ଭୁବନେଶ୍ଵର: ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଉ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଏଥି ମଧ୍ୟରେ ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡ଼ିକର ସୁପରିଚାଳନା ଓ ସମନ୍ୱୟ ପାଇଁ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ରାଜ୍ୟର ୧୧୦ଟି ସହରାଞ୍ଚଳରେ ଏଲଇଡି ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଅତିରିକ୍ତ ପାଣ୍ଠି ଯୋଗାଣକୁ ଅନୁମୋଦନ ମିଳିଛି। ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସମ୍ବଲପୁର ସହରକୁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ବିଡିଂ ପ୍ରକ୍ରିୟା ତଥା ଟେଣ୍ଡର ଫଳାଫଳକୁ ଅନୁମୋଦନ ମିଳିଛି।
