Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ରନ୍ ଫର୍ ଓ୍ୱାନ୍ ନେସନ, ଓ୍ୱାନ୍ ଇଲେକ୍ସନ’ର ଶୁଭାରମ୍ଭ
ଆଜିର ଖବର

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ରନ୍ ଫର୍ ଓ୍ୱାନ୍ ନେସନ, ଓ୍ୱାନ୍ ଇଲେକ୍ସନ’ର ଶୁଭାରମ୍ଭ

April 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ “ରନ୍ ଫର୍ ଓ୍ୱାନ୍ ନେସନ୍, ଓ୍ୱାନ୍ ଇଲେକ୍ସନ୍” କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏପରି ପ୍ରୟାସକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିବା ସହ କହିଛନ୍ତି ଦେଶରେ କୌଣସି ନୂଆ ବିଚାରର କ୍ରିୟାନ୍ୱୟନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ ସଶକ୍ତ ପରମ୍ପରା ଅଛି। ଗୋଟିଏ ରାଷ୍ଟ୍ର – ଗୋଟିଏ ନିର୍ବାଚନ ସପକ୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏଭଳି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଗୋଟିଏ ରାଷ୍ଟ୍ର- ଗୋଟିଏ ନିର୍ବାଚନ ଉପରେ ବମର୍ଶ ଆଜି କେବଳ ସଂସଦ ପର୍ଯ୍ୟନ୍ତ ନୁହେଁ ବରଂ ଜନମାନସର ଏକ ଅଭିଯାନ ବନାଯାଉଛି। ଅର୍ଥାତ୍ ଓ୍ୱାନ୍ ନେସନ, ଓ୍ୱାନ୍ ଇଲେକ୍ସନ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି।

ଆଜି ଆମେ ଦୌଡୁଛୁ, ଦେଶର ବିକାଶ ଏବଂ ଭବିଷ୍ୟତ ପାଇଁ। କିଛି ବି ବଡ ରାଜନୈତିକ ନିଷ୍ପତିକୁ ନିର୍ଣ୍ଣାୟକ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନୀତି, ଯୋଜନା କରିବା ପାଇଁ ଜନଭାଗିଦାରୀ ଆବଶ୍ୟକ। ଆଜିର ସମୟ ହୋଇଛି, ଗଣତନ୍ତ୍ର ବ୍ୟବସ୍ଥାକୁ ସଶକ୍ତ କରିବା ଏବଂ ଗୋଟିଏ ରାଷ୍ଟ୍ର – ଗୋଟିଏ ନିର୍ବାଚନକୁ ଜନ ଅଭିଯାନ, ଜନସମ୍ବାଦ ଏବଂ ଜନ ଆନ୍ଦୋଳନରେ ପରିଣତ କରିବା।

ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଏବଂ ଓ୍ୱାନ ନେସନ ଓ୍ୱାନ ଇଲେକ୍ସନର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ଏହା ଏକ ଜନ ଆନ୍ଦୋଳନ। ଏହି କାର୍ଯ୍ୟକ୍ରମ ସେହି ବିଚାରର ସାର୍ବଜନୀନ ପ୍ରତିଫଳନ – ଏହା କେବଳ ଏକ ଗଣଦୌଡ଼ ନୁହେଁ, ବରଂ ୨୦୪୭ ପର୍ଯ୍ୟନ୍ତ ଭାରତକୁ ଏକ ମଜଭୂତ୍ ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଏକ ସଂକଳ୍ପ ଯାତ୍ରା ଅଟେ। ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିକଶିତ ଭାରତ କଳ୍ପନାର ଆଧାରଶୀଳା, ଯାହା ସଶକ୍ତ ଏବଂ ସ୍ଥିର ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଏହି ଗଣଦୌଡରେ ଯୁବଶକ୍ତି ଅଧିକ ମାତ୍ରାରେ ଅଂଶଗ୍ରହଣ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦିଲ୍ଲୀର ଗୃହ, ଶିକ୍ଷା ଓ ତାଲିମ ମନ୍ତ୍ରୀ ଆଶିଷ ସୁଦ୍, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ସାମିଲ ହୋଇଥିଲେ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025
Latest News

ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

December 20, 2025

ଗତି ଶକ୍ତି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବୈଠକ ଅନୁଷ୍ଠିତ

December 20, 2025

ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

ସୁରକ୍ଷିତ, ସମ୍ମାନଜନକ ଏବଂ ଆବେଗପୂର୍ଣ୍ଣ କ୍ୟାମ୍ପସ ବାତାବରଣକୁ ଗୁରୁତ୍ୱ ଦିଏ ସୋଆ: ସୋଆ ଉପସଭାପତି

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.