Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧାର୍ଯ୍ୟ ସମୟର ପାଞ୍ଚ ବର୍ଷ ପୂର୍ବରୁ ୫୦% ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କଲା ଭାରତ
ଜାତୀୟ ଖବର

ଧାର୍ଯ୍ୟ ସମୟର ପାଞ୍ଚ ବର୍ଷ ପୂର୍ବରୁ ୫୦% ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କଲା ଭାରତ

July 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏହାର ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନର ଯାତ୍ରାରେ ଏକ ଐତିହାସିକ ସଫଳତା ହାସଲ କରିଛି। ପ୍ୟାରିସ ଚୁକ୍ତିନାମାରେ ଜାତୀୟ ନିର୍ଦ୍ଧାରିତ ଅବଦାନ ଅନୁଯାୟୀ ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦% ହାସଲ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଜଳବାୟୁ କାର୍ଯ୍ୟ ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଦେଶର ଦୃଢ଼ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନର ଯାତ୍ରା ତ୍ୱରାନ୍ୱିତ ହେଉଥିବା ଏଥିରୁ ପ୍ରମାଣିତ ହୋଇଛି।

କେନ୍ଦ୍ର ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଖୋଜୁଥିବା ବିଶ୍ୱରେ, ଭାରତ ମାର୍ଗ ଦେଖାଉଛି। ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ୫୦% ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଭାରତର ସବୁଜ ପରିବର୍ତ୍ତନକୁ ଆଗକୁ ବଢ଼ୁଛି । ଦେଶ ଏକ ଆତ୍ମନିର୍ଭରଶୀଳ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି।’’

ଏହି ସଫଳତା ଦୂରଦୃଷ୍ଟିପୂର୍ଣ୍ଣ ନୀତି ପ୍ରଣୟନ, ଏହାର ଦୃଢ଼ କାର୍ଯ୍ୟକାରିତା ଏବଂ ସମାନତା ତଥା ଜଳବାୟୁ ଦାୟିତ୍ୱ ପ୍ରତି ଦେଶର ଗଭୀର ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରେ। ପିଏମ-କୁସୁମ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା, ସୌର ପାର୍କ ବିକାଶ ଏବଂ ଜାତୀୟ ପବନ-ସୌର ହାଇବ୍ରିଡ୍ ନୀତି ଭଳି ପ୍ରମୁଖ କାର୍ଯ୍ୟକ୍ରମ ଏହି ପରିବର୍ତ୍ତନ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛି।

ବିଶ୍ୱ ପରିପ୍ରେକ୍ଷୀରେ ଭାରତର ପ୍ରଗତି ଅଧିକ ଗୁରୁତ୍ୱ ବହନ କରେ। ବିଶ୍ୱ ସ୍ତରରେ ମୁଣ୍ଡପିଛା ନିର୍ଗମନ ସବୁଠାରୁ କମ୍ ହେବା ସତ୍ତ୍ୱେ, ଭାରତ ହାତଗଣତି ଜି-ଟ୍ୱେଣ୍ଟି ଦେଶ ମଧ୍ୟରୁ ଅନ୍ୟତମ ଯେଉଁମାନେ ସେମାନଙ୍କର ସ୍ୱଚ୍ଛ ଶକ୍ତି ପ୍ରତିଶ୍ରୁତି ପୂରଣ କରିବାକୁ କିମ୍ବା ଅତିକ୍ରମ କରିବାର ମାର୍ଗରେ ଅଛନ୍ତି।

ଏହି ପ୍ରାରମ୍ଭିକ ସଫଳତା ଆହୁରି ଉଚ୍ଚ ଲକ୍ଷ୍ୟ ରଖିବା ପାଇଁ ଏକ ସୁଯୋଗ ପ୍ରଦାନ କରେ। ଭାରତର ଶକ୍ତି ପରିବର୍ତ୍ତନର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱଚ୍ଛ ଶକ୍ତି ଉପଲବ୍ଧତାରେ ଗୁଣବତ୍ତା, ସମାନତା ଏବଂ ସ୍ଥିରତାକୁ ପ୍ରାଥମିକତା ଦେବ। ଅକ୍ଷୟ ଶକ୍ତି ପ୍ରଣାଳୀର ବିତରଣ, ଇନ୍ଧନ ସଞ୍ଚୟ କରୁଥିବା ଉପକରଣର ବ୍ୟବହାର ଏବଂ ଗ୍ରାମୀଣ ଓ ଅନୁନ୍ନତ ଅଞ୍ଚଳରେ ମୁଣ୍ଡପିଛା ସ୍ୱଚ୍ଛ ବିଦ୍ୟୁତ୍ ବ୍ୟବହାରକୁ ଦ୍ୱିଗୁଣିତ କରିବା ଲାଗି ଗୁରୁତ୍ୱ ଦିଆଯିବ ।

କୃତ୍ରିମ ବୁଦ୍ଧିମତା ବା ଏଆଇ ଭାରତର ଭବିଷ୍ୟତର ଶକ୍ତି ଭିତ୍ତିଭୂମିର ଆଧାର ଭାବରେ ଉଭା ହେବାକୁ ଯାଉଛି। ଏଆଇ-ଚାଳିତ ପ୍ଲାଟଫର୍ମ ସହିତ, ଛାତ ଉପରେ ସୌରଶକ୍ତି, ବୈଦ୍ୟୁତିକ ଯାନବାହନ ଏବଂ ସ୍ମାର୍ଟ ମିଟରଗୁଡ଼ିକ ଗ୍ରାହକମାନଙ୍କୁ ସକ୍ରିୟ ଶକ୍ତି ଉତ୍ପାଦକରେ ପରିଣତ କରିବ।

ଦେଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ-ଜୀବାଶ୍ମ କ୍ଷମତା ଏବଂ ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାରୁ ଭବିଷ୍ୟତର ମାର୍ଗ ଦୃଢ଼, ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ହେବା ଆବଶ୍ୟକ।

ଅକ୍ଷୟ ଶକ୍ତି ଅଣ ଜୀବାଶ୍ମ ଉତ୍ସ ପ୍ୟାରିସ ଚୁକ୍ତିନାମା ବିଦ୍ୟୁତ ଶକ୍ତି ଭାରତ ସ୍ୱଚ୍ଛ ଶକ୍ତି କ୍ଷମତା
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025
Latest News

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.