Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ସାହିତ୍ୟସିନ୍ଦୁରାର “ବର୍ଣ୍ଣବୋଧ” ଦିବସ ପାଳନ
ଆଜିର ଖବର

ବାଣପୁର: ସାହିତ୍ୟସିନ୍ଦୁରାର “ବର୍ଣ୍ଣବୋଧ” ଦିବସ ପାଳନ

April 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜିଥିଲା “ବର୍ଣ୍ଣବୋଧ” ଦିବସ। ଏହି ପ୍ରାୟୋଜିତ କାର୍ଯ୍ୟକ୍ରମ ବାଣପୁରର ସାହିତ୍ୟସିନ୍ଦୁରା ଅନୁଷ୍ଠାନ ତରଫରୁ ବିଧାରପୁରର ପରୀଡ଼ା ପାଠଗାର ପରିସରରେ ଶିକ୍ଷାବିତ୍ ଗୋଲକ ବିହାରୀ ପରୀଡ଼ାଙ୍କ ନିମନ୍ତ୍ରଣ କ୍ରମେ ମହାସମାରୋହ ପାଳିତ ହୋଇଥିଲା। ଓଡ଼ିଆଭାଷାର ମୌଳିକତା ରକ୍ଷା କରିବାରେ “ମଧୁ ବର୍ଣ୍ଣବୋଧ “ର ଭୂମିକା ସଂପର୍କୀତ ଏକ ଆଲୋଚନାଚକ୍ରରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ଭାଷାତତ୍ବବିତ୍ ଗୋକୁଳାନନ୍ଦ ଦାସ ମୁଖ୍ୟ ଅତିଥି, ଓଡ଼ିଆ ଭାଷା ସୁରକ୍ଷା ସମିତି ବାଲୁଗାଁର ସଭାପତି କବି ରଙ୍କନାଥ ସେଠୀ ମୁଖ୍ୟବକ୍ତା ଭାବରେ ଯୋଗଦେବା ସହିତ କବି ପୁରୁଷୋତ୍ତମ ମହାପାତ୍ର, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଅଧ୍ୟାପକ ଭବାନୀପ୍ରସାଦ ହୋତା, ଶିକ୍ଷାବିତ୍ ଆନନ୍ଦଚନ୍ଦ୍ର ସେନାପତି, ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର କୁମାର ଦାସ, ଶେଷଦେବ ମହାରଣା, ରବୀନ୍ଦ୍ରନାଥ ମାନସିଂ, ନୀଳମଣି ସାହୁ, ଅମରେଶ୍ଵର ଘଡ଼ାଇ,ଏକତା ପରିଷଦର ଆବାହିକା ସଂଧ୍ୟାଦେବୀ, କବୟତ୍ରୀ ସ୍ମୃତି ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଗୁରୁ ମାଧବଚ଼ନ୍ଦ୍ର ପଲାଇ, ବିଷ୍ଣୁପ୍ରିୟା ବାରିକ, ନବକିଶୋର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବି ଆଲୋଚ଼ନାରେ ଯୋଗ ଦେଇ ମାତୃଭାଷା ଓଡ଼ିଆର ସୁରକ୍ଷା ଓ ପ୍ରଚାର ପ୍ରସାର ସହିତ ମୌଳିକତା ରକ୍ଷା କରିବାରେ “ମଧୁବର୍ଣ୍ଣବୋଧ” ହିଁ ଏକ ମାତ୍ର ପାଠ୍ୟପୁସ୍ତକ ଭାବରେ ପ୍ରେରଣା ଯୋଗାଇଦେବ ବୋଲି ମତପ୍ରକାଶ କରି ବହୁ ବର୍ଷ ପରେ ଓଡ଼ିଶା ସରକାର ଏହି ପୁସ୍ତକକୁ ଗୁରୁତ୍ୱ ଦେଇ ପ୍ରାଥମିକ ବିଦ୍ୟାଳୟରେ ପୁଣି ପ୍ରଚଳନ କରିବାକୁ ପଦକ୍ଷେପ ଗ୍ରହଣ କରିଥିବାରୁ ସରକାରଙ୍କ ଏହି ନିଷ୍ପତିକୁ ସାଧୁବାଦ ଜଣାଇଥିଲେ।

ଭକ୍ତକବି ମଧୁସୂଦନ ରାଓଙ୍କ ଅଦମ୍ୟ ପ୍ରଚେଷ୍ଠାରେ୧୮୮୫ ରେ ମୁଦ୍ରିତ ଏହି ପୁସ୍ତକଟି ବିଟ୍ରିଶ ଶାସିତ ଓଡ଼ିଶାର ଘରେ ଘରେ ଓଡ଼ିଆ ଭାଷା ପଠନ, ଲିଖନର ଏକମାତ୍ର ନିର୍ଭରଯୋଗ୍ୟ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା ଯାହାକି ମାତୃଭାଷା ଓଡ଼ିଆର ମୌଳିକତା
ରକ୍ଷା କରିବାରେ ସହାୟକ ହୋଇପାରିଥିଲା। ବୈଦେଶିକ ଭାଷାର ପ୍ରଭାବରେ ବର୍ତ୍ତମାନ ମାତୃଭାଷା ଓଡ଼ିଆରେ ଲିଖନ ପଠନ, କଥନ ଅତିବିକୃତ ଅବସ୍ଥାକୁ ଆସିଯାଇଥିବା ବେଳେ ଏହାର ସୁରକ୍ଷା ଓପୁନଃରୁଦ୍ଧାର ପାଇଁ ସରକାର ଆନ୍ତରିକତାର ସହିତ ବିହିତ ପଦକ୍ଷେପ ଗ୍ରହଣ କଲେ ପୁଣି ମାତୃଭାଷା ଓଡ଼ିଆ ପଠନ ପ୍ରତିଯୁବସମାଜ ଆଗ୍ରହ ପ୍ରକାଶ କରିବେ ବୋଲି ମତପ୍ରକାଶ ପାଇଥିଲା। ଶେଷରେ ଶ୍ରୀଯୁକ୍ତ ପରୀଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଆ ପକ୍ଷ ଓଡିଶା ସରକାର ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.