ରିଲିଜ ହେଲା ଭାବ ବିହ୍ୱଳ ଜଗନ୍ନାଥ ଭଜନ “ଏତେ ଦୁଃଖ ଆଉ ଦେ ନା କାଳିଆ”

Published: Jun 1, 2025, 11:32 am IST

ଭୁବନେଶ୍ଵର: ସାରଞ୍ଜାଲ୍ କ୍ରିଏସନରେ ରିଲିଜ ହେଲା ଭାବ ବିହ୍ୱଳ ଜଗନ୍ନାଥ ଭଜନ ‘ଏତେ ଦୁଃଖ ଆଉ ଦେ ନା କାଳିଆ’। ଏହି ରିଲିଜ ସମୟରେ ମୁଖ୍ୟ ଅତିଥି ଭାବରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ, ଅଭିନେତା ଓ ଆଙ୍କର କେ.ପି, ସାମ୍ବାଦିକା ଓ ଅଭିନେତ୍ରୀ କବିତା ସ୍ବାଇଁ, ନିର୍ଦ୍ଦେଶକ ବାବୁ ବାବୁ, ପ୍ରଯୋଜକ ଓ ଅଭିନେତା ସୁନିଲ୍ କୁମାର୍ ଓଝା ଓ ଗୀତିକାର ବାସୁଦେବ ମହାରଣା ଉପସ୍ଥିତ ରହି ସିଡ଼ି ଟିକୁ ଉନ୍ମୋଚନ କରିଥିଲେ।

ଜଣେ ଭିନ୍ନକ୍ଷମ ମଣିଷ କେମିତି ନିଜର ନିଷ୍ଠା ବଳରେ କାଳିଆ ପାଖରେ ପହଞ୍ଚି ପାରୁଛି। ଜିବା ସମୟରେ କିପରି ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛି ଏବଂ ନିଜର ହୃଦୟ ର କଥାକୁ କିପରି ଜଗା କୁ ଜଣାଉଛି ଏହା ରହିଛି ଭିଡିଓ ଟିର କାହାଣୀ।

ଏଣୁ ବାବୁ ବାବୁ ଙ୍କ ସୁନ୍ଦର ନିର୍ଦ୍ଦେଶନା ରେ ଅଭିନୟ କରିଛନ୍ତି ସୁନିଲ୍ କୁମାର୍ ଓଝା। ତାହା ସହ ଦିପକ କୁମାର ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ କଣ୍ଠଦାନ କରିଛନ୍ତି ସୈାରଭ ଭରଦ୍ୱାଜ। ଗୀତ ଟିକୁ ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି ଗୀତିକାର ବାସୁଦେବ ମହାରଣା। ଏଣୁ ଆଗକୁ ରଥଯାତ୍ରା ଆସୁଥିବା ବେଳେ ଏମିତି ଭଜନ ଗୁଡିକୁ ଲୋକମାନେ ବେସ୍ ଭଲପାଇବା ଦେବେ ବୋଲି କହିଛନ୍ତି ନିର୍ଦ୍ଦେଶକ ।

Related posts