
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମେଣ୍ଟର କେଭିନ୍ ପିଟରସେନ୍ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆଇପିଏଲ୍ 2025 ରେ କେ.ଏଲ୍ ରାହୁଲ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ମୁଁ ଭାବୁଛି ସେ ଭାରତର ଟି -20 ଅନ୍ତର୍ଜାତୀୟ ଦଳରେ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଭାବରେ ଫିଟ୍ ଅଛନ୍ତି।
ରାହୁଲ ଶେଷ ଥର ପାଇଁ 2022 ମସିହାରେ ଟି -20 ବିଶ୍ୱକପରେ ଭାରତ ପାଇଁ ଖେଳିଥିଲେ, ଯେଉଁଠାରେ ସେ 120.75 ଷ୍ଟ୍ରାଇକ ହାରରେ 6 ଟି ଇନିଂସରେ ମାତ୍ର 128 ରନ୍ ସଂଗ୍ରହ କରିଥିଲେ। ଯେତେବେଳେ ସେ ନିଜ ରନ୍ ସ୍କୋର କରିପାରିନଥିଲେ, ତାଙ୍କୁ ମଧ୍ୟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଆଇପିଏଲ୍ 2025 ରେ ଡିସିରେ ଯୋଗଦେବା ପରଠାରୁ ରାହୁଲ ଟି -20 ଖେଳିବାର ଶୈଳୀରେ ପରିବର୍ତ୍ତନ କରିଛନ୍ତି। ରାହୁଲ ବର୍ତ୍ତମାନ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ସେ 60.67 ହାରରେ 146.18 ଷ୍ଟ୍ରାଇକ୍ ରେଟ୍ ରେ ଆଠଟି ମ୍ୟାଚ୍ ରେ 364 ରନ୍ ଏବଂ କରିଛନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ହାତରୁ ଡିସି 6 ୱିକେଟ୍ ରେ ହାରିବା ପରେ କେଭିନ ପିଟରସେନ କହିଛନ୍ତି ଯେ, ମୁଁ ଭାବୁଛି ଅପାନଙ୍କର ବହୁତ ଓପନର୍ ଅଛନ୍ତି, କିନ୍ତୁ କେ.ଏଲ୍ ରାହୁଲ ଯେଉଁଭଳି ବର୍ତ୍ତମାନ କ୍ରିକେଟ୍ ଖେଳୁଛନ୍ତି, ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବା ଏବଂ ଭାରତ ପାଇଁ ୱିକେଟ୍ କିପର କରିବା ମୋର ପ୍ରଥମ ପସନ୍ଦ ହେବ।
ରବିବାର ଦିନ ରାହୁଲ ଆରସିବି ବିପକ୍ଷରେ 39 ବଲରୁ 41 ରନ ସ୍କୋର କରିଥିଲେ। ତେବେ ଇନିଂସକୁ ଗତି ଦେବା ପାଇଁ ଚେଷ୍ଟା କରି ରାହୁଲ ୱିକେଟ୍ ହରାଇଥିଲେ ଏବଂ ଦିଲ୍ଲୀ ଆରସିବି ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିପାରି ନଥିଲା। ଆରସିବି ପାଇଁ କ୍ରୁନାଲ ପାଣ୍ଡ୍ୟା ଏବଂ ସୁୟଶ ଶର୍ମା ଚମତ୍କାର ବୋଲିଂ କରିଥିଲେ। ତେବେ ଟି -20 କ୍ରିକେଟ୍ ପ୍ରତି ଆଭିମୁଖ୍ୟ ବଦଳାଇବାକୁ ଇଚ୍ଛା ପ୍ରକାଶ କରିଥିବାରୁ ପିଟରସେନ ରାହୁଲଙ୍କୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି ଯେ, “କେଏଲ ଗତ ବର୍ଷ ଠାରୁ ବହୁତ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଆମେ ଦେଖିଲୁ ସେ କିପରି ଭାରତ ପାଇଁ କିଛି ମ୍ୟାଚ୍ ସମାପ୍ତ କରିଛନ୍ତି, ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଏହାର ଏକ ଉଦାହରଣ ଅଟେ। ମୁଁ ରାହୁଲଙ୍କ ଅନେକ ପରିବର୍ତ୍ତନ ଦେଖିଥିଲି। ଜଣେ ଖେଳାଳି ଭାବରେ ସେ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ ଯେ ତାଙ୍କ ବ୍ୟାଟିଂରେ କେଉଁଠାରେ ଏବଂ କେତେ ଉନ୍ନତି ଆଣିବା ଆବଶ୍ୟକ। ଭଲ କଥା ହେଉଛି ଯେ ସେ ତାଙ୍କ ଖେଳରେ ଉନ୍ନତି ଦେଖୁଛନ୍ତି।