Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କୃଷକ ଦିବସ-୨୦୨୫ ପାଳିତ, ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କୃଷକ ଦିବସ-୨୦୨୫ ପାଳିତ, ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ

April 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ-୨୦୨୫ ପାଳନ କାର୍ଯ୍ୟକ୍ରମରେ ଆଇନ୍ , ନିର୍ମାଣ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିବା ସହ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକର ସଫଳ ଚାଷୀ ଭାଇ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

‘କୃଷି’ ହେଉଛି ଆମ ଅସ୍ତିତ୍ବର ମୂଳ ଆଧାର। ଏହି କ୍ଷେତ୍ରରେ କୃଷକମାନେ ତାଙ୍କର ଅଦମ୍ୟ ପରିଶ୍ରମ, ଆଶା ଓ ଆତ୍ମବଳ ଦ୍ବାରା ଆଜି ଓଡ଼ିଶାକୁ ଆତ୍ମନିର୍ଭର ଓ ସମୃଦ୍ଧିମୟ କରିଛନ୍ତି। ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସୁଖ ଓ ସମୃଦ୍ଧିକୁ ନେଇ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୦୨୫ ଖରିଫ ଋତୁ ପାଇଁ ୫୦ ଲକ୍ଷ ହିତାଧିକାରୀ କୃଷକଙ୍କୁ ମୁଖ୍ୟମନ୍ତ୍ରୀ କିସାନ କିସ୍ତି ଅଧିନରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା କୃଷକଙ୍କ ଚାଷ କାର୍ଯ୍ୟକୁ ସାହାଯ୍ୟ କରି ଉତ୍ପାଦନ ବୃଦ୍ଧି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶା ପ୍ରକଟ କରିଛନ୍ତି।

ରାଜ୍ୟ ସରକାର କୃଷକଙ୍କ ସ୍ଵାବଲମ୍ବନ ଓ ସମୃଦ୍ଧି ପାଇଁ ଅନେକ ଯୋଜନା ପ୍ରଚଳିତ କରିଛନ୍ତି। ଏଥି ମଧ୍ୟରେ ରହିଛି କିସାନ କ୍ରେଡିଟ୍ କାର୍ଡ (KCC) ଯାହାକି କୃଷକମାଙ୍କୁ ସହଜରେ କମ୍ ସୁଧରେ ଋଣ ପାଇ ଯୋଗାଇ ପାରୁଛି। ସେହିପରି ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନର ଉଚିତ ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ୟାଡି ପ୍ରୋକ୍ୟୁରମେଣ୍ଟ ଯୋଜନା ମାଧ୍ୟମରେ ୮୦୦ ଟଙ୍କାର ଇନପୁଟ ସହାୟତା ରାଶି ସହ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର।

ଆଜିର ପବିତ୍ର ଦିବସରେ କୃଷକ ଭାଇ ଓ ଭଉଣୀମାନଙ୍କୁ ଗୋଟିଏ ଅପିଲ କରିଛନ୍ତି ଯେ, ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାରକୁ ସମ୍ପୂର୍ଣ ବନ୍ଦ କରିବା ସ‌ହିତ ଜୈବିକ କୃଷିକୁ ଆପଣେଇବା ପାଇଁ ପ୍ରୟାସ ଆରମ୍ଭ କରିବା।

ମାନ୍ୟବର ମନ୍ତ୍ରୀ ତାଙ୍କର ଅଭିଭାଷଣ ରେ କହିଛନ୍ତି ଯେ; ଏହି ସମସ୍ତ ଉଦ୍ୟମ ଦ୍ବାରା ରାଜ୍ୟର କୃଷକମାନେ ସ୍ଵାବଲମ୍ବୀ ହେବେ ଏବଂ ଓଡ଼ିଶା ଆମ ଦେଶରେ କୃଷିରେ ଏକ ମଡ଼େଲ୍ ରାଜ୍ୟ ଭାବରେ ପରିଚିତ ହେବ ବୋଲି।

ଏହି କାର୍ଯ୍ୟକ୍ରମ ଅବସରରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

khordha odishagovt VikashitOdisha
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.