Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

July 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଲକ୍କଡ: ଆଇଆଇଟି ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଭାରତର ଅଗାଢ଼ ବିଶ୍ୱାସ ଅଛି। ସେମାନେ କେବଳ ଇଞ୍ଜିନିୟରିଂ ସ୍ନାତକ ନୁହଁନ୍ତି ବରଂ ବୁଦ୍ଧିଜୀବୀ ସହ ଅନେକ ଗୁଣର ଅଧିକାରୀ ବୋଲି ଆଜି କେରଳ ସ୍ଥିତ ଆଇଆଇଟି ପାଲକ୍କଡର ସପ୍ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ସମାବର୍ତ୍ତନ ସମାରୋହରେ ଡିଗ୍ରୀ ଏବଂ ପଦକ ପାଇଥିବା ସ୍ନାତକଧାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଏହି ଅନୁଷ୍ଠାନରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଜୀବନରେ ନୂଆ ବୃତ୍ତିଗତ ଅଧ୍ୟାୟ ଆରମ୍ଭ କରୁଛନ୍ତି। ଆଇଆଇଟି ପାଲକ୍କଡର ଆବେଗ ସହ ସେମାନେ  ୨୦୪୭ରେ ବିକଶିତ ଭାରତର କଳ୍ପନାକୁ ଆଗେଇ ନେବା ଦିଗରେ ଯୋଗଦାନ ରଖିବା ଦରକାର। ସେ ଆହୁରି କହିଛନ୍ତି, ୧୦ ବର୍ଷରୁ କମ୍ ସମୟ ମଧ୍ୟରେ ଆଇଆଇଟି ପାଲ୍ଲକଡ ଶିକ୍ଷାଗତ ଉତ୍କର୍ଷତା, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଏକ ଗତିଶୀଳ କେନ୍ଦ୍ରରେ ପରିଣତ ହୋଇଛି, ଯାହା ଅତ୍ୟନ୍ତ ଆନନ୍ଦର ବିଷୟ। ଆଇଆଇଟି ପାଲକ୍କଡ ଭଳି ନୂତନ ଯୁଗର ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଭାରତର ଅଭିବୃଦ୍ଧି କାହାଣୀକୁ ଶକ୍ତି ପ୍ରଦାନ କରିବାରେ ଆଗରେ ଅଛନ୍ତି । ଆମେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଠିଆ ହୋଇଛୁ। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଦିଗରେ ଆମକୁ ଆଗକୁ ବଢ଼ିବାକୁ ହେବ। ବିଶ୍ୱମାନର ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ। ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଆତ୍ମନିର୍ଭର ହେବାକୁ ପଡିବ। ଆମର କୃଷି କ୍ଷେତ୍ରକୁ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ କରିବାକୁ ପଡିବ। ସ୍ୱଚ୍ଛ ଉର୍ଜା ଏବଂ ଜଳବାୟୁ କାର୍ଯ୍ୟରେ ବିଶ୍ୱ ନେତୃତ୍ୱ ପ୍ରତିଷ୍ଠା କରିବାକୁ ପଡିବ। ଆମକୁ ଅଧିକ ସମାବେଶୀ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ। ଏହି ଲକ୍ଷ୍ୟ ଏବଂ ଅନ୍ୟାନ୍ୟ ଜାତୀୟ ପ୍ରାଥମିକତାକୁ ସାକାର କରିବା ପାଇଁ ଆଗରୁ ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ଆଇଆଇଟିର ଛାତ୍ରଛାତ୍ରୀମାନେ ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ମାଧବଙ୍କଠାରୁ ପ୍ରେରଣା ନେବା ଦରକାର। ଏହି ପ୍ରେରଣା ନେଇ ସେମାନେ ଆଇଆଇଟିର ଐତିହ୍ୟକୁ ବଢାଇବା ଦରକାର। ଯେମିତିକି ଭାରତ ପାଇଁ ନିର୍ଦ୍ଦିଷ୍ଟ ମଡେଲ ସ୍ଥାପନ କରିବା, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ନୂତନ ପଥ ସୃଷ୍ଟି କରିବା ଏବଂ ତାହାର ନେତୃତ୍ୱ ନେବାକୁ ହେବ। ଜାତୀୟ ପ୍ରାଥମିକତା ହାସଲ କରିବା ଏବଂ ଭବିଷ୍ୟତର ମାନଚିତ୍ରକୁ ଚିହ୍ନଟ କରିବା ପାଇଁ ଆଇଆଇଟି ଐତିହ୍ୟର ଆଗକୁ ବଢ଼ାଇବା ଉପରେ ସେ ମତପ୍ରକାଶ କରିଥିଲେ।

ଆଇଆଇଟି ପାଲକ୍କଡ ଧର୍ମେନ୍ଦ୍ର ପ୍ରଧାନ ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ: ପଡୋଶୀଙ୍କୁ ଉଠାଇନେଲା ପୋଲିସ

July 21, 2025

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025
Latest News

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025

ଛାତ୍ର କଂଗ୍ରେସ ସଭାପତିଙ୍କ ଦୁଷ୍କର୍ମ ଅଭିଯୋଗ ଅନୁଧ୍ୟାନ ପାଇଁ କଂଗ୍ରେସ ଗଠନ କଲା କମିଟ, ସସ୍ମିତା ଅଧ୍ୟକ୍ଷା

July 21, 2025

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଳକର ମୃତ୍ୟୁ: ପଡୋଶୀଙ୍କୁ ଉଠାଇନେଲା ପୋଲିସ

July 21, 2025

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତିରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ

July 21, 2025

ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ଏହି ଚୀନ୍ ଆପ୍!: ଖୁବ୍‌ଶୀଘ୍ର ହୋଇପାରେ ବ୍ୟାନ୍, ଯାଞ୍ଚ କରନ୍ତୁ ଆପଣଙ୍କ ଫୋନ୍‌

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.