Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ
ଆଜିର ଖବର

ଭୁବନେଶ୍ୱରରେ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ

July 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ଉପରେ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି। କେନ୍ଦ୍ର ବିଜ୍ଞାନ ଓ କାରିଗରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମିଳିତ ଭାବେ ଉଦଘାଟନ କରିଛନ୍ତି।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ (ଡିଏଆରପିଜି) ବିଭାଗ ଦ୍ୱାରା ଏହି ସମ୍ମିଳନୀ ୧୭ ଓ ୧୮ ଜୁଲାଇ ଅର୍ଥାତ୍‌ ଆଜି ଏବଂ ଆସନ୍ତକାଲି ଅନୁଷ୍ଠିତ ହେଉଛି। ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଉତ୍କର୍ଷତା ପୁରସ୍କାର ଦ୍ୱାରା ପୁରଷ୍କୃତ ହୋଇଥିବା ଅନୁକରଣୀୟ ପ୍ରଶାସନିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରାଯାଇ ‘‘ଉତ୍ତମ ପ୍ରଶାସନିକ ଅଭ୍ୟାସ’’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଶାସନିକ ସଂସ୍କାରରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ସ୍ୱାଧୀନତା ପରଠାରୁ ଅନୁଷ୍ଠିତ ୪୧ଟି ସୁଶାସନ ସମ୍ମିଳନୀ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨୯ଟି ପ୍ରଭାବଶାଳୀ  ସମ୍ମିଳନୀ ଆୟୋଜନ କରାଯାଇଛି। ଏହା ବର୍ତ୍ତମାନର ଯୁଗରେ ପ୍ରଶାସନିକ ସଂସ୍କାରର ବ୍ୟାପକତା, ଗତି ଏବଂ ଧାରାକୁ ପ୍ରତିଫଳିତ କରିଥାଏ।

ମୋଦୀଙ୍କ ନେତୃତ୍ୱରେ ସଂସ୍କାରର ଚାରୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଡକ୍ଟର ସିଂହ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ପ୍ରଥମତଃ, ସେ ଏହି ସଂସ୍କାରଗୁଡ଼ିକୁ ବୈପ୍ଲବିକ ଭାବେ ଅଭିହିତ କରିଥିଲେ। ପୁରୁଣା ବ୍ୟବସ୍ଥାଗୁଡ଼ିକୁ ବଦଳାଇବା ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ପରମ୍ପରାକୁ ଶ୍ରୀ ମୋଦୀ ବଦଳାଇବାକୁ ଆହ୍ୱାନ ଦେଇଥିଲେ। ଦ୍ୱିତୀୟତଃ, ସେ ଏଗୁଡ଼ିକର ସୁଦୂରପ୍ରସାରୀ ସାମାଜିକ-ଆର୍ଥିକ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ତୃଣମୂଳ ସ୍ତରରେ ଏଗୁଡ଼ିକ ସେବା ପ୍ରଦାନରେ ଉନ୍ନତି ଆଣିଛନ୍ତି ଏବଂ ନାଗରିକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିଛନ୍ତି। ତୃତୀୟତଃ, ଏହି ସଂସ୍କାରଗୁଡ଼ିକ ସାଧାରଣ ନାଗରିକଙ୍କ ମାନସିକତାକୁ ମୌଳିକ ଭାବରେ ପରିବର୍ତ୍ତନ କରିଛି। ସେମାନଙ୍କ ମଧ୍ୟରେ ବ୍ୟବସ୍ଥା ପ୍ରତି ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଏବଂ ଭରସାର ଏକ ନୂତନ ଭାବନା ସୃଷ୍ଟି କରିଛି। ଶେଷରେ, କେନ୍ଦ୍ରୀୟ ସାର୍ବଜନୀନ ଅଭିଯୋଗ ସମାଧାନ ଏବଂ ଅନୁଧ୍ୟାନ ପ୍ରଣାଳୀ (ସିପିଗ୍ରାମ୍ସ) ଏବଂ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଭଳି ଅନେକ ପଦକ୍ଷେପ ଅଭିନବ ପ୍ରଶାସନିକ ସଂସ୍କାରର ବିଶ୍ୱ ମଡେଲ ରୂପେ  ବିକଶିତ ହୋଇଛି ବୋଲି ଡକ୍ଟର ସିଂହ ସୂଚାଇଥିଲେ।

କେନ୍ଦ୍ର ମନ୍ତ୍ରୀ ଭାରତର ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ର ବ୍ୟାପକ ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ଏହା ବର୍ତ୍ତମାନ ବ୍ୟବହାର ଦୃଷ୍ଟିରୁ ଭିସା ଭଳି ବିଶ୍ୱସ୍ତରୀୟ ଅର୍ଥପଇଠ ପ୍ରଣାଳୀ ବା ପେମେଣ୍ଟ ସିଷ୍ଟମକୁ ଅତିକ୍ରମ କରିଛି। ନବସୃଜନ ଏବଂ ଡିଜିଟାଲ ସଶକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଡକ୍ଟର ସିଂ ରେଖାଙ୍କିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଏହି ପ୍ରଶାସନର ଏକ ପ୍ରମୁଖ ଲକ୍ଷଣ ହେଉଛି ଅତୀତର ‘ସ୍ଥିତାବସ୍ଥା’ ଆଭିମୁଖ୍ୟକୁ ନିର୍ଣ୍ଣାୟକ ଭାବେ ବଦଳାଇବା। ଫଳସ୍ୱରୂପ, ୧୬ ଶହରୁ ଅଧିକ ପୁରୁଣା ଏବଂ ଅଚଳ ଆଇନକୁ ରଦ୍ଦ କରାଯାଇଛି। ଏହା ପ୍ରଶାସନିକ ବୋଝକୁ ଯଥେଷ୍ଟ ହ୍ରାସ କରିଛି ଏବଂ ଶାସନରେ ଅଧିକ ଦକ୍ଷତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକକୈନ୍ଦ୍ରିକ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ ଭାବେ ବ୍ୟକ୍ତ କରିଥିଲେ। ସେ କହିଥିଲେ, ‘‘ସୁଶାସନ କିଛି ଲୋକଙ୍କର ବିଶେଷାଧିକାର ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ହକ୍‌ ଏବଂ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଗମ୍ଭୀର କର୍ତ୍ତବ୍ୟ।’’

ଓଡ଼ିଶାର ରୂପାନ୍ତରଣକାରୀ ଯାତ୍ରା ଉପରେ ଆଲୋକପାତ କରି ସେ କହିଥିଲେ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଠାରୁ ଆରମ୍ଭ କରି ସମାବେଶୀ ଅଭିବୃଦ୍ଧି ଏବଂ ନାଗରିକ ସେବା ଠାରୁ ଆରମ୍ଭ କରି ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଏହାଦ୍ୱାରା ଶାସନ ଏବଂ ଶାସିତଙ୍କ ମଧ୍ୟରେ ସମ୍ପର୍କକୁ ପୁନଃପରିଭାଷିତ କରାଯାଇଛି।

ଡିଏଆରପିଜିର ସଚିବ ଭି. ଶ୍ରୀନିବାସ କହିଥିଲେ, ଏହି ସମ୍ମିଳନୀ ୨୦୨୫ ପ୍ରଶାସନିକ ସେବା ଦିବସର ବିଷୟବସ୍ତୁ – ‘‘ଜିଲ୍ଲା ଏବଂ ବ୍ଲକର ସମଷ୍ଟିଗତ ବିକାଶ ମାଧ୍ୟମରେ ଭାରତର ସାମାଗ୍ରିକ ବିକାଶ’’ ଅନୁରୂପ ରଖାଯାଇଛି। ସେ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ପାଇଁ ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରେ ପ୍ରତିବଦ୍ଧତା, ସହଯୋଗ ଏବଂ ଦକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଶାସନରେ ଏକ ନୂତନ ଉଦାହରଣ ପ୍ରଦର୍ଶନ କରେ ଯେଉଁଠାରେ ଯୁବ ପ୍ରଶାସନିକ କର୍ମଚାରୀମାନେ ଚିନ୍ତାନାୟକ ଏବଂ ନବସୃଜନର ଉତପ୍ରେରକ ଭାବରେ ଉଭା ହେଉଛନ୍ତି। ଏହା ସାରା ଦେଶରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିଛି।

ଉଦଘାଟନୀ ଅଧିବେଶନରେ ଦେଶବ୍ୟାପୀ ୪୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଏବଂ ପୁରସ୍କାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ। ଜିଲ୍ଲାପାଳ ଏବଂ ସଚିବଙ୍କ ସମେତ ୨୦ରୁ ଅଧିକ ବିଶିଷ୍ଟ ବକ୍ତା ପରିବର୍ତ୍ତନକାରୀ ମାମଲା ଅଧ୍ୟୟନ ଉପସ୍ଥାପନ କରୁଛନ୍ତି । ସେମାନେ ପ୍ରମୁଖ ସରକାରୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ହୋଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ମଧ୍ୟ ଉପସ୍ଥାପନ କରୁଛନ୍ତି ।

ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ଜାତୀୟ ଏବଂ ରାଜ୍ୟ ସ୍ତରର ସାଧାରଣ ପ୍ରଶାସନ ନେତାମାନଙ୍କୁ ଗୋଟିଏ ସମନ୍ୱିତ ମଞ୍ଚରେ ଏକତ୍ର କରି ସହଯୋଗୀ ଶିକ୍ଷା ଓ ସଂସ୍ଥାଗତ ନବସୃଜନର ଭାବନାକୁ ପ୍ରୋତ୍ସାହିତ କରିବା। ଏହା ସାଧାରଣ ସେବା ପ୍ରଦାନ, ଡିଜିଟାଲ୍ ପ୍ରଶାସନ, ନାଗରିକ ସମ୍ପୃକ୍ତି ଏବଂ ସମାବେଶୀ ବିକାଶରେ ବ୍ୟାପକ ଏବଂ ଅନୁକରଣଯୋଗ୍ୟ ମଡେଲଗୁଡ଼ିକୁ ପ୍ରଦର୍ଶନ କରିବ।

ଉତ୍ତମ ପ୍ରଶାସନିକ ଅଭ୍ୟାସ ଜାତୀୟ ସମ୍ମିଳନୀ ଡକ୍ଟର ଜିତେନ୍ଦ୍ର ସିଂ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.