Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଭିଜି ସିଦ୍ଧାର୍ଥ ; ରହସ୍ୟମୟ ଭାବରେ ନିଖୋଜ ହୋଇ ଯାଇଥିବା ଜଣେ ସଫଳ ଉଦ୍ୟୋଗୀଙ୍କ କାହାଣୀ
ବ୍ୟବସାୟ

ଭିଜି ସିଦ୍ଧାର୍ଥ ; ରହସ୍ୟମୟ ଭାବରେ ନିଖୋଜ ହୋଇ ଯାଇଥିବା ଜଣେ ସଫଳ ଉଦ୍ୟୋଗୀଙ୍କ କାହାଣୀ

July 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭିଜି ସିଦ୍ଧାର୍ଥ ; ରହସ୍ୟମୟ ଭାବରେ ନିଖୋଜ ହୋଇ ଯାଇଥିବା ଜଣେ ସଫଳ ଉଦ୍ୟୋଗୀଙ୍କ କାହାଣୀ
ଭିଜି ସିଦ୍ଧାର୍ଥ ; ରହସ୍ୟମୟ ଭାବରେ ନିଖୋଜ ହୋଇ ଯାଇଥିବା ଜଣେ ସଫଳ ଉଦ୍ୟୋଗୀଙ୍କ କାହାଣୀ

କେଦାର ମିଶ୍ର

(ଏ ଲେଖା ପ୍ରକାଶ ପାଇଲା ବେଳକୁ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରାଯାଇଛି ଓ ସେ ଆତ୍ମହତ୍ୟା କରିଥିବା କଥା ସତ୍ୟ ପ୍ରମାଣିତ ହୋଇଛି।ତେବେ ଏହି ଘଟଣା ର ପୃଷ୍ଠଭୂମି ଓ ପ୍ରଭାବ ବିଷୟରେ ଆମେ ଯାହା ଲେଖିଛୁ ତାହା ଅପରିବର୍ତ୍ତିତ ରହିଛି।)

ଭିଜି ସିଦ୍ଧାର୍ଥ ନିଖୋଜ। ମାଙ୍ଗାଲୋର ପୂର୍ବରୁ ସେ କେଜାଣି କୁଆଡେ ହଜିଗଲେ। ହୁଏତ କୌଣସି ମୁହୂର୍ତ୍ତରେ ତାଙ୍କ ବିଷୟରେ କିଛି ଗୋଟେ ଦୁଃସମ୍ବାଦ ପହଞ୍ଚିପାରେ। ତେବେ ଭିଜି ସିଦ୍ଧାର୍ଥ କିଏ? କଣ ତାଙ୍କର ପରିଚୟ? କର୍ଣ୍ଣାଟକ ଚିକମାଗାଲୁର ରେ ଜନ୍ମିତ ମେଧାବୀ ଛାତ୍ର ଜଣକ ନିଜ ପରିବାରରେ ପ୍ରଥମ ପ୍ରଜନ୍ମର ବ୍ୟବସାୟୀ। ହୁଏତ ତାଙ୍କ ଶ୍ଵଶୁର ବିଖ୍ୟାତ ଲୋକ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦେଶର ପୂର୍ବତନ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଏସ.ଏମ.କ୍ରୀଷ୍ଣାଙ୍କର ସେ ଜୋଇଁ। ତେବେ ନିଜ ଗୋଡରେ ନିଜେ ଠିଆ ହୋଇ ଗତ କୋଡିଏ ବର୍ଷ ଭିତରେ ସେ ଦେଶର ଜଣେ ଅଗ୍ରଣୀ ବ୍ୟବସାୟୀ ଓ ଉଦ୍ୟୋଗୀ ଭାବରେ ସଫଳତା ପାଇଥିଲେ। ୧୯୯୬ରେ କର୍ଣ୍ଣାଟକରେ ଯୁବକ ଯୁବତୀଙ୍କ ଲାଗି ଖଟି କରିବାର ଏକ ସ୍ଥାନ ଭାବରେ ସେ “କାଫେ କଫି ଡେ” ପ୍ରତିଷ୍ଠା କରିଥିଲେ। କଫିର ପ୍ରଥମ କର୍ପୋରେଟ ବଜାର ସୃଷ୍ଟି କରିଥିବା ସିଦ୍ଧାର୍ଥ ଗତ ୨୩ ବର୍ଷ ଭିତରେ କଫି ବ୍ୟବସାୟକୁ ଯୁଗାନ୍ତକାରୀ ପରିଚୟ ଦେଇଛନ୍ତି। ଆଜି ୬ ଟି ଦେଶରେ କାଫେ କଫି ଡେ ର ୧୭୭୦ ଟି ଶାଖା ରହିଛି। ଦେଶର ସବୁ ଛୋଟ ବଡ ସହରରେ ସିସିଡି ଏକ ପ୍ରମୁଖ ଆକର୍ଷଣ। ସହରୀ ମଧ୍ୟବିତ୍ତ ଓ ପେଷାଦାର କୋର୍ପୋରେଟ ଚାକିରିଆଙ୍କ ଲାଗି ସିସିଡି ସବୁଠୁ ସହଜ ଠିକଣା।

ସିସିଡି ସମେତ ମାଇଣ୍ଡ ଟ୍ରି, ୱେ ଟୁ ୱେଲ୍ଥ ଭଳି କମ୍ପାନୀରେ ସେ ନିର୍ଦ୍ଦେଶକ ଭାବରେ ରହିଛନ୍ତି। ବିଶେଷକରି କଫି ଓ କଦଳୀ ଚାଷ କରି ତାର ରପ୍ତାନି କ୍ଷେତ୍ରରେ ସେ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି। କେବଳ କାଫେ କଫି ଡେ ରେ ୩୦ ହଜାର  ଓ ଅନ୍ୟାନ୍ୟ ଟେକ୍ନୋଲୋଜି କମ୍ପାନୀରେ  ୨୦ ହଜାର  ନିଯୁକ୍ତି ସୃଷ୍ଟି ହୋଇଛି। ସିଦ୍ଧାର୍ଥଙ୍କ ମାଲିକାନାରେ ୧୨ ହଜାର ଏକରର କଫି ବଗିଚା ଓ ୩୦୦୦ ଏକର କଦଳୀ ବଗିଚା ରହିଛି।

ଏତେ ସବୁ ସଫଳତା ପାଇବା ପରେ ହଠାତ ସିଦ୍ଧାର୍ଥ ନିଖୋଜ ହୋଇଯିବାର କାରଣ କଣ? ନିଖୋଜ ହେବା ଆଗରୁ ସେ ଯେଉଁ ଚିଠିଟି ଲେଖିଛନ୍ତି ତାହା ଏକ ପ୍ରକାର ଆତ୍ମହତ୍ୟା ପୂର୍ବର ଶେଷଲିପି ଭଳି ଲାଗୁଛି। ତେଣୁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଏତେ ସଫଳ ଜଣେ ଉଦ୍ୟୋଗୀ ନିଜକୁ ଏମିତି ନଷ୍ଟ ହେବାକୁ ଦେଲେ କାହିଁକି? ନିଜ କମ୍ପାନୀର ନିର୍ଦ୍ଦେଶକମାନଙ୍କୁ ସେ ଲେଖିଥିବା ଚିଠିରେ ତିନୋଟି କଥା ସେ କହିଛନ୍ତି-

୧. କଠୋର ପରିଶ୍ରମ ସତ୍ତ୍ୱେ ଏକ ଲାଭଦାୟକ ବ୍ୟବସାୟ ର ମଡେଲ ସେ ପ୍ରତିଷ୍ଠା କରିପାରିନାହାନ୍ତି।

୨. ସେ ଏବେ ଋଣଗ୍ରସ୍ତ ଓ ତାଙ୍କ ଉପରେ ଋଣ ଶୁଝିବାର ପ୍ରବଳ ଚାପ ରହିଛି। କମ୍ପାନୀର ଅଂଶୀଦାରମାନେ ନିଜ ନିଜ ଶେୟାର ଫେରେଇଦେବାକୁ ବାଧ୍ୟ କରୁଛନ୍ତି।

୩. ଆୟକର ବିଭାଗରୁ ତାଙ୍କୁ ପ୍ରବଳ ହଇରାଣ କରାଯାଉଛି।

ବ୍ୟବସାୟ କ୍ଷେତ୍ରରେ ଏଇ ତିନୋଟି ଚାପ ସବୁବେଳେ ବ୍ୟବସାୟୀମାନଙ୍କ ଉପରେ ରହିଥାଏ। ବର୍ତ୍ତମାନ ସମୟରେ ଅର୍ଥନୀତିର ମାନ୍ଦାବସ୍ଥା ଅତି ସ୍ପଷ୍ଟ ବାରି ହୋଇପଡୁଛି। ଏହାର ଚାପ ଏବେ ଶିଲ୍ପପତି ଓ ଉଦ୍ୟୋଗୀମାନଙ୍କ ଉପରେ ପଡିବ। ଏହାକୁ ହୁଏତ ବ୍ୟବସାୟ ପରିଚାଳନାରେ ବିଫଳତା ବୋଲି କହି ଆମେ ଅଣଦେଖା କରିପାରିବା। ତେବେ ଏହି ଘଟଣାରୁ ଆମର ଅର୍ଥନୈତିକ ସ୍ଵାସ୍ଥ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯେମିତି ଚାଷର ଦୁଃସ୍ଥିତି କାରଣରୁ ଚାଷୀ ଆତ୍ମହତ୍ୟା ବଢୁଛି,  ସେମିତି ଏବେ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ବ୍ୟବସାୟ ଉପରେ ଚାପ ବଢୁଛି। ଏହି ଚାପ ଯୋଗୁଁ ବିଜୟ ମାଲ୍ୟା ବା ନୀରବ ମୋଦୀଙ୍କ ଭଳି ଅର୍ଥନୈତିକ ଅପରାଧୀ ସୃଷ୍ଟି ହେଉଛନ୍ତି କିମ୍ବା ଯେଉଁମାନେ ଏହି ଚାପ ସମ୍ଭାଳିବାରେ ଅସମର୍ଥ ସେମାନେ ସିଦ୍ଧାର୍ଥଙ୍କ ପରି ନିଜକୁ ସମାପ୍ତ କରି ଦେଉଛନ୍ତି। ସିଦ୍ଧାର୍ଥ ଯେହେତୁ ବଡ ବ୍ୟବସାୟୀ ତାଙ୍କ ନିଖୋଜ ହେବା ପ୍ରସଙ୍ଗ ଏବେ ଚର୍ଚ୍ଚା ରେ ରହିଛି। ହେଲେ ବହୁ ସାନ ସାନ ବ୍ୟବସାୟୀ ଇତି ମଧ୍ୟରେ ଜିଏସଟି ର ଚାପ ସମ୍ଭାଳି ନ ପାରି ଆତ୍ମହତ୍ୟା କରୁଥିବାର ଖବର ମିଳୁଛି। ସିଦ୍ଧାର୍ଥ ମଧ୍ୟ ଆୟକର ବିଭାଗ ଦ୍ଵାରା ଅତ୍ୟାଚାରିତ ହେଉଥିଲେ ବୋଲି ଲେଖିଛନ୍ତି। ତେବେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ସାପେକ୍ଷ।

ହେଲେ ଏହି ପ୍ରସଙ୍ଗ ଭାରତର କର୍ପୋରେଟ ଜଗତ ଓ ମେକ ଇନ ଇଣ୍ଡିଆ ବା ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଯୋଜନା ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇଛି। ୧୯୯୨ ରେ ନୂଆ ଅର୍ଥନୀତି ଆସିଲାବେଳେ ଟିକସ ଓ କର ଆଦାୟ କରିବାର ଆତଙ୍କୀ ପ୍ରକ୍ରିୟାକୁ ସମାପ୍ତ କରାଯିବ ବୋଲି କୁହାଯାଉଥିଲା। ହେଲେ ନରେନ୍ଦ୍ର ମୋଦୀ ସରକାର ଟିକସରାଜ ଉପରେ ସର୍ବାଧିକ ଗୁରୁତ୍ଵ ଦେଇଚାଲିଛି। ଏହାର ଚାପ ଏବେ କର୍ପୋରେଟ ଜଗତକୁ ଆତଙ୍କିତ କରିବା ସ୍ଵାଭାବିକ।

ସିଦ୍ଧାର୍ଥ ପ୍ରସଙ୍ଗ ଏତେ ଶୀଘ୍ର ସରିବାକୁ ଯାଉନି। କାଫେ କଫି ଡେ ହୁଏତ ଆଗାମୀ ଦିନରେ କୋକାକୋଲା ହାତକୁ ଚାଲିଯିବ। ମାଇଣ୍ଡ ଟ୍ରି ଏହା ପୂର୍ବରୁ ଏଲ ଆଣ୍ଡ ଟି ହାତକୁ ଯାଇ ସାରିଛି। ବୋଧ ହୁଏ କୌଣସି ସ୍ଥାନୀୟ ଦେଶୀ ଉଦ୍ୟୋଗୀ ଏବେ ଆଉ ଷ୍ଟାର୍ଟ ଅପ କଥା ଏଠି ଭାବିବା ସମ୍ଭବ ନୁହେଁ। ଅବଶ୍ୟ ପୁଞ୍ଜିବାଦୀ ଅର୍ଥନୀତିରେ ସଚରାଚର ଏହା ହିଁ ସତକଥା। ବଡ ମାଛ ମାନଙ୍କ ଖେଳରେ ସିଦ୍ଧାର୍ଥଙ୍କ ପରି ଛୋଟ ମାଛମାନେ ବଳି ପଡିବାକୁ ବାଧ୍ୟ ହେବେ!!

CCD
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ରାସ୍ତାରେ ଧାନ ରୋପଣ କରି ଅଭିନବ ପ୍ରତିବାଦ: ଦାବି ନମାନିଲେ ଭୋଟ ବର୍ଜନ ନିଷ୍ପତ୍ତି

August 26, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଭାରତର ବିଜୟରେ ବାଧା ସୃଷ୍ଟି କରିବ କି ବର୍ଷା?: ଜାଣନ୍ତୁ କିପରି ରହିବ କଲମ୍ବୋରେ ପାଗ

August 26, 2026

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.