
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୧୦୩ ଟି ପୁନଃବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିବେ, ଯାହା ଭାରତୀୟ ରେଳର ଆଧୁନିକୀକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:
“ଆଜି ଭାରତର ରେଳ ଭିତ୍ତିଭୂମି ପାଇଁ ଏକ ଐତିହାସିକ ଦିନ। ଅମୃତ ଷ୍ଟେସନଗୁଡିକ ସୁବିଧାଜନକ ହେବା ସହ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଆମର ଗୌରବମୟ ସଂସ୍କୃତିର ପ୍ରତୀକ ହେବ।”