ଏଏସଆଇ କିର୍ତ୍ତୀରାଜି ଦେଖିବାକୁ ଆଜି କୌଣସି ଟିକେଟ ପଡିବ ନାହିଁ, ଜାଣନ୍ତୁ କାରଣ

Published: Apr 18, 2025, 7:07 am IST
asiticket

ନୂଆଦିଲ୍ଲୀ: ଖଣ୍ଡିଗିର ହେଉ କିମ୍ବା ବିଶ୍ବ ପ୍ରସିଦ୍ଧ କୋଣାର୍କ। ଏସବୁ ଦେଖିବା ପାଇଁ ଟିକେଟ କାଟିବାକୁ ପଡେ। ହେଲେ ଆଜି ଦିନକ ପାଇଁ ମାଗଣାରେ ଆପଣ ସମସ୍ତ କୀର୍ତ୍ତିରାଜି ଦେଖିପାରିବେ।

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଘୋଷଣା କରିଛି ଯେ, ଆଜି ଅର୍ଥାତ ୧୮ ଏପ୍ରିଲରେ କୌଣସି କିର୍ତ୍ତୀରାଜି ସ୍ଥଳରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ। କାରଣ ହେଲା ଆଜି ବିଶ୍ୱବ୍ୟାପୀ ‘ଆନ୍ତର୍ଜାତୀୟ କିର୍ତ୍ତୀରାଜି ଓ ସ୍ଥଳ ଦିବସ’ ପାଳନ କରାଯାଉଛି। ସେଥିପାଇଁ ଏଏସଆଇ ଏପରି ନିଷ୍ପତି ଗ୍ରହଣ କରିଛି।

ଏଏସଆଇ କହିଛି ଯେ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଅନୁସନ୍ଧାନ କରିବାକୁ ପରିଦର୍ଶକମାନଙ୍କୁ ଉତ୍ସାହିତ କରିବା। ଏଏସଆଇ ଅଧିନରେ ଦେଶରେ ୩,୬୯୮ ସ୍ମାରକୀ ଏବଂ ସ୍ଥଳ ରହିଛି। ଯାହାର ସଂରକ୍ଷଣ ଏହି ସଂସ୍ଥା କରିଆସୁଛି।

ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ‘ବିପର୍ଯ୍ୟୟ ଏବଂ ସଂଘର୍ଷର ବିପଦରେ ଥିବା ଐତିହ୍ୟ’। ଯେଉଁଠାରେ ପ୍ରାକୃତିକ କିମ୍ବା ମାନବ ନିର୍ମିତ ବିପର୍ଯ୍ୟୟ, ବିପଦ କିମ୍ବା ସଂଘର୍ଷରୁ ଐତିହ୍ୟ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସଚେତନତା ପ୍ରସାର କରାଯାଉଛି।

ପ୍ରବେଶ ଶୁଳ୍କ ଛାଡ଼ କରି, ଏଏସଆଇ ଆମର ଐତିହ୍ୟ ସଂରକ୍ଷଣ ଏବଂ ପରିଚାଳନାର ଗୁରୁତ୍ୱ ଏବଂ ଆମର ଐତିହ୍ୟକୁ ସଂରକ୍ଷିତ ରଖିବାରେ ଲୋକମାନେ କିପରି ସକ୍ରିୟ ଭୂମିକା ଗ୍ରହଣ କରିପାରିବେ ସେ ନେଇ ପ୍ରୋତ୍ସାହିତ କରୁଛି। ସର୍ବପରି, ଆମ ସମ୍ବିଧାନରେ ଉଲ୍ଲେଖିତ ମୌଳିକ କର୍ତ୍ତବ୍ୟ ଅନୁଯାୟୀ, ଏହି ଅମୂଲ୍ୟ ଐତିହ୍ୟ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବା ଏବଂ ସେଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆମର କର୍ତ୍ତବ୍ୟ।

Related posts