ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ବାସୀ ନେଟୱାର୍କ ପାଇ ପାରୁ ନ ଥିବାରୁ ଆଜି ରେଢ଼ାଖୋଲ ଠାରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।
ପ୍ରକାଶ ଯେ, ନାକଟିଦେଉଳ ବ୍ଲକ ଘୋଷରାମାଳ ପଂଚାୟତ ର ଲାଣ୍ଡିମାଲ ଠାରେ ଏକ ବିଏସ ଏନ ଏଲ ଟାୱାର ରହିଛି। ହେଲେ ତାହା କିଛିମାସ ହେଲା ଆଉ କାର୍ଯ୍ୟ କ୍ଷମ ହେଉ ନ ଥିବାରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତା କାରରେ ବାରମ୍ବାର ଜଣାଇବା ସତ୍ୱେ ସରକାର ଶୁଣୁ ନ ଥିବାରୁ ବାଧ୍ୟ ହୋଇ ପଞ୍ଚାୟତ ବାସୀ ଆଜି ରେଢ଼ାଖୋଲ ଆସି ରାସ୍ତାରୋକ କରିଥିଲେ।
ଘଟଣା ସ୍ଥଳକୁ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ତହସିଲଦାର ପ୍ରଭାତ କୁମାର ବିଶ୍ୱାଳ, ଡ଼ିଏସପି ପ୍ରଶାନ୍ତ କୁମାର ମେହେର ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହା ସହ ବିଏସଏନଏଲ କର୍ମଚାରୀଙ୍କୁ ଡକାଇ ମୋବାଇଲ ସେବା ଯୋଗାଇ ଦେବାକୁ ଘୋଷରା ମାଳ ପଞ୍ଚାୟତକୁ ପଠାଇବା ପରେ ଦିନ ୧୨ଟା ରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଥିଲା। ଉତ୍ତ୍ୟକ୍ତ ଜନସାଧାରଣ ମୋବାଇଲ ସେବା ଯୋଗାଇବାରେ ପ୍ରଶାସନ ବିଫଳ ହେଉଥିବାରୁ ଅନେକ ଲୋକ ସେମାନଙ୍କ ମୋବାଇଲ ଗୁଡିକୁ ରାଜରାସ୍ତାରେ କଚାଡି ଭାଙ୍ଗି ଦେଇ ଅଭିନବ ପ୍ରତିବାଦ କରି ଥିବା ଦେଖିବାକୁ ମିଳିଥିଲା।