଗରିକଙ୍କୁ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ଶୁଭେଛା ଏବଂ ଶୁଭକାମନା କରାଯାଇଥିଲା। ଗୋଷ୍ଠି ନଛାଡି ସୁରକ୍ଷା ଅଧିକାରୀଙ୍କ ପାଖେ ପାଖେ ରହିବାକୁ ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ ବୁଝାଇଥିଲେ।

ପର୍ଯ୍ୟଟନ ଅଧିକାରୀ ମୀରା କୁମାରୀ ବେହେରା ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ସହ ସଭା ସାଙ୍ଗ କରାଯାଇଥିଲା।

Related posts