ବାଣପୁର: ଆଜି ବାଣପୁର ବ୍ଲକରେ କାର୍ଯ୍ୟରେ ଯୋଗଦେଇଛନ୍ତି ନୂତନ ବିଡ଼ିଓ ବିକାଶ କୁମାର ମହାନ୍ତି। ସେ ଜଗତସିଂହପୁର ବାଲିକୁଦା ବ୍ଲକରୁ ବଦଳି ହୋଇ ବାଣପୁର ବ୍ଲକରେ ଯୋଗଦେଇଛନ୍ତି। ନୂତନ ବିଡ଼ିଓ କାର୍ଯ୍ୟରେ ଯୋଗ ଦେବାପରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଭାବରେ ଅତିରିକ୍ତ ଦାଇତ୍ୱ ନିର୍ବାହ କରୁଥିବା ତହସିଲଦାର ଟି. ପଦ୍ମନାଭ ଡୋରା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
କାର୍ଯ୍ୟରେ ଯୋଗଦେବା ପରେ ନୂତନ ବିଡ଼ିଓ ଶ୍ରୀଯୁକ୍ତ ମହାନ୍ତି ବାଣପୁର ବ୍ଲକରେ ବିକାଶ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ, ବାଣପୁର ବ୍ଲକକୁ ଏକ ଉନ୍ନତ ମାନର ବ୍ଲକ ଭାବରେ ଗଢି ତୋଳିବାକୁ ଏବଂ ଗରିବଲୋକଙ୍କର କଲ୍ୟାଣ ମୂଳକ ଯୋଜନା ଗୁଡିକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ନୂତନ ବିଡ଼ିଓ ଶ୍ରୀଯୁକ୍ତ ମହାନ୍ତି ବ୍ଲକ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ପରସ୍ପର ମିଳାମିଶା ପୂର୍ବରୁ କାର୍ଯ୍ୟରତ ଥିବା ଶୀତଲ ଅଗ୍ରୱାଲ ବୋଲଗଡ ବ୍ଲକକୁ ବଦଳି ହୋଇଥିବା ଜଣାପଡିଛି।