Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ପାଇଁ ଜାତୀୟ କଂଗ୍ରେସର ବଡ ଯୋଜନା, ଭକ୍ତ ଦାସଙ୍କୁ ରାଜ୍ୟସଭା ପଠାଇ ଦଳକୁ କରିବ ସଶକ୍ତ
ଜାତୀୟ ଖବର

ଓଡିଶା ପାଇଁ ଜାତୀୟ କଂଗ୍ରେସର ବଡ ଯୋଜନା, ଭକ୍ତ ଦାସଙ୍କୁ ରାଜ୍ୟସଭା ପଠାଇ ଦଳକୁ କରିବ ସଶକ୍ତ

August 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ପାଇଁ ଜାତୀୟ କଂଗ୍ରେସ
ଓଡିଶା ପାଇଁ କଂଗ୍ରେସର ବଡ ଯୋଜନା, ଭକ୍ତ ଦାସଙ୍କୁ ରାଜ୍ୟସଭା ପଠାଇ ଦଳକୁ କରିବ ସଶକ୍ତ

ଭୁବନେଶ୍ବର: ଓଡିଶା ପାଇଁ ଜାତୀୟ କଂଗ୍ରେସ ବଡ ଯୋଜନା କରୁଛି। ଓଡିଶାର 2029 ରେ ଯେପରି କଂଗ୍ରେସ ଶାସନ କ୍ଷମତାକୁ ଆସିବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଭକ୍ତ ଦାସଙ୍କୁ ସଭାପତି କରିବା ପରେ ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସଶକ୍ତ ହେବାରେ ଲାଗିଛି। ସେ ଯେବେଠାରୁ କଂଗ୍ରେସ ମଙ୍ଗ ଧରିଲେ ସେବେଠାରୁ ରାଜ୍ୟରେ କଂଗ୍ରେସ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟକ୍ରମ କରିବାରେ ଲାଗିଛି।

ତେବେ ଏକ ବିଶେଷ ସୂଚନା ଅନୁସାରେ ଜାତୀୟ କଂଗ୍ରେସ ଭକ୍ତ ଦାସଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି। ଯେତେଦୂର ସମ୍ଭବ ତେଲେଙ୍ଗାନାରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଶୁଣାଯାଉଛି। କାରଣ ସେ କୌଣସି ପଦପଦବୀରେ ନ ରହିଲେ କଂଗ୍ରେସକୁ ମଜବୁତ କରିବା କଷ୍ଟକର ହେବ। ସେଥିପାଇଁ ଏଆଇସିସି ତାଙ୍କର କ୍ଷମତା ବୃଦ୍ଧି ପାଇଁ ଏହି ପଦବୀ ପ୍ରଦାନ ପାଇଁ ଯୋଜନା କରୁଛି।

ଦିଲ୍ଲୀ ସୁତ୍ର ଅନୁସାରେ ବର୍ତ୍ତମାନ ଏଆଇସିସି ପ୍ରଦେଶ କଂଗ୍ରେସ ଉପରେ ବେଶ ଖୁସି ରହିଛି। ବିଶେଷ କରି ଭକ୍ତ ଦାସଙ୍କ ନେତୃତ୍ବକୁ ଜାତୀୟ କଂଗ୍ରେସ ବେଶ ପ୍ରଶଂସା କରିବାରେ ଲାଗିଛି। ତେବେ ତାଙ୍କୁ ରାଜ୍ୟସଭା ପଠାଇ ସାଂସଦ କରିଲେ ତାଙ୍କର କ୍ଷମତା ବୃଦ୍ଧି ସହିତ କର୍ମିଙ୍କ ଖାତିର ରହିବ। ଏଥିସହିତ ସେ ରାଜ୍ୟର ସମସ୍ତ ସମସ୍ୟା ରାଜ୍ୟସଭାପରେ ଉପସ୍ଥାପିତ କରିବାକୁ ସକ୍ଷମ ହେବେ। ଯାହା ଲୋକଙ୍କ ଦ୍ବାରା ଆଦୃତ ହୋଇପାରିବ।

ବର୍ତ୍ତମାନ ଦେଖିବାକୁ ଗଲେ ଭକ୍ତ ଦାସ ବିଧାନସଭା ଘେରାଉ କରିବାଠାରୁ ଆରମ୍ଭ କରି ଓଡିଶା ବନ୍ଦ ଡାକରା ବେଶ ସଫଳତାର ସହିତ କରିପାରିଛନ୍ତି। ସେହିପରି ଓଡିଶାକୁ ରାହୁଳ ଗାନ୍ଧୀ, ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରମୁଖଙ୍କୁ ଆଣି ସଭା କରାଇବାରେ ସେ ସକ୍ଷମ ହୋଇପାରିଛନ୍ତି। ଅନ୍ୟପଟେ ପୁରୁଣା କଂଗ୍ରେସ ନେତାଙ୍କୁ ପୁଣି ଥରେ ଦଳକୁ ଆଣି ସଂଗଠନକୁ ମଜବୁଦ କରିବାରେ ସେ ସକ୍ଷମ ମଧ୍ୟ ହୋଇପାରିଛନ୍ତି। ଯାହା ରାଷ୍ଟ୍ରୀୟ କଂଗ୍ରେସ ଅନୁଭବ କରିସାରିଲାଣି।

ତେବେ ଭକ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ଆଗାମୀ ପଞ୍ଚାୟତ ନିର୍ବାଚନ। ବର୍ତ୍ତମାନ ଦଳ ରାଜ୍ୟର ବଡ ବିରୋଧୀ ଦଳ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି। କାଗଜପତ୍ରରେ ବିଜେଡି ମୁଖ୍ୟ ବିରୋଧୀ ହୋଇଥିଲେ ମଧ୍ୟ କଂଗ୍ରେସ ଯେପରି ରାଜନୀତିରେ ସକ୍ରିୟ ରହିଛି ସେଥିରେ ଲୋକେ ଭାବି ସାରିଲେଣି ଯେ, କଂଗ୍ରେସ ମୁଖ୍ୟ ବିରୋଧୀ ଦଳ। ସେଥିପାଇଁ ଲୋକଙ୍କର ଆହୁରି ବିଶ୍ବାସ ଭାଜନ ହେବା ପାଇଁ ହେଲେ ସଭାପତିଙ୍କୁ କ୍ଷମତାର ଆବଶ୍ୟକତା ରହିଛି। ଏ କଥା ଏଆଇସିସି ଅନୁଭବ କରିସାରିଲାଣି।

ବର୍ତ୍ତମାନ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକା ଲୋକସଭାରେ ଅଛନ୍ତି। ହେଲେ ସେ ଓଡିଶା କଂଗ୍ରେସକୁ ମଜବୁତ କରିବାରେ ସକ୍ଷମ ହୋଇପାରୁ ନାହାଁନ୍ତି। ପ୍ରଦେଶ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସକ୍ରିୟ ହୋଇପାରୁ ନାହାଁନ୍ତି। ସେ କଂଗ୍ରେସର ଏକ ମାତ୍ର ସାଂସଦ ହୋଇଥିଲେ ମଧ୍ୟ ନିଜ ଦଳର ନେତାଙ୍କ ପାଖରେ ସେ ଗ୍ରହଣୀୟ ମଧ୍ୟ ହୋଇପାରୁ ନାହାଁନ୍ତି। ଅନ୍ୟପକ୍ଷରେ ସେ ମଧ୍ୟ ରାଜ୍ୟ ସଂଗଠନ ପ୍ରତି ଦୃଷ୍ଟି ଦେବାରେ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଏପରି କ୍ଷେତ୍ରରେ ଏଆଇସିସି ଭକ୍ତଙ୍କୁ ରାଜ୍ୟସଭା ପଠାଇଲେ ଭଲ ହେବ ବୋଲି ଅନୁଭବ କରିଛି।

ଅନ୍ୟପକ୍ଷରେ ଭକ୍ତ ଦାସଙ୍କ ଜାତୀୟ କଂଗ୍ରେସ ନେତାଙ୍କ ସହିତ ସୁସଂପର୍କ ରହିଛି। ସେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିବାର ଅନୁଭବ ରହିଛି। ବିଶେଷ କରି ରାହୁଳ ଏବଂ ସୋନିଆଙ୍କ ସହିତ ତାଙ୍କରଲ ଭଲ ସଂପର୍କ ରାଜ୍ୟରେ ସଂଗଠନକୁ ମଜବୁତ କରିବାରେ ବେଶ ସାହାଯ୍ୟ କରିପାରୁଛି। ତେଣୁ ଆଗାମୀ ଦିନରେ କଂଗ୍ରେସ ଭକ୍ତ ଦାସଙ୍କ ଉପରେ ରାଜ୍ୟର ସଂପୂର୍ଣ୍ଣ ଭାର ଲଦି ଦେଇ ସଂଗଠନକୁ ମଜବୁତ କରିବା ସମ୍ଭାବନା ସୃଷ୍ଟି ହୋଇଛି।

Congress odishacongress ଓଡିଶା ପ୍ରଦେଶ କଂଗ୍ରେସ ଜାତୀୟ କଂଗ୍ରେସ ପ୍ରଦେଶ କଂଗ୍ରେସ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025
Latest News

ଚତୁର୍ଥ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ, ଦକ୍ଷିଣ କୋରିଆକୁ ପରାସ୍ତ କରି ରଚିଲା ଇତିହାସ

September 7, 2025

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ

September 7, 2025

ଭୁବନେଶ୍ବରରେ ଅନ୍ତର୍ଜାତୀୟ ସ୍ବଚ୍ଛ ବାୟୁ ଦିବସ ପାଳିତ

September 7, 2025

ପ୍ରକାଶ ପାଇଲା ୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଜର୍ସି

September 7, 2025

ଏୟାର ଇଣ୍ଡିଆର ବଡ଼ ଘୋଷଣା, ସେବା ଅଭାବ ହେଲେ ଯାତ୍ରୀମାନଙ୍କୁ ମିଳିବ ଏହି ଉପହାର

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.