Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ପ୍ରଥମ ପଥ ଉତ୍ସଵ ପାଳିତ
ଆଜିର ଖବର

ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ପ୍ରଥମ ପଥ ଉତ୍ସଵ ପାଳିତ

August 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଥ ଉତ୍ସଵ
ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ପ୍ରଥମ ପଥ ଉତ୍ସଵ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ଓ ଜାତୀୟ କ୍ରୀଡା ଦିବସ ସମନ୍ୱିତ ଭାବେ ପାଳନ ଅବସରରେ ଖୋର୍ଦ୍ଧା ପ୍ରଥମ ପଥ ଉତ୍ସଵ ଶୁକ୍ରବାର ସକାଳ ୦୭.୦୦ଘଟିକା ସମୟରୁ ସମବାୟ ସମିତି ଲିଃ ବ୍ୟାଙ୍କ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଅଛି। ଏହି ପଥ ଉତ୍ସଵ ଉପଲକ୍ଷେ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାସିଂହ ଯୋଗଦେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହରେ ପ୍ରଦୀପ ପ୍ରଜ୍ବଳନ କରି ପଥ ଉତ୍ସଵ କୁ ଉଦ୍ଘାଟନ କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଲେ ଯେ, ପଥ ଉତ୍ସଵ ଓ କ୍ରୀଡ଼ା ଉତ୍ସଵ ନିର୍ମଳ ମନ ଓ ସୁସ୍ଥ ଶରୀର ପାଇଁ ଏକ ଗଭୀର ପ୍ରଭାବ ପକାଇବ। ଖୋର୍ଦ୍ଧା ସହରର ଜନସାଧାରଣ ମାନେ ଶିକ୍ଷା, ସୂଚନା ଓ ମନୋରଞ୍ଜନର ଏକ ହର୍ଶୋଲ୍ଲାଷ ପରିବେଶରେ ସ୍ବଚ୍ଛତା, ଆମ ସହର ଆମରାସ୍ତା, ସୁସ୍ଥ ଶରୀର ପାଇଁ ଯୋଗ, ଏବଂ ଝିଅ ମାନଙ୍କ ଆତ୍ମ ସୁରକ୍ଷା ପାଇଁ କରାଟେ ପ୍ରଦର୍ଶନ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷସହ ଖେଲୋ ଇଣ୍ଡିଆ ଯୋଜନା ସହିତ ଯୋଡ଼ି ସମାଜକୁ ଏବଂ ରାଷ୍ଟ୍ରକୁ ଆଗକୁ ବଢ଼ିବାରେ ସହାୟକ ହେବ।

ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା,ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ  ଗୀତାଞ୍ଜଳି ପଣ୍ଡା ଭାରତ ସରକାରଙ୍କ ଚଳିତ ୨୦୨୫ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଏବଂ ଜାତୀୟ କ୍ରୀଡା ଦିବସ ରେ ପଥ ଉତ୍ସଵ ଏକ ଅଭିନବ କୌଶଳ ଯାହା ଖେଳ ଇଣ୍ଡିଆ ଯୋଜନା ଏବଂ ସ୍ବଚ୍ଛ ଭାରତ ମିଶନ ଓ ଯୋଗାଭ୍ୟାସ ଯୋଜନାକୁ ଚରିତାର୍ଥ କରିବ ବୋଲି ଉଦବୋଧନ ରଖିଥିଲେ। ସଭାର ସଭାପତି ଉପଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା ଖେଳ ଇଣ୍ଡିଆ ର ଶପଥ ପାଠ କରାଇଥିଲେ।

ପ୍ରାରମ୍ଭରେ ଖୋର୍ଦ୍ଧା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ବାନା କକ୍ଵାବ ପଥ ଉତ୍ସଵ ର ଉଦେଶ୍ୟ ଓ ଆଭିମୁଖ୍ୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବି ଡି ଓ, ଖୋର୍ଦ୍ଧା କ୍ଷୀରାଦ୍ଵି ତନୟା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ପଥ ଉତ୍ସଵ ସମାରୋହରେ ରଙ୍ଗୋଲି, ବାଲୁକା କଳା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ପରିଚାଳନାରେ କରାଟେ ପ୍ରଦର୍ଶନୀ, ଯୁଡୋ ପ୍ରଦର୍ଶନୀ, ଏସ ଆର ଫିଟନେସ ଟିମ୍ , ଖୋର୍ଦ୍ଧା ଜୁମ୍ବୋ ଏକ୍ସର୍ଷାଇଯ, କବିରାଜ ପ୍ରଧାନ ଏବଂ ଦଳ ପାଇକ ଆଖଡ଼ା, ମୂର୍ଚ୍ଛନା ଡାନ୍ସ ଏକାଡେମୀ, ଗୋଟିପୁଅ ନୃତ୍ୟ, ନୃତ୍ୟାଞ୍ଜଳି ଅନୁଷ୍ଠାନ ସମ୍ବଲପୁରୀ ନୃତ୍ୟ, ଡାନ୍ସ ଗ୍ରୁପ,ମା ମଙ୍ଗଳା ପାଇକ ଆଖଡ଼ା ଦ୍ଵାରା ପାଇକ ନୃତ୍ୟ, ନୃତ୍ୟାୟନ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ଗଣପତି ନୃତ୍ୟ,ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ ଓ ମା ଚଇତାଳି ଘୋଡ଼ା ନାଚ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ମନୋରଞ୍ଜନ ଶିକ୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପକ ଭାବେ ଶ୍ରୀକାନ୍ତ ନାୟକ କାର୍ଯ୍ୟ ସମ୍ପାଦନ କରିଥିଲେ।

ସେହିପରି ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ଵାରା ଖାଦ୍ୟ ପିଠାପଣା ଆୟୋଜନ କରାଯାଇଥିଲା। ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ବହୁ ବୁଦ୍ଧିଜୀବୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ କାଉନସିଲର ଓ ବହୁ ଜନସମାଗମ ସହ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଖୋର୍ଦ୍ଧା ଖୋର୍ଦ୍ଧା ପୌର ପରିଷଦ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପ୍ରଥମ ପଥ ଉତ୍ସଵ
Share. Facebook Twitter LinkedIn Email WhatsApp Copy Link

Related Posts

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

December 23, 2025
Latest News

ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ

December 23, 2025

Republic Day Preparation: ଗଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନେଇ ବସିଲା ପ୍ରସ୍ତୁତି ବୈଠକ

December 23, 2025

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍‌ଘାଟିତ

December 23, 2025

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

December 23, 2025

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.