ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପୋଡମପେଟା ସମୁଦ୍ରରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ନିଖୋଜ ହୋଇଥିବା ବେଳେ ଆଉ ୬ ଜଣ ପହଁରି ପହଁରି କୂଳକୁ ଆସିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଏ କାଲିଆ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ୭ ଜଣ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗାରେ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ବେଳେ କୌଣସି କାରଣରୁ ଡଙ୍ଗା ଓଲଟି ପଡିଥିଲା। ଖବର ପାଇ ଗାଁ ଲୋକେ ଆସି ନିଖୋଜ ମତ୍ସ୍ୟଜୀବୀ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।